ପଞ୍ଚମ ଶ୍ରେଣୀ ଛାତ୍ର ସ୍ମୁତି ରଂଜନଙ୍କ ମୁହଁ ରେ ହସ ଫୁଟେଇବା ପାଇଁ ଏକ ଛୋଟ ପ୍ରୟାସ

0

ଭୁବନେଶ୍ୱର(ଶାସକ ପ୍ରଶାସକ) : ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ସାମାଜିକ ପ୍ରତିବଦ୍ଧତାର ଆହ୍ବାନରେ ଅନୁପ୍ରାଣିତ ହୋଇ ପଞ୍ଚମ ଶ୍ରେଣୀ ଛାତ୍ର ଦିବ୍ୟାଙ୍ଗ ସ୍ମୁତି ରଞ୍ଜନ ଦାସଙ୍କୁ ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମର ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର ଏକ ଟ୍ରାଇ ସାଇକେଲ ପ୍ରଦାନ କରିଛନ୍ତି । ଏହି ପରିପ୍ରେକ୍ଷୀରେ ସେ କହିଥିଲେ କି “ସ୍ମୁତି ରଞ୍ଜନ ଙ୍କ ମୁହଁ ରେ ଆଜି ହସର ମୂକ୍ତା କୁ ଦେଖି ମୁଁ ଅତ୍ୟନ୍ତ ଆନନ୍ଦିତ ଏବଂ ଏହି ପରିପୁରକ ସମାଜରେ ଆମେ ସମସ୍ତେ  ସେବା ମନୋଭାବ ରେ ବ୍ରତି ହୋଇ ପରସ୍ପରକୁ ସାହାଯ୍ୟ ର ହାତ ବଢ଼ାଇବା ଉଚିତ। ଏହିଭଳି ସାମାଜିକ କାର୍ଯ୍ୟ ଆଗାମୀ ଦିନରେ ମଧ୍ୟ ଜାରୀ ରହିବ। ଏହି ଟ୍ରାଇ ସାଇକେଲ ପ୍ରଦାନ କାର୍ଯ୍ୟକ୍ରମରେ ବିଜୁ ଯୁବ ଜନତା ଦଳ ର ରାଜ୍ୟ ସାଧାରଣ ସମ୍ପାଦକ ଶ୍ରୀ ଆଶିଷ ରଞ୍ଜନ ମିଶ୍ର ଏବଂ ନାରୀ ନେତ୍ରୀ ଉର୍ମିଳା ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲେ।

Leave A Reply

Your email address will not be published.