ବଲାଙ୍ଗୀର (ନିରୋଜ ମିଶ୍ର) ; ବଲାଙ୍ଗୀର ସହରରେ ସାମ୍ବାଦିକ ପ୍ରତି ଅପମାନ ହୋଇଥିବା ଅଭିଯୋଗ କରି ଆଜି ସାମ୍ବାଦିକ ମାନେ ଡ଼ିଜିଙ୍କ ପ୍ରେସମିଟକୁ ବର୍ଜନ କରିବା ସହ ଧାରଣାରେ ବସିଥିଲେ |
ସୂଚନା ଅନୁସାରେ ଆଜି ସକାଳୁ ଡ଼ି, ଜି,ଶ୍ରୀ ଅଭୟ ମନୋହର ପୁର ହେଳିପେଡ଼ ରେ ଅବତରଣ ପରେ ସାମ୍ବାଦିକ ଙ୍କୁ ନିଜ ପ୍ରତିକ୍ରିୟା ସକାଳ ୧୧ ଘ,୧୫ମିନିଟ ସମୟ ମଧ୍ୟରେ ଦେବା ପାଇଁ ବଲାଙ୍ଗୀର ପୋଲିସ ପକ୍ଷରୁ ସାମ୍ବାଦିକଙ୍କୁ ସୂଚନା ଦିଆଯାଇଥିଲା | ଆଉ ଏଥିପାଇଁ ସହରର ସମସ୍ତ ଗଣ ପ୍ରତିନିଧି ଅପେକ୍ଷାରତ ଥିଲେ ରିଜର୍ଭ ପୋଲିସ ଗେଟ ସମ୍ମୁଖରେ। ହେଲେ ବହୁତ ସମୟ ଧରି ଫାଟକ ଖୋଲାଗଲା ନାହିଁ କି ଏସପି ମନ କରିଛନ୍ତି କହି ସେମାନଙ୍କୁ ଭିତରକୁ ଯିବାକୁ ଦିଆଗଲାନାହିଁ | ତାହାର ପ୍ରତିକ୍ରିୟାରେ ସାମ୍ବାଦିକମାନେ ଫାଟକ ସାମନାରେ ଧାରଣାରେ ବସିବା ସହ ଡ଼ିଜିଙ୍କ ପ୍ରେସମିଟକୁ ବର୍ଜନ କରିଥିଲେ
Sign in
Sign in
Recover your password.
A password will be e-mailed to you.