ତୈଳ ଓ ରନ୍ଧନ ଗ୍ୟାସ ର ଅହେତୁକ ଦରବୃଦ୍ଧିକୁ ବିରୋଧ 

0

ଆସନ୍ତା ୧୫ ତାରିଖ ଦିନ ପେଟ୍ରୋଲ ,ଡିଜେଲ ଏବଂ ରନ୍ଧନ ଗ୍ୟାସ ନ କିଣିବା ପାଇଁ  ରାଜ୍ୟବାସୀଙ୍କୁ ନିବେଦନ କଲେ ପିସିସି ସଭାପତି  

ଭୁବନେଶ୍ୱର-କରୋନା ମହାମାରୀ ଯୋଗୁଁ ସାଧାରଣ ଲୋକଙ୍କ ଜୀବନ ଓ ଜୀବିକା ସଙ୍କଟାପନ୍ନ | ତା ସାଙ୍ଗକୁ  ଡିଜେଲ ଓ ପେଟ୍ରୋଲ ଉପରେ ଟିକସ ବୃଦ୍ଧି ଯୋଗୁଁ ବର୍ତ୍ତମାନ ତୈଳ ଦର ଲିଟର ପିଛା ୧୦୦ ଟଙ୍କାରୁ ଅଧିକ ହେଲାଣି। ସିଧା ସଳଖ ପ୍ରଭାବ ସାଧାରଣ ଜନତା ଉପରେ ପଡୁଛି Iସାଧାରଣ ଜନତା ଅତିଷ୍ଠ ହୋଇଗଲେଣି I ଏହି ଦରବୃଦ୍ଧିର ପ୍ରତିବାଦରେ କଂଗ୍ରେସ ଦଳ ବିଭିନ୍ନ ପର୍ଯାୟରେ ଆନ୍ଦୋଳନ କରିବାକୁ ନିଷ୍ପତି ନେଇଥିଲା I ସେହି ଅନୁସାରେ ଆସନ୍ତାକାଲି ୧୪ ତାରିଖ ବୁଧବାର ପିସିସି ପକ୍ଷରୁ ରାଜଧାନୀ ଭୁବନେଶ୍ୱର ରେ ସାଇକେଲ ଯାତ୍ରା  ମାଧ୍ୟମରେ ରାଜ୍ୟବାସୀଙ୍କୁ ସଚେତନ କରାଯିବ ବୋଲି ପିସିସି ସଭାପତି ଶ୍ରୀ  ନିରଞ୍ଜନ ପଟ୍ଟନାୟକ ଆଜିର ଏକ ଭିଡିଓ ବାର୍ତ୍ତା ଜାରି କରି ପ୍ରକାଶ କରିଛନ୍ତି  I ସେହିପରି ଆସନ୍ତା ୧୫ ତାରିଖ ଗୁରୁବାର ୪ ଟି ପ୍ରମୁଖ ବାମଦଳ ଓଡିଶା ବନ୍ଦ ଡାକରା ଦେଇଛି କଂଗ୍ରେସ ଦଳ ତାହାକୁ ପୂର୍ଣ୍ଣ ସମର୍ଥନ କରିବ ବୋଲି ଶ୍ରୀ  ପଟ୍ଟନାୟକ କହିବା ସହ ଓଡିଶା ବନ୍ଦ କୁ ସଫଳ କରିବା ପାଇଁ କଂଗ୍ରେସ ନେତୃବୃନ୍ଦ ଏବଂ ଜନସାଧାରଣଙ୍କୁ  ସାହାଯ୍ୟ ସହଯୋଗ କରିବା ପାଇଁ ନିବେଦନ କରିଛନ୍ତି  ଏବଂ  ସମସ୍ତ  ଜନସାଧାରଣକୁ ଅନୁରୋଧ କରିଛନ୍ତି  ଉକ୍ତ ୧୫ ତାରିଖ ଗୋଟିଏ ଦିନ  ପେଟ୍ରୋଲ ,ଡିଜେଲ ଓ ରନ୍ଧନ ଗ୍ୟାସ ନ କିଣିବା ପାଇଁ  I ସେହିପରି ଆସନ୍ତା ୧୭ ତାରିଖ ଶନିବାର ଦିନ ସମସ୍ତ ପେଟ୍ରୋଲ ଟାଙ୍କି ସମ୍ମୁଖରେ ସକାଳ ୯ ଘଟିକାରୁ  ଦିବା ୧୧ ତା ୩୦ ମି ପର୍ଯ୍ୟନ୍ତ ଗ୍ରାହକ ମାନଙ୍କର ପ୍ରତିକ୍ରିୟା ଓ ଦସ୍ତଖତ ସଂଗ୍ରହ କରି ବର୍ଦ୍ଧିତ ଦରଦାମ କୁ କମେଇବା ପାଇଁ ସରକାରଙ୍କ ପାଖରେ ଦାବି ଉପସ୍ଥାପନ କରିବୁ ବୋଲି ସେ କହିଛନ୍ତି  I  ଯେଉଁମାନଙ୍କୁ ଏହି ଦରଦାମ ବାଧୁଛି ସେମାନଙ୍କ ଠାରୁ ସମସ୍ତ କାର୍ଯ୍ୟକ୍ରମରେ ନିଶ୍ଚିତ ଭାବେ ସାହାଯ୍ୟ ଓ ସହଯୋଗ ପାଇବେ ବୋଲି ଶ୍ରୀ ପଟ୍ଟନାୟକ  ଆଶା ଓ ବିଶ୍ୱାସ ରଖିଛନ୍ତି  I

Leave A Reply

Your email address will not be published.