ରାଜ୍ୟ ସଂଗ୍ରହାଳୟ ଆୟୋଜନ କରିବ ସ୍ୱାଧୀନତା ସଂଗ୍ରାମୀଙ୍କ ଉପରେ ଭ୍ରାମ୍ୟମାଣ ପ୍ରଦର୍ଶନୀ

0

ଆଜାଦି କା ଅମୃତ ମହୋତ୍ସବ ଉପଲକ୍ଷେ ଆୟୋଜିତ ହେବ ଏହି ପ୍ରଦର୍ଶନୀ

ଭୁବନେଶ୍ୱର,(ଶାସକ ପ୍ରଶାସକ) : ଆଜାଦି କା ଅମୃତ ମହୋତ୍ସବ ଉପଲକ୍ଷେ ଓଡ଼ିଶା ରାଜ୍ୟ ସଂଗ୍ରହାଳୟ ସ୍ୱାଧୀନତା ସଂଗ୍ରାମୀ ଓ ମୁକ୍ତି ଆନ୍ଦୋଳନରେ ବିଶେଷ ଘଟଣାଗୁଡ଼ିକୁ ନେଇ ବିଶେଷ ପ୍ରଦର୍ଶନୀ ଆୟୋଜନ ସହ ସମଗ୍ର ରାଜ୍ୟରେ ଭ୍ରାମ୍ୟମାଣ ରୋଡ୍ ମୁ୍ୟଜିୟମ୍ର ଆୟୋଜନ କରିବା ଆଜି ରାଜ୍ୟ ସଂଗ୍ରହାଳୟର ସମ୍ମିଳନୀ କକ୍ଷଠାରେ ଆୟୋଜିତ ଆଜାଦି କା ଅମୃତ ମହୋତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଶାସନ ସଚିବ ଶ୍ରୀ ସୁରେଶ ଚନ୍ଦ୍ର ଦଳାଇ ଏ ସଂପର୍କରେ ଘୋଷଣା କରିଛନ୍ତିା ଶ୍ରୀ ଦଳାଇ ଏହି ଅବସରରେ ସ୍ୱାଧୀନତାର ବିଭିନ୍ନ ସ୍ମରଣୀୟ ଘଟଣାଗୁଡ଼ିକ ସଂପର୍କରେ ଆଲୋକପାତ କରିଥିଲୋ ପ୍ରାକ୍ ସ୍ୱାଧୀନତା କାଳରେ ଗାନ୍ଧୀଜୀଙ୍କ ଓଡ଼ିଶା ଗସ୍ତ ସ୍ଥାନୀୟ ନେତୃମଣ୍ଡଳୀଙ୍କୁ ଅଧିକ ମାତ୍ରାରେ ସ୍ୱାଧୀନତା ସଂଗ୍ରାମରେ ଝାସ ଦେବା ପାଇଁ ପ୍ରେରିତ କରିଥିଲା ବୋଲି ସେ କହିଥିଲୋ ସଂପ୍ରତି ସ୍ୱାଧୀନତାର ୭୫ ବର୍ଷ ଉପଲକ୍ଷେ ବିଭିନ୍ନ ସ୍ଥାନରେ ଆଜାଦି କା ଅମୃତ ମହୋତ୍ସବ ପାଳନ କରାଯାଉଛିା
ମୁଖ୍ୟବକ୍ତା ଭାବେ ଯୋଗଦେଇ ବିଶିଷ୍ଟ ଗାନ୍ଧୀବାଦୀ ଶ୍ରୀ ପ୍ରହ୍ଲାଦ କୁମାର ସିଂହ ଗାନ୍ଧୀଜୀଙ୍କ ୮ ଥର ଓଡ଼ିଶା ଆଗମନ ଓ ତାଙ୍କ ନେତୃତ୍ୱରେ ଆୟୋଜିତ ସଭାସମିତି, ପଦଯାତ୍ରା କାର୍ଯ୍ୟକ୍ରମର ବିସ୍ତୃତ ସୂଚନା ପ୍ରଦାନ କରିଥିଲୋ ଗାନ୍ଧୀଜୀ ଓଡ଼ିଶାର ବ୍ୟାପକ ଅଞ୍ଚଳ ବୁଲି ଦେଖିବା ସହ ପ୍ରତ୍ୟକ୍ଷ ଭାବେ ଓଡ଼ିଶା ସଂପର୍କରେ ଅବଗତ ହୋଇଥିଲୋ ଏଠିକାର ପାଣିପବନ, ଲୋକଙ୍କ ଜୀବନଶୈଳୀ, ଅର୍ଥନୀତି, ଗ୍ରାମ୍ୟଜୀବନ ପ୍ରଭୃତି ତାଙ୍କୁ ବହୁଳ ଭାବେ ପ୍ରଭାବିତ କରିଥିଲା ବୋଲି ସେ କହିଥିଲୋ ବିଭାଗର ନିର୍ଦ୍ଦେଶକ ଶ୍ରୀ ରଞ୍ଜନ କୁମାର ଦାସ ସଂଗ୍ରହାଳୟ ଦ୍ୱାରା ପ୍ରସ୍ତାବିତ ରୋଡ୍ ମ୍ୟୁଜିଅମ ସ୍ୱାଧୀନତା ସଂଗ୍ରାମ ଉପରେ ଲୋକଙ୍କୁ ଅନେକ ତଥ୍ୟ ପ୍ରଦାନ କରିପାରିବ ବୋଲି କହିଥିଲୋ ସେ ମଧ୍ୟ ଏହାକୁ ଛାତ୍ରଛାତ୍ରୀମାନଙ୍କ ନିକଟରେ ପହଞ୍ଚାଇବା ଉପରେ ଗୁରୁତ୍ୱାରୋପ କରିଥିଲୋ
ଏହି ଅବସରରେ ରାଜ୍ୟ ସଂଗ୍ରହାଳୟରେ ଏକ ସ୍ୱତନ୍ତ୍ର ଫଟୋ ପ୍ରଦର୍ଶନୀର ଆୟୋଜନ ସହିତ ଦେଶାତ୍ମବୋଧକ ସଂଗୀତର ସିଡିକୁ ଶାସନ ସଚିବ ଉନ୍ମୋଚନ କରିଥିଲୋ ଏହି ସଂଗୀତଗୁଡ଼ିକ ସଂଗ୍ରହାଳୟର ସମସ୍ତ ଗ୍ୟାଲେରୀରେ ଏକ ମାସ ବ୍ୟାପୀ ପରିବେଷଣ କରାଯିବାର ବନ୍ଦୋବସ୍ତ କରାଯିବା ଏହି କାର୍ଯ୍ୟକ୍ରମକୁ ଭର୍ଚୁଆଲ୍ ଯୋଗେ ଜନସାଧାରଣଙ୍କ ନିକଟରେ ପହଞ୍ଚାଇବା ପାଇଁୟୁଟୁ୍ୟବ୍, ଫେସବୁକ ଏବଂ ହ୍ୱାଟସ୍ ଆପ୍ ମାଧ୍ୟମରେ ସିଧା ପ୍ରସାରଣ କରାଯାଇଥିଲାା କାର୍ଯ୍ୟକ୍ରମର ପ୍ରାରମ୍ଭରେ ସଂଗ୍ରହାଳୟର ଅଧୀକ୍ଷକ ଡ. ଭାଗ୍ୟଲିପି ମଲ୍ଲ ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ସଂଗ୍ରହାଧ୍ୟକ୍ଷା ସୁଚିସ୍ମିତା ମନ୍ତ୍ରୀ କାର୍ଯ୍ୟକ୍ରମର ସଂଯୋଜନା କରିଥିଲୋ ସଂଗ୍ରହାଧ୍ୟକ୍ଷା ଡ. ଭାରତୀ ପାଲ କାର୍ଯ୍ୟକ୍ରମରେ ସହଯୋଗ କରିଥିଲୋ

Leave A Reply

Your email address will not be published.