ଲୋୟର ଶୁକତେଲ ବୁଡି ଅଂଚଳ ପରିଦର୍ଶନ କଲେ ନରସିଂହ

0 2

ସଂପୁର୍ଣ୍ଣ ବିସ୍ଥାପିତ ନହେବା ପର୍ଯ୍ୟନ୍ତ ଲୋକଙ୍କ ମୌଳିକ ଅଧିକାର ପ୍ରତି ଧ୍ୟାନ ଦେଉ ସରକାର- ନରସିଂହ

ବଲାଙ୍ଗିର(ନିରୋଜ ମିଶ୍ର)- ରାଜ୍ୟ କଂଗ୍ରେସ ବିଧାୟକ ଦଳ ନେତା ତଥା ମାନ୍ୟବର ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ଲୋୟର ସୁକତେଲ ଜଳ ସରଚନ ପ୍ରକଲ୍ପ ଦ୍ୱାରା ସଂପୁର୍ଣ୍ଣ ପ୍ରଭାବିତ ହେଉଥିବା ବଡ ତେଲେନ ପାଲି, ଖୂଣ୍ଟପାଲି ଓ ଢୁଲୁସର ର କିଛି ଅଂଚଳ ପରିଦର୍ଶନରେ ଯାଇଥିଲେ । ଏହି ଗସ୍ତ ସମୟରେ ବିଶେଷ କରି ବୁଡି ଅଂଚଳରେ ଲୋକେ କିପରି ଶାନ୍ତିପୂର୍ଣ୍ଣ ଭାବେ ବିସ୍ତାପିତ ହେବେ ଓ ବିସ୍ତାପିତ ହେବା ପୂର୍ବରୁ ତାଙ୍କ ସମସ୍ତ ପ୍ରକାର କ୍ଷତି ପୂରଣ ଠିକ ଭାବେ ପାଇ ପାରିବେ ଉବଂ ସରକାର ଦେଇଥିବା ପ୍ରତିଶୃତି ମୁତାବକ ଠୀକ ସ୍ଥାନରେ ପୁନର୍ବା ଓ ଥଂଥାନ ହୋଇ ପାରିବ ସେ ଉପରେ ସବିଶେଷ ଆଲୋଚନା ହୋଇଥିଲାା ଏହି ଆଲୋଚନା ସମୟରେ ଲୋୟର ସୁକତେଲ ଜଳ ସେଚନ ପ୍ରକଳ୍ପ ର ପୁନର୍ବାସ ଓ ତଇଥାନ ପ୍ରକଳ୍ପ ନିଦେ୍ର୍ଧଶକ ମହେଶର୍ୱ ମହାପାତ୍ର, ସ୍ୱତନ୍ତ୍ର ଭୂ ଅର୍ଜନ ଅଧିକାରୀ କୁମାର ନାଗ ଭୂଷଣ ତଥା ପ୍ରକଳ୍ପ ସଂକ୍ରନ୍ତିୟ ସମସ୍ତ ଅଧିକାରୀ ଉପସ୍ଥିତ ଥିଲେ । ଆଲୋଚନା ସମୟରେ ଜଣା ପଡିଥିଲା ଯେ, ଆଦିବାସୀ ବହୁଳ ବଡ ତେଲେନପାଲି ଲୋକଙ୍କ ସରଳତାକୁ ନେଇ ସେମାନଙ୍କ ଠାରୁ ବିସ୍ଥାପିତ ହେବା ପାଇଁ ଜମି ଜାଗାରେ ଟଙ୍କା ଦିଆଯାଉ ବୋଲି ଲିଖି ନିଆଯାଇଥିଲା । ତେଣୁ ସେମାନଙ୍କୁ ତାଙ୍କ ଦାବୀ ମୁତାବକ ରହିବା ପାଇଁ ବଲାଙ୍ଗିର ଉପକଣ୍ଟ ରେ ଜମି ଦିଆ ଯାଉ ବୋଲି ବିଧାୟକ ଶ୍ରୀ ମିଶ୍ର ଉପସ୍ଥିତ ଅଧିକାରୀ ସାମନାରେ ଦାବୀ କରିଥିଲେ । ଆଲୋଚନା ସମୟରେ ଲୋକଙ୍କ ଆଉ ଗୋଟିଏ ପ୍ରମୂଖ ଦାବୀ ଥିଲା ଯେ, ବଲାଙ୍ଗିର ସହର ନିକଟସ୍ଥ କୌଣସି ଗୋଟିଏ ଜାଗାରେ ସମସ୍ତ ବିସ୍ଥାପିତଙ୍କୁ ଥଇଥାନ କରାଯାଉ । ଏହା ସହ ଲୋକେ ସଂପୁର୍ଣ୍ଣ ବିସ୍ଥାପିତ ନହେବା ପର୍ଯ୍ୟନ୍ତ ସେମାନଙ୍କ ଯୋପରି କୋଣସି ମୌଲିକ ଅଧିକାର ପାଇବାରୁ ବଞ୍ଚିତ ନହେବେ ସେ ଉପରେ ସରକାର ଓ ଅଧିକାରୀମାନେ ସ୍ୱତନ୍ତ୍ର ଧ୍ୟାନ ଦିଅନ୍ତୁ ବୋଲି ବିଧାୟକ ଶ୍ରୀ ମିଶ୍ର କହିଥିଲେ । ସବୁଠାରୁ ଆଶ୍ଚର୍ଯ୍ୟଜନକ ବିଷୟ ଯେ, ସର୍ଭେ ସମୟରେ ଜଣେ ଜିବିତ ବ୍ୟକ୍ତି କୁ ମୃତ ବୋଲି ଦର୍ଶାଇ ତାହାର ପାଇବାକୁ ଥିବା କ୍ଷତିପୂରଣ ହେର ଫେର କରାଯାଇଛି । ତେଣୁ ସର୍ଭେ ସମୟରେ ଅଧିକାରୀମାନେ ଏସବୁ ପ୍ରତି ସ୍ୱତନ୍ତ୍ର ଧ୍ୟାନ ଦିଅନ୍ତୁ ଉବଂ ପିଡିତ ବ୍ୟକ୍ତି ଯାହାକୁ କି ବଞ୍ଚିଥିବା ସତ୍ୱେ ମୃତ ଦର୍ଶା ଯାଇଛି ତାକୁ ସମସ୍ତ କ୍ଷତି ପୂରଣ ପ୍ରଦାନ କରାଯାଉ ବୋଲି ଶ୍ରୀ ମିଶ୍ର କ୍ଷୋଭ ପ୍ରକାଶ କରିଥିଲେ । ଆଜି ଏହି ଗସ୍ତ ସମୟରେ ଖୂଣ୍ଟପାଲି, ବଡ ତେଲେନ ପାଲି ଓ ଢୁଲୁସର ଠାରେ ବିସ୍ଥାପିତ ଗ୍ରାମବାସୀ ବିଧାୟକ ଶ୍ରୀ ମିଶ୍ରଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଦେଇଥିଲେ । ଶ୍ରୀ ମିଶ୍ରଙ୍କ ବ୍ୟତିତ ଅନ୍ୟମାନଙ୍କ ମଧ୍ୟରେ ଘାସୀରାମ ବେହେରା, ଲୋକନାଥ କୁମୁରା ଓ ପ୍ରକଳ୍ପ ସମ୍ବନ୍ଧୀୟ ଅଧିକାରୀମାନେ ଉପସ୍ଥିତ ଥିଲେ ।

 

Leave A Reply

Your email address will not be published.