କାଶୀପୁର ଟିକିରି ରୁ ବୈକୁଣ୍ଠ ଦୁରିଆ: ଦୃଢ ଇଛା ଶକ୍ତି ଆଗରେ ହାର ମାନିଛି ବୟସ। ପାଠ ପଢା ଲାଗି ପହାଡ ଉପରେ ନିଜ ବାପାଙ୍କ ସହାୟତାରେ କୁଡିଆ ବନାଇ ପାଠ ପଢୁଛନ୍ତି ଛାତ୍ର। କରୋନା କାଳରେ ସରକାର ଅନଲାଇନ ମାଧ୍ୟମରେ ଛାତ୍ରଛାତ୍ରୀଙ୍କ ପାପଢାକୁ ଗୁରୁତ୍ବର ଦେଇଛନ୍ତି।ଉପାନ୍ତ ଅଞ୍ଚଳ ରାୟଗଡା ଜିଲାର କାଶୀପୁର ବ୍ଲକର ଅନେକ ଗ୍ରାମରେ ନେଟଓ୍ବାର୍କ ଆସୁନଥିବାରୁ ନେଟଓ୍ବାର୍କ ଖୋଜି ଖୋଜି ପାହାଡ ଚଢୁଥିବା ବେଳେ ଅନେକ ପାହାଡ ଉପରେ ଥିବା ଗଛରେ ଚଢି ନେଟଓ୍ବାର୍କ ଆସିଲେ ପଢୁଛନ୍ତି।ଏଭଳି ସମୟରେ
ଜଣେ କୁନି ଛାତ୍ର ପାହାଡ ଉପରେ ନେଟଓ୍ବାର୍କ ଆସୁଥିବା ସ୍ଥାନରେ କୁଡିଆ ବନାଇ ପାଠ ପଢୁଥିବା ମନବୃତ୍ତି ସମସ୍ତଙ୍କୁ ଚକିତ କରିଦେଇଛି।
ରାୟଗଡା ଜିଲା ଆଦିବାସି ଅଧ୍ୟୁଷିତ କାଶୀପୁର ବ୍ଲକ ଅଣ୍ଡିରାକଞ୍ଚ ଗ୍ରାମର ସୋମନାଥ ମୁଦୁଲିଙ୍କ ୬ ବର୍ଷର ପୁଅ ଶୁଭମ କୁମାର ମଦୁଲି। ଶୁଭମ ମୁଦୁଲି ଉତ୍କଳ ଆଲୁମିନା ଆଦିତ୍ୟ ବିର୍ଲ୍ରା ପବ୍ଲିକ ବିଦ୍ୟାଳୟର ଷ୍ଟାଣ୍ଡାଡ ୧ ରେ ପାଠ ପଢୁଛନ୍ତି।କରୋନା କାଳରେ ବିଦ୍ୟାଳୟ ବନ୍ଦ ହୋଇଯିବା ଫଳରେ ସେ ବର୍ତ୍ତମାନ ନିଜ ଗ୍ରାମ ଅଣ୍ଡିରାକଞ୍ଚ ଠାରେ ରହୁଛନ୍ତି। ସରକାର ପାଠପଢା ପାଇଁ ଯେତେବେଳେ ଅନଲାଇନ କୁ ଗୁରୁତ୍ବ ଦେଲେ ସେତେବେଳେ ସେ ନେଟଓ୍ବାର୍କ ଖୋଜି ଖୋଜି ଗ୍ରାମଠାରୁ ପ୍ରାୟ ୧ କିଲୋମିଟର ଦୂରରେ ଥିବା ଏକ ପାହାଡ ଉପରେ ଚଢି ନେଟଓ୍ବାର୍କ ପାଇ ଅନଲାଇନ ପାଠପଢୁଥିଲେ।କିନ୍ତୁ ଗତ କିଛି ଦିନ ଧରି କାଶୀପୁର ବ୍ଲକରେ ପ୍ରବଳ ବର୍ଷା ହେବା ଯୋଗୁଁ ସେ ପାହାଡ ଉପରକୁ ଯାଇ ପାଠପଡି ପାରୁନଥିଲେ।ଫଳରେ ଛାତ୍ର ଜଣଙ୍କ ତାଙ୍କ ବାପାଙ୍କ ସହାୟତାରେ ନେଟଓ୍ବାର୍କ ଆସୁଥିବା ସ୍ଥାନରେ ପଥର,ଗଛର ଡାଳ,ପତ୍ର ସାହାର୍ଯ୍ୟରେ ଏକ ଛୋଟିଆ କୁଡିଆ ବନାଇ ଏବେ ସେଠାରେ ଅନଲାଇନ ପାଠ ପଢୁଛନ୍ତି।ଏହା ସହ ଶୁଭମ ସମସ୍ତଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି।
Sign in
Sign in
Recover your password.
A password will be e-mailed to you.