ରେଢାଖୋଲ ବ୍ଲକ ଓ ଏନଏସି ଛାତ୍ର ବିଜେଡିର ବୈଠକ।

0 1

ରେଢାଖୋଲ ( ଅନିଲ କୁମାର ପୃଷ୍ଟି ):  ସମ୍ବଲପୁର ଜିଲ୍ଲା ରେଢାଖୋଲ ବ୍ଲକ ଓ ଏନେସି ଛାତ୍ର ବିଜୁ ଜନତା ଦଳ(ବିଜେଡି)ର ଏକ ବୈଠକ ବିଜୁ କଲ୍ୟାଣ ମଣ୍ଡପ ଠାରେ ରବିବାର ଅନୁଷ୍ଠିତ ହୋଇ ଯାଇଛି। ଛାତ୍ର ବିଜେଡିର ନଗର ସଭାପତି ଶିବ ଶମ୍ଭୁ ନନ୍ଦଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଜିଲ୍ଲା ପରିଷଦ ସଦସ୍ୟ ପ୍ରଦୀପ ପ୍ରଧାନ, ପୂର୍ବତନ ଏନଏସି ଉପାଧ୍ୟକ୍ଷ ସୁନୀଲ ପ୍ରଧାନ, ଜିଲ୍ଲା ଛାତ୍ର ବିଜେଡି ସଭାପତି ଡା. ସିଦ୍ଧାନ୍ତ ମହାନ୍ତି, ସମ୍ବଲପୁର ଜିଲ୍ଲା ପର୍ଯ୍ୟବେକ୍ଷକ ସନ୍ତୋଷ କୁମାର ମହାପାତ୍ର, ରେଢାଖୋଲ ନଗର ସଭାପତି ସିଦ୍ଧାର୍ଥ ଶଙ୍କର ପ୍ରଧାନ, ଜିଲ୍ଲା ସାଧାରଣ ସମ୍ପାଦକ ପୁରୁଷୋତ୍ତମ ଅଗ୍ରୱାଲ, ବ୍ଲକ ଯୁବ ସଭାପତି ସୂର୍ଯ୍ୟକାନ୍ତ ପ୍ରଧାନ, ପୂର୍ବତନ କାଉନସିଲର ଲକ୍ଷ୍ମଣ ପ୍ରଧାନ ପ୍ରମୁଖ ବହୁ କାର୍ଯ୍ୟ କର୍ତ୍ତା ଯୋଗ ଦେଇଥିଲେ। କାର୍ଯ୍ୟକ୍ରମ ପ୍ରାରମ୍ଭରେ ରେଢାଖୋଲ ବସଷ୍ଟାଣ୍ଡ ସ୍ଥିତ ସନ୍ଥ କବି ଭୀମ ଭୋଇଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରା ଯାଇଥିଲା। ଏହି ବୈଠକରେ ଛାତ୍ର ଛାତ୍ରୀ ମାନେ କିପରି ବିକାଶ ଦିଗରେ ଅଗ୍ରସର ହେବେ ଦଳ ପକ୍ଷରୁ ଏ ଦିଗରେ ସଚେତନ କରିବା ସହ ବିଜେଡିକୁ ମଜବୁତ କରିବା ପାଇଁ ଆହ୍ୱାନ ଦେଇଥିଲେ।

Leave A Reply

Your email address will not be published.