ଘୁ.ଉଦୟଗିରି(ଗଗନ କୁମାର ପ୍ରଧାନ): କନ୍ଧମାଳ ଜିଲ୍ଲା ଅଧିନସ୍ଥ ଦାରିଙ୍ଗବାଡି ବ୍ଲକ ଗ୍ରୀନବାଡ଼ି ଗ୍ରାମରେ ଗ୍ରାମ୍ୟ କଲ୍ୟାଣ କମିଟି ପକ୍ଷରୁ ଏକ ବୈଠକ ହୋଇଥିଲା I ବୈଠକରେ ଗ୍ରାମର ଶାନ୍ତି ଶୃଙ୍ଖଳା ବଜାୟ ରଖିବା ସହ ବିକାଶ ପାଇଁ ଆଲୋଚନା ହୋଇଥିଲା I ଏହା ପରେ ସର୍ବସମ୍ମତି କ୍ରମେ ଆରଡ଼ି ରୋଡ଼ ଠାରୁ ଶ୍ମଶାନ ପର୍ଯ୍ୟନ୍ତ ପ୍ରାୟ ୫୦୦ ମିଟରରୁ ଉର୍ଦ୍ଧ ଦୂରତା ଥିବା ରାସ୍ତା ଉଭୟ ପାର୍ଶ୍ୱକୁ ସଫେଇ କରୀବା ସହ ତାର ଜାଲି ବାଡ଼ ଦେଇ ଆବଦ୍ଧ କରିଥିଲେ ଗ୍ରାମ ବାସୀ I ଗ୍ରାମ୍ୟ କଲ୍ୟାଣ କମିଟି ସଭାପତି ପ୍ରତାପ ଚନ୍ଦ୍ର ନାୟକ ଓ ସମ୍ପାଦକ ଶିବପ୍ରସାଦ ଦିଗାଳ ଏହାର ନେତୃତ୍ୱ ନେଇଥିଲେ I ଗ୍ରାମ୍ୟ କମିଟି ମୁଖ୍ୟାଙ୍କ ନେତୃତ୍ୱରେ ପ୍ରତିବର୍ଷ ଏହିଭଳି ସଫେଇ କାର୍ଯ୍ୟ କରାଯାଇଥିବା ଜଣାପଡିଛି I ଏଥିରେ ବରିଷ୍ଠ ଶିକ୍ଷକ ତଥା କବି ବିଦେଶୀ ନାୟକଙ୍କ ସମେତ ବରିଷ୍ଠ ନାଗରିକ ପ୍ରଭାକର ଦିଗାଳ, ଉପ ସଭାପତି ଗୋପାଳ ନାୟକ, ତ୍ରିଲୋଚନ ନାୟକ, ଲଷ୍ମୀକାନ୍ତ ମଲ୍ଲିକ, ସ୍ମୁତିବିକାଶ ନାୟକ ,ଜୁନସ ନାୟକ, ସୁଧାକର ନାୟକ ପ୍ରମୁଖ ଗ୍ରାମବାସୀ ଉପସ୍ଥିତ ରହି ସଫେଇ କାର୍ଯ୍ୟ ସହ ତାର ଜାଲି ବାଡ଼ କାର୍ଯ୍ୟକୁ ସମ୍ପୂର୍ଣ୍ଣ କରିଥିଲେ I
Sign in
Sign in
Recover your password.
A password will be e-mailed to you.
Next Post