ନୂଆଗାଁ/ (ସୁବ୍ରତ ପରିଡ଼ା): ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ଅନ୍ତର୍ଗତ ସିଙ୍ଗାର ପଲ୍ଲୀ ପଞ୍ଚାୟତ ଅଧିନରେ ଥିବା ସେନ୍ତେରି ଗ୍ରାମରେ ସିଙ୍ଗାର ପଲ୍ଲୀ ଠାରୁ କାପ୍ତା ପଲ୍ଲୀ ପର୍ଯ୍ୟନ୍ତ ରାସ୍ତା ନିର୍ମାଣ ପାଇଁ ଶୁଭ ଭିତ୍ତି ପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସିଙ୍ଗାର ପଲ୍ଲୀ ପଞ୍ଚାୟତ ପୂର୍ବତନ ସରପଞ୍ଚ ତଥା ନୂଆଗାଁ ବ୍ଲକ୍ ବିଜେଡ଼ି ଉପ ସଭାପତି ମୁରଲୀ ଧର ଜେନା ଙ୍କ ସଭାପତିତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ନୟାଗଡ ଜିଲ୍ଲା ବିଜେଡ଼ି ସଭାପତି ତଥା ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଯୋଗଦେଇ ରାସ୍ତା ନିର୍ମାଣ ପାଇଁ ଭିତ୍ତି ପ୍ରସ୍ତର ସ୍ଥାପନ କରିବା ସହ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିକାଶ ମୂଳକ କାର୍ଯ୍ୟକ୍ରମ ଯୋଗୁଁ ଜନସାଧାରଣ ଙ୍କ ଗମନା ଗମନ ସୁବିଧା ହେବା ସହ ବିକାଶ ଧାରା ତ୍ୱରାନ୍ୱିତ ହୋଇପାରିଛି କହିବା ସହ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କୁ କୃତଜ୍ଞତା ପ୍ରଦାନ କରିଥିଲେ। ଗମନା ଗମନ ସୁବିଧା ପାଇଁ ଦଶପଲ୍ଲା ବିଧାୟକ ଙ୍କ ପ୍ରଚେଷ୍ଟା କୁ ଗ୍ରାମବାସୀ ପ୍ରଶଂସା କରିଥିଲେ।ସମ୍ମାନୀତ ଅତିଥି ଭାବେ ନୂଆଗାଁ ବ୍ଲକ୍ ଅଧ୍ୟକ୍ଷ ଅନ୍ତର୍ଯ୍ୟାମୀ ସ୍ୱାଇଁ, ଉପାଧ୍ୟକ୍ଷା ପୁଷ୍ପାଞ୍ଜଳି ସାହୁ,ସାଂସଦ ଙ୍କ ପ୍ରତିନିଧି ବିଜୟ କୁମାର ଶାସମଲ୍,ବିଜେଡ଼ି ସଭାପତି ସନାତନ ସାମଲ,ଯୁବ ସଂଗଠକ ସଞ୍ଜୟ କୁମାର ସାହୁ,ଜିଲ୍ଲା ଛାତ୍ର ଉପ ସଭାପତି ଅମୂଲ୍ୟ ସାହୁ,ବ୍ଲକ୍ ଛାତ୍ର ସଭାପତି ସୁବ୍ରତ ପରିଡ଼ା,ଯୁବ ସାଧାରଣ ସମ୍ପାଦକ ଗୋଲଖ ବିହାରୀ ଗୋଚ୍ଛାୟତ ପ୍ରମୁଖ ଯୋଗଦେଇଥିଲେ।ଏହି ରାସ୍ତା ନିର୍ମାଣ ହେଲେ ହଜାର ହଜାର ଲୋକ ଗମନା ଗମନ ର ସୁବିଧା ପାଇପାରିବେ ବୋଲି ଲୋକମାନେ କହିବା ସହ ଏଭଳି ବିଧାୟକ ଙ୍କୁ ପାଇ ଆମେ ଗର୍ବିତ ବୋଲି କହିଥିଲେ।
Sign in
Sign in
Recover your password.
A password will be e-mailed to you.