ଘୁ.ଉଦୟଗିରି(ଗଗନ କୁମାର ପ୍ରଧାନ):ଦାରିଙ୍ଗବାଡ଼ି ସ୍ଥିତ ଡୁଲୁରି ପାଇନ ବଣଠାରେ ଦାରିଙ୍ଗବାଡ଼ି ବ୍ଲକ କଂଗ୍ରେସ ପକ୍ଷରୁ ମିଶ୍ରଣ ପର୍ବ ଆୟୋଜନ ହୋଇଯାଇଛି I ଏହି ମିଶ୍ରଣ ପର୍ବରେ ମୁଖ୍ୟ ଅତିଥି ଭାବେ ଗଞ୍ଜାମ ଜିଲ୍ଲା କଂଗ୍ରେସ ସଭାପତି ତଥା ସlନଖେମୁଣ୍ଡି ନିର୍ବାଚନ ମଣ୍ଡଳୀ ବିଧାୟକ ରମେଶ ଚନ୍ଦ୍ର ଜେନା ଯୋଗଦେଇଥିଲେ I ସମ୍ମାନିତ ଅତିଥି ଭାବେ କନ୍ଧମାଳ ଜିଲ୍ଲା ପର୍ଯ୍ୟବେକ୍ଷକ ବିସ୍ମୟ ମହାପାତ୍ର, ବ୍ଲକ ଅଧକ୍ଷା ରୁଦା ମଲିକ, ଏଆଇସିସି ସଦସ୍ୟ ଘନ କୁମାର ଶବର, ଦାରିଙ୍ଗବାଡି ବ୍ଲକ ସଭାପତି ପ୍ରଦୀପ ନାୟକ, କନ୍ଧମାଳ ଯୁବ କଂଗ୍ରେସ ସଭାପତି ବସନ୍ତ କୁମାର ପାଢୀ, ବିଧାୟକ ପାର୍ଥି ଶ୍ୟାମ ଘନ ପ୍ରଧାନ, ଭଞ୍ଜ ନଗର ନିର୍ବାଚନ ମଣ୍ଡଳୀ ନେତା ପ୍ରଶାନ୍ତ କୁମାର ବିଶୋଇ, ଜିଲ୍ଲା ପରିଷଦ ସଭ୍ୟା ସନ୍ଧ୍ୟାରାଣୀ ପ୍ରଧାନ ଓ ଦୀପିକା ମାଝୀ ପ୍ରମୁଖ ଯୋଗଦେଇଥିଲେ I ଏହି ମିଶ୍ରଣ ପର୍ବ ବ୍ଲକ ଅଧକ୍ଷାଙ୍କ ନେତୃତ୍ୱ କ୍ରମେ ଆୟୋଜନ ହୋଇଥିବା ବେଳେ ଜିଲ୍ଲା ସଭାପତି ଅନାମ ନାୟକ ମିଶ୍ରଣ ପର୍ବକୁ ପରିଚାଳନା କରିଥିଲେ I ଏହି ମିଶ୍ରଣ ପର୍ବରେ ବିଜେଡ଼ିରୁ ଦୁଇ ବର୍ଷ ତଳେ ବହିସ୍କୃତ ହୋଇଥିବା ଦାରିଙ୍ଗବାଡ଼ି ବ୍ଲକ ଉପାଧ୍ୟକ୍ଷ ରମାକାନ୍ତ ବଳିଆରସିଂ କଂଗ୍ରେସରେ ଯୋଗ ଦେଇଥିବା ବେଳେ ବିଭିନ୍ନ ପଞ୍ଚାୟତରୁ ବିଜେପି ଓ ବିଜେଡି ଦଳରୁ ଆସି ୯୪ ଜଣ କର୍ମୀ କଂଗ୍ରେସରେ ଯୋଗଦେଇଥିଲେ I ଏହି ମିଶ୍ରଣ ପର୍ବରେ ଆଗାମୀ ତ୍ରିସ୍ତରୀୟ ନିର୍ବାଚନରେ ଦଳ କିଭଳି ଭଲ ପ୍ରଦର୍ଶନ କରିବ ଏବଂ ନିର୍ବାଚନରେ କଂଗ୍ରେସର ବ୍ଲକ ଅଧକ୍ଷା ପଦ କିପରି ହାତେଇବ ସେନେଇ ଆଲୋଚନା ହେବା ସହ ୨ ଟି ଜିଲ୍ଲା ପରିଷଦ ପଦ କିପରି ହାତେଇବ ସେନେଇ ଆଲୋଚନା ହୋଇଥିଲା I ଏହି ମିଶ୍ରଣ ପର୍ବରେ କଂଗ୍ରେସ କର୍ମୀ ଜିଲ୍ଲା ଯୁବ ଉପସଭାପତି ସିମଲାରାଣୀ ପଡ୍ରା, ଜିଲ୍ଲା କଂଗ୍ରେସ ଉପସଭାପତି ଗଗନ କୁମାର ପ୍ରଧାନ, ସାନଖେମୁଣ୍ଡି ଯୁବ ସଭାପତି ଚିନ୍ମୟ କୁମାର ହୋତା, କାଳୀ ପ୍ରସାଦ ମଲିକ, ଘୁ.ଉଦୟଗିରି ନଗର ସଭାପତି ଏନ ରାଜାରାଓ, ଘୁ.ଉଦୟଗିରି ବ୍ଲକ ସଭାପତି ସଦାନନ୍ଦ ନାୟକ, ଜିଲ୍ଲା କୃଷକ ସେଲ ସଭାପତି ମାନଭଞ୍ଜନ ପ୍ରଧାନଙ୍କ ସମେତ ଶତାଧିକ କଂଗ୍ରେସ କର୍ମୀ ଯୋଗଦେଇଥିଲେ ।
Sign in
Sign in
Recover your password.
A password will be e-mailed to you.