ଜେଏମଏମ ପକ୍ଷରୁ ବିଧାନସଭା ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ସହ ରାଜ୍ୟପାଳଙ୍କୁ ଦାବିପତ୍ର ପ୍ରଦାନ

0 2

ବାରିପଦା/ଦିଲ୍ଲୀପ ମହାନ୍ତି: ଜେଏମଏମ ପକ୍ଷରୁ ଓଡିଶା ପ୍ରଦେଶ ଅଧ୍ଯକ୍ଷ୍ଯା ଅଞ୍ଜନୀ ସୋରେନଙ୍କ ନେତୃତ୍ଵରେ ବିଶ୍ଵ ଆଦିବାସୀ ଦିବସ ଉପଲକ୍ଷେ ଓଡ଼ିଶା ବିଧାନସଭା ସମ୍ମୁଖରେ ଆଦିବାସୀ ପାରମ୍ପରିକ ବସ୍ତ୍ର ପରିଧାନକରି ନୃତ୍ୟ ପରିବେଷଣ କରିବା ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଓଡ଼ିଶା ପ୍ରଦେଶର ପ୍ରତିନିଧି ମାନେ ଓଡିଶାର ମହାମହିମ ରାଜ୍ୟପାଳ ଶ୍ରୀଗଣେଶି ଲାଲଙ୍କୁ ୩ ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ କରିଛନ୍ତି । ଦାବି ଗୁଡ଼ିକ ମଧ୍ୟରେ ଜନଗଣନାରେ “ସାର୍ନା କୋଡ଼” ସ୍ଥାନୀତ କରାଯାଉ ଏବଂ ଜାତିଭିତ୍ତିକ ଜନଗଣନା କରାଯାଉ । ରାଜ୍ୟର ଏକମାତ୍ର ସ୍ଵୀକୃତି ପାଇଥିବା ଆଦିବାସୀ ଭାଷା “ସାନ୍ତାଳୀ”ରେ ତଥା ଅଲଚିକିରେ ପ୍ରାଥମିକ ସ୍ତରରୁ ଶିକ୍ଷା ବ୍ୟବସ୍ଥା କରାଯାଉ । ଆଦିବାସୀଙ୍କ ପାରମ୍ପାରିକ ବିଚାର ବ୍ୟବସ୍ଥା ମାଝୀ ପାରଗାନା ମାନକି ମୁଣ୍ଡା ପାହାଡ଼ି ପଧାନି ଆଦି ବ୍ୟବସ୍ଥାକୁ ସ୍ୱୀକୃତି ଦେବା ସଙ୍ଗେସଙ୍ଗେ ପାରମ୍ପରିକ ମୁଖ୍ୟଙ୍କୁ ଭତ୍ତା ଦେବାର ବ୍ୟବସ୍ଥା କରାଯାଉ ଏବଂ ହୋ ମୁଣ୍ଡାରୀ,କୁଡୁମାଲୀ ଓ କୁଡ଼ୁଖ ଭାଷାକୁ ସମ୍ବିଧାନର ଅଷ୍ଟମ ସୂଚୀରେ ସ୍ଥାନିତ କରାଯାଉ । ଏହି କାର୍ଯ୍ୟକ୍ରମରେ ଓଡିଶା ପ୍ରଦେଶ ଅଧ୍ଯକ୍ଷାଙ୍କ ସମେତ ରାଜ୍ୟ ସାଧାରଣ ସମ୍ପାଦକ ରାମଚନ୍ଦ୍ର ହାଁସଦାଃ ପୂର୍ବତନ ଲୋକସଭା ସାଂସଦ , ରାଜ୍ୟ କୋଷାଧ୍ଯକ୍ଷ ପ୍ରଲ୍ଳାଦ ପୂର୍ତି ପୂର୍ବତନ ବିଧାୟକ, ପୂର୍ଵ ସାଙ୍ଗଠନିକ ଜିଲ୍ଲା ମୟୂରଭଞ୍ଜ ସଭାପତି ପ୍ରଭୁଦନ ମାର୍ଣ୍ଡି, ସମ୍ପାଦକ ସୁନ୍ଦର ମୋହନ ସିଂ, ମୟୂରଭଞ୍ଜ ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ଅର୍ଜୁନ ମୁର୍ମୁ, ବରିଷ୍ଟ ନେତା ଅନନ୍ତ ମୁର୍ମୁ, ପଞ୍ଚିମ ସାଙ୍ଗଠନିକ ଜିଲ୍ଲା ମୟୂରଭଞ୍ଜ ସଭାପତି ରାମଚନ୍ଦ୍ର ହେମ୍ବ୍ରମ, ସମ୍ପାଦକ ସୁନାରାମ ଟୁଡୁ, ମୟୂରଭଞ୍ଜ ମହିଳା ମୋର୍ଚ୍ଚା ସଭାପତି ସରୋଜିନୀ ମୁର୍ମୁ, ରାଇସେନ ମୁର୍ମୁ, ବାବୁଲୁ ମୁର୍ମୁ, ଜଟିଆ ମାର୍ଣ୍ଡି, ସିଙ୍ଗିରାୟ ସୋରେନ, ଜଗବନ୍ଧୁ ସିଂ, ହିମତଲାଲ ସିଂ, ଶଙ୍ଖର ବାସ୍କେ ଉପସ୍ଥିତ ଥିଲେ ।

Leave A Reply

Your email address will not be published.