ଆଶୀର୍ବାଦ ଯୋଜନାରେ ଆର୍ଥିକ ସହାୟତା ପ୍ରଦାନ କଲେ ଜିଲ୍ଲାପାଳ

0

ସୋନେପୁର ପ୍ରକାଶ ହାତୀ:  ସୁବର୍ଣ୍ଣପୁର ଜିଲ୍ଲା ଶିଶୁ ଶୁରକ୍ଷା ବିଭାଗ ଦ୍ୱରା ସ୍ଵତନ୍ତ୍ର କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଆବୋଲି ସୁନୀଲ ନରୱେଣେ ଯୋଗଦେଇ ଆଶୀର୍ବାଦ ଯୋଜନା ର ଆର୍ଥିକ ସହାୟତା ପ୍ରଦାନ କରିଥିଲେ । ଯେଉଁ ମାନେ ନିଜ ପରିବାରର ରୋଜଗାରକ୍ଷମ ବ୍ୟକ୍ତିଙ୍କୁ ହରାଇଛନ୍ତି ସେହିମାନଙ୍କୁ ଯୋଜନା ରେ ସାମିଲ କରାଯିବ ସେହିପରି ଅନାଥ ଶିଶୁ ନିଜର ମାଆ କିମ୍ବା ବାପା ମାନଙ୍କୁ ହରାଇଥିଲେ ସେହିମାନଙ୍କୁ ସହୟତା ଓ ଚେକ୍ ପ୍ରଦାନ କରିଛନ୍ତି ।ଏହି ଅବସରରେ ଜିଲ୍ଲାପାଳ ନରୱଣେ ଅପୂର୍ଣା ନନ୍ଦକୁ ୨୫୦୦  ଟଙ୍କା ପ୍ରଦାନ କରିଥିବା ବେଳେ ପୂଜା ମେହେରଙ୍କୁ ୧୫୦୦ଟଙ୍କାର ଚେକ୍ ପ୍ରଦାନ କରିଥିଲେ।ଏହି ଯୋଜନାରେ ଜିଲ୍ଲାର ୭ଜଣ ଅନାଥ ଶିଶୁ ସହ ୭୬ଜଣ ଶିଶୁମାନେ ଏହି କରୋନା ସମୟରେ ନିଜ ପରିବାରର ମୁଖ୍ୟ ରୋଜଗାର କ୍ଷମ ମୁରବୀଙ୍କୁ ହରାଇଛନ୍ତି।ସେହି ପରି୮୩ଜଣ ଶିଶୁଙ୍କୁ ୧ଲକ୍ଷ ୩୧ହଜାର ୫୦୦ଟଙ୍କାର ଆର୍ଥିକ ସହାୟତାରେ ସେମାନଙ୍କୁ ବ୍ୟାଙ୍କ ଏକାଉଣ୍ଟ ଜରିଆରେ ପ୍ରଦାନ କରାଯାଇଛି ବୋଲି ପ୍ରକାଶ କରିଥିଲେ।ଏହି ଅବସରରେ ଅତିରିକ୍ତ ଜିଲ୍ଲାପାଳ ସୂର୍ଯ୍ୟ ନାରାୟଣ ଦାସ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଚତୁର୍ଭୁଜ ଦାସ,ନିଶି ପୁନମ ମିଞ୍ଜି ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଅଶ୍ୱିନୀ କୁମାର ଭୋଇ ପ୍ରମୁଖ ଉପସ୍ଥିତ ଥିବା ବେଳେ ଅନିଲ କାଲସାଏ,ଜିଲ୍ଲା ସଂଯୋଜକ ରାକେଶ ପଧାନ ପ୍ରମୁଖ ସହ ଯୋଗ କରିଥିଲେ। 

Leave A Reply

Your email address will not be published.