ଘୁ ଉଦୟଗିରି(ଗଗନ କୁମାର ପ୍ରଧାନ): କନ୍ଧମାଳ ଜିଲ୍ଲା ଅଧିନସ୍ଥ ଘୁ.ଉଦୟଗିରି ଠାରେ ସ୍ଥାନୀୟ ତହସିଲଦାର ଏବଂ କାର୍ଯ୍ୟରତ ସାମ୍ବାଦିକଙ୍କ ଦ୍ୱାରା ମିଳିତ ସହଯୋଗରେ ସ୍ଥାନୀୟ ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟ ପରିସରରେ ବିଭିନ୍ନ ପ୍ରକାରର ଫଳନ୍ତି ଓ ଔଷଧୀୟ ଯଥା ଆମ୍ବ, ବେଲ, ପିଜୁଳି, ସୀତାଫଳ, ଅଶୋକ, କଦମ୍ବ, ବାଉଁଶ ବୃକ୍ଷ ରୋପଣ କରାଯାଇଛି I “ବୃକ୍ଷ ହିଁ ଜୀବନ” ବୃକ୍ଷ ରୋପଣ ଦ୍ୱାରା ଆମ୍ଭେ ସ୍ୱଚ୍ଛ ଅମ୍ଳଜାନ ପାଇପାରିବା I ଅଧିକରୁ ଅଧିକ ବୃକ୍ଷ ରୋପଣ କରିବା ଆମ ଜୀବନର ମୂଳ ଲକ୍ଷ ହେଵା ଦରକାର ବୋଲି ସ୍ଥାନୀୟ ତହସିଲଦାର କହିଛନ୍ତି I ଏହି କାର୍ଯ୍ୟକ୍ରମରେ ତହସିଲଦାର ଜନ୍ମେଜୟ ସାହୁ ଏବଂ ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରମୋଦ ମଲ୍ଲିକ, ପ୍ରଧାନ ଶିକ୍ଷୟିତ୍ରୀ ନୀଳିମା ପ୍ରଧାନ ଏବଂ ବରିଷ୍ଠ ସାମ୍ବାଦିକ ବିଦ୍ୟାଧର ପାଳ, ପତିତପାବନ ସାହୁ, ଦେବନାଥ ଦଳବେହେରା, ପ୍ରସନ ମିଶ୍ର, ଗଗନ କୁମାର ପ୍ରଧାନ, କେ. ଲୀଲାମା ରାଓ, ଚନ୍ଦ୍ରଶେଖର ପାଢ଼ୀ, ଅନିଲ କୁମାର ଦଳବେହେରା ଏବଂ ଅବସରପ୍ରାପ୍ତ ସୈନିକ କିଶୋର ନାୟକ ଉପସ୍ଥିତ ରହି ଥିଲେ |
Sign in
Sign in
Recover your password.
A password will be e-mailed to you.