ପାଟଣାଗଡ଼ (ଯତୀନ୍ଦ୍ର ନନ୍ଦ )- ନାବାର୍ଡ ବଲାଙ୍ଗୀର ତରଫରୁ ଦେଉଳଗାଁ ଠାରେ ଜାତୀୟ ହସ୍ତତନ୍ତ ଦିବସ ଏବଂ ପ୍ରଶିକ୍ଷଣ ଶିବିର ଇତିମଧ୍ୟରେ ଅନୁଷ୍ଠିତ ହୋଇଯାଇଛି!ଦେବଦର୍ତ୍ତ କ୍ଳବର ସହଯୋଗରେ ଅନୁଷ୍ଠିତ କାର୍ଯ୍ୟକ୍ରମକୁ ଓଡିଶା ହସ୍ତତନ୍ତ ନିର୍ଦେଶକ ଜ୍ୟୋତିପ୍ରକାଶ ଦାସ, ମୁଖ୍ୟ ପରିଚାଳନା ଅଧିକାରୀ ନାବାର୍ଡର ସି.ଉଦୟ ଭାସ୍କର, ସାଧାରଣ ପରିଚାଳକ ନାବାର୍ଡ ବିବି ସାହୁ, ଉପସାଧାରଣ ପରିଚାଳକ ନାବାର୍ଡ ଆର.ସି. ସାହୁ ପ୍ରମୁଖ ଉପସ୍ଥିତ ଥିଲେ!ଓଡିଶା ହସ୍ତତନ୍ତର କାର୍ଯ୍ୟକାରୀ ନିର୍ଦେଶକ ଦେବଦର୍ତ୍ତ ନନ୍ଦୀ ବୁଣାକାର ମାନଙ୍କ ଦକ୍ଷତା ବୃଦ୍ଧି ପାଇଁ ବିଭିନ୍ନ ପରାମର୍ଶ ଦେଇଥିଲେ!ଶିବ ମେହେର ସ୍ୱାଗତ ଭାଷଣ ଦେଇଥିବା ବେଳେ ଦେବଦର୍ତ୍ତ କ୍ଳବର ପ୍ରକଳ୍ପ ସଂଯୋଜକ ବିଜୟ ଧୀର ଧନ୍ୟବାଦ ଅର୍ପଣ କରିଥିଲେ!ଲକ୍ଷ୍ମଣ ସାଏ, ହୃଷିକେଶ ମହାଳିଙ୍ଗ, କାନ୍ହୁ ଚରଣ ମାଝୀ, ପ୍ରତିମା ସାହୁ, ଶେଷଦେବ ଦାସ ପ୍ରମୁଖ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ !!!!