ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ପଦ୍ମପୁର ନିର୍ବାଚନ ମଣ୍ଡଳୀ ସ୍ତରୀୟ ସାଂଗଠନିକ ବୈଠକ

0 2

ପଦ୍ମପୁର-ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ପଦ୍ମପୁର ନିର୍ବାଚନ ମଣ୍ଡଳୀର ତିନିଗୋଟି ବ୍ଳକ ଓ ଏନଏସି ସ୍ତରୀୟ ନୂତନ ଭାବେ ଦାୟିତ୍ବ ନେଇଥିବା କର୍ମକର୍ତ୍ତା ମାନଙ୍କୁ ନେଇ ସାଂଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ବିଜୁ ଛାତ୍ର ଜନତା ଦଳ ପଦ୍ମପୁର ବ୍ଳକ ସଭାପତି ଲୋକନାଥ ମେହେର ଓ ଏନଏସି ସଭାପତି ରୋହିତ ସେଠ , ପାଇକମାଲ ବ୍ଳକ ସଭାପତି ରବିନାରାୟଣ ସାହୁ ଓ ଝାରବନ୍ଧ ବ୍ଳକ ସଭାପତି ପ୍ରଶାନ୍ତ ବରିହାଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ବୈଠକ ଗୁଡିକରେ ବିଜୁ ଛାତ୍ର ଜନତା ଦଳ ରାଜ୍ୟ କାର୍ଯ୍ୟକାରିଣୀ ସଭାପତି ଅଭିନାଶ ଠାକୁର,ରାଜ୍ୟ ସାଧାରଣ ସମ୍ପାଦକ ଶୁଭ୍ରାଂଶୁ ପାଢୀ,ବରଗଡ଼ ଜିଲ୍ଲା ସଭାପତି କରନ ସିକନ୍ଦର, ଉପସଭାପତି ନୀଲାମ୍ବର ଦୀପ,ଡିଜିଟାଲ ସମ୍ପାଦକ ଭୂପତି ପଧାନ,ବରଗଡ଼ ନଗର ସଭାପତି ଅଭିଶେଖ ମାଝୀ ଯୋଗଦେଇଥିଲେ । ଏହି ବୈଠକ ଗୁଡିକରେ ବିଜୁ ଛାତ୍ର ଜନତା ଦଳ ର ସଙ୍ଗଠନ କୁ କିପରି ଭାବେ ରାଜ୍ୟ ରୁ ଜିଲ୍ଲା ଜିଲ୍ଲା ରୁ ପ୍ରତେକ ବ୍ଲକ୍ ,ପଞ୍ଚାୟତ,ଏନ୍.ଏ.ସି ,ଓ୍ବାର୍ଡ଼ ପର୍ୟ୍ଯନ୍ତ ସୁଦୃଢ଼ ହେବାସହ କିପରି କିପରି ଅଧିକ କ୍ରିୟାଶୀଲ ହୋଇପାରିବ। ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କର ବିଭିନ୍ନ ଲୋକାଭିମୁଖୀ କାର୍ଯ୍ୟ ର କିପରି ବ୍ୟାପକ ପ୍ରଚାର ପ୍ରସାର ହେବ। ପ୍ରତ୍ୟେକ ବ୍ଲକ,ପଞ୍ଚାୟତ,ଏନ୍.ଏ.ସି ରେ ନିଜର ଜିଲ୍ଲା ଓ ବ୍ଲକ କର୍ମକର୍ତ୍ତାଙ୍କର ମାଧ୍ୟମରେ ବିଭିନ୍ନ ସାମାଜିକ କାର୍ୟକ୍ରମ ଦ୍ୱାରା ସଙ୍ଗଠନ କୁ କ୍ରିୟାଶୀଳ କରାଯିବ। ସମସ୍ତ କାର୍ଯ୍ୟକର୍ତ୍ତା ମାନଙ୍କୁ ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ବିଷୟରେ ଅବଗତ କରାଇବାସହ,ସଚେତନ କରି ଅପପ୍ରଚାରକୁ ଦୂର କରାଯିବ। ଆଗାମୀ ଏନ୍.ଏ.ସି ଓ ପଞ୍ଚାୟତ ନିର୍ବାଚନ ପାଇଁ କିପରି ପ୍ରସ୍ତୁତ ରୁହାଯିବ। ଏହି ସବୁ ବିଷୟ ପ୍ରତି ଆଲୋଚନା କରାଯାଇଥିଲା ।

Leave A Reply

Your email address will not be published.