ଲାଂଚ ନେବା ମହଙ୍ଗା ପଡିଲା: ଭିଜିଲାନସ୍ ଜାଲରେ ଫସିଗଲେ ନାକଟିଦେଉଳ ବ୍ଲକର ଏପିଓ ବାବୁ

0 1

Tahasildar Under Vigilance Scanner In Odisha, Caught Red-Handed

ରେଢାଖୋଲ ( ଅନିଲ କୁମାର ପୃଷ୍ଟି ) ନାକଟିଦେଉଳ ବ୍ଲକ୍ ର ସହକାରୀ ପୋଗ୍ରାମ ଅଧିକାରୀ ଭିଜିଲାନସ୍ ଜାଲରେ ଫସିଗଲେ। ଏହାକୁ ନେଇ ଅଂଚଳରେ ବେଶ୍ ଚାଂଚଲ୍ୟ ଖେଳିଯାଇଥିବା ବେଳେ ଏବେ ଜେଲର ଚାରିକାନ୍ଥ ଭିତରେ ସଂପୃକ୍ତ ଅଧିକାରୀ।

ପ୍ରକାଶ ଯେ, ନାକଟିଦେଉଳ ବ୍ଲକ୍ ର ସହକାରୀ ପୋଗ୍ରାମ୍ ଅଧିକାରୀ ସୁରେନ୍ଦ୍ର ସାହୁ ନାକଟିଦେଉଳର ଜନୈକ ବ୍ୟକ୍ତିଙ୍କର ଏକ ମାଟିକାମର ବିଲ୍ କରିବା ପାଇଁ ସଂପୃକ୍ତ ବ୍ୟକ୍ତିଙ୍କ ଠାରୁ ୪ ହଜାର ଟଙ୍କା ଲାଂଚ ନେଉଥିବା ବେଳେ ଛପି ରହିଥିବା ଭିଜିଲାନ୍‌ସ ଜାଲରେ ଫସିଯାଇଥିଲେ। ତାଙ୍କ ଠାରୁ କେମିକାଲ୍ ବୋଳା ୪ ହଜାର ଟଙ୍କା ଭିଜିଲାନସ୍ ଅଧିକାରୀ ଜବତ କରିବା ସହ ତାଙ୍କୁ ଗିରଫ କରିଥିଲେ।

ନାକଟିଦେଉଳ ବ୍ଲକ୍ ଗଜାବୁରୀ ଠାରେ ଏକ କେନାଲ କାମର ବିଲ୍ କରିବା ପାଇଁ ନାକଟିଦେଉଳ ଗ୍ରାମର ସଲିମ୍ ସାହୁ ଏପିଓଓଙ୍କ ପାଖକୁ ବାରମ୍ବାର ଦଉଡୁଥିଲେ। ହେଲେ ଏପିଓ ମହାଶୟ ଆଜି ବିଲ୍ ହେବ କାଲିକି ହେବ କହି ତାରିଖ ଘୁଂଚାଇ ଚାଲିଥିଲେ। ବିଲ୍ କରିବା ପାଇଁ ସେ କିଛି ଟଙ୍କାର ଆବଶ୍ୟକ ବୋଲି କହିବାରୁ ସଲିମ୍ ସାହୁ ତାଙ୍କ ଜଣେ ସାଙ୍ଗ ସ୍ଥିତପ୍ରଜ୍ଞ ସାହୁଙ୍କ ମାଧ୍ୟମରେ ୪ ହଜାର ଟଙ୍କା ଧରି ନାକଟିଦେଉଳ ବ୍ଲକ୍ ଅଫିସକୁ ସଂଧ୍ୟାରେ ଯାଇ ଦେଖା କରିଥିଲେ। ଭିଜିଲାନସ୍ ଅଧିକାରୀମାନେ ଆଗରୁ ପ୍ରସ୍ତୁତ ହୋଇ ଯାଇଥିଲେ। ସ୍ଥିତପ୍ରଜ୍ଞ ସାହୁ ଟଙ୍କା ଦେବା ମାତ୍ରକେ ଭିଜିଲାନସ୍ ଅଧିକାରୀ ତାଙ୍କଠାରୁ କେମିକାଲ୍ ବୋଳା ଟଙ୍କା ଜବତ କରିବା ସହ ତାଙ୍କୁ ତୁରନ୍ତ ଗିରଫ କରି ସମ୍ବଲପୁରୁ ଭିଜିଲାନସ୍ କୋର୍ଟକୁ ନେଇ ଯାଇଥିବା ଜଣା ପଡିଛି।

Leave A Reply

Your email address will not be published.