ପଦ୍ମପୁର(ଶାସକପ୍ରଶାସକ)- ପଦ୍ମପୁର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପରିସର ରେ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ,ବରଗଡ଼ ଅନୁକୂଲ୍ୟ ରେ ଶ୍ରୀ ରାମମୂର୍ତ୍ତି ଦୋରା ଙ୍କର ସ୍ମୃତି ରେ ଏକ ସର୍ବ ଧର୍ମ ପ୍ରାର୍ଥନା ସଭା ଅନୁଷ୍ଠିତ ହୋଇ ଯାଇଛି। ଜିଲ୍ଲା ଶାରୀରିକ ଶିକ୍ଷା ନିରୀକ୍ଷକ ଶ୍ରୀ ଯୁକ୍ତ ଆଶୁତୋଷ ଦେ ଙ୍କର ସଭାପତିତ୍ୱ ରେ ମୁଖ୍ୟ ଅତିଥି ଭାବରେ ସରକାରୀ ବାଳିକା ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶ୍ରୀ ଗୋପାଳଜୀ ପ୍ରସାଦ ପାଣିଗ୍ରାହୀ ତଥା ରାଜବୋରାସମ୍ବର ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶ୍ରୀ ରାଜେଶ କୁମାର ଖମାରୀ ଯୋଗ ଦେଇ ବର୍ତ୍ତମାନ ପରିପ୍ରେକ୍ଷୀ ରେ ସ୍କାଉଟ ଓ ଗାଇଡ଼ ଶିକ୍ଷକ ତଥା ଛାତ୍ର ଛାତ୍ରୀ ମାନଙ୍କର କର୍ତବ୍ୟ ବିଷୟରେ ଆଲୋଚନା କରିଥିଲେ। ଶ୍ରୀ ଦେ ଓଡିଶା ସ୍କାଉଟ ଓ ଗାଇଡ଼ ର ପୁରୋଧା ଶ୍ରୀ ରାମମୂର୍ତ୍ତି ଦୋରା ଙ୍କର ଜୀବନୀ ଉପରେ ଆଲୋକପାତ କରିଥିଲେ। ବିଦ୍ୟାଳୟ ର ଛାତ୍ରୀ ମାନେ ସବୁ ଧର୍ମ ର ଏକ ଏକ ପ୍ରାର୍ଥନା ଗୀତ ବୋଲିଥିଲା ବେଳେ ଶ୍ରୀ ପ୍ରେମାନନ୍ଦ ବେହେରା ଓ ଶ୍ରୀ ଜୀବନନନ୍ଦ ସାହୁ ସଙ୍ଗୀତ ନିର୍ଦେଶନା ଦେଇଥିଲେ। ଭୁବନେଶ୍ୱର ମହାକୁଡ଼, ସୁଦର୍ଶନ ମହାକୁଡ଼, ନିଲିମ ରାଣୀ ମହାନ୍ତି , ହରେକୃଷ୍ଣ ମେହେର,ରଶ୍ମୀ ରଞ୍ଜନ ରାଉତରାଏ ସଭକାର୍ଯ୍ୟ ରେ ସାହାଯ୍ୟ କରିଥିଲେ। ଏହି ସଭା ରେ ପଦ୍ମପୁର ଉପଖଣ୍ଡ ର ୪୫ ଜଣ ସ୍କାଉଟ ମାଷ୍ଟର ଓ ୫ ଜଣ ଗାଇଡ଼ କ୍ୟାପ୍ଟନ ଯୋଗ ଦେଇ ଥିଲେ।
Sign in
Sign in
Recover your password.
A password will be e-mailed to you.