ନୂଆଦିଲ୍ଲୀ : କେନ୍ଦ୍ର ସରକାରଙ୍କ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କମିଟି ଭାବରେ ଜଣାଶୁଣା “କ୍ୟାବିନେଟ କମିଟି ଅନ୍ ଇକୋନୋମିକ ଆଫେୟାର୍ସ”ରେ କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ଏବଂ ଉଦ୍ୟମିତା ଧର୍ମେନ୍ଦ୍ର ପ୍ରଧାନଙ୍କୁ ସ୍ଥାନ ମିଳିଛି। ଏହି କମିଟି ଦେଶର ଗୁରୁତ୍ୱପୂର୍ଣ୍ଣ ଆର୍ଥିକ ନୀତି ନିର୍ଦ୍ଧାରଣ କରିଥାଏ। ଏହି କମିଟିର ଅଧ୍ୟକ୍ଷ ପ୍ରଧାନମନ୍ତ୍ରୀ ରହିଥାନ୍ତି । ଏହି କମିଟିରେ ସଦସ୍ୟ ଭାବେ କେନ୍ଦ୍ର ମନ୍ତ୍ରୀ ରାଜନାଥ ସିଂ, ଅମିତ ସାହ, ନିତିନ ଗଡ଼କରୀ, ନିର୍ମଳ ସୀତା ରମଣ, ନରେନ୍ଦ୍ର ସିଂ ତୋମାର, ପି ଜୟଶଙ୍କର ଓ ପିୟୁଷ ଗୋୟଲ ମଧ୍ୟ ସଦସ୍ୟ ଅଛନ୍ତି |
ଶ୍ରୀ ପ୍ରଧାନ ପ୍ରଥମ ଓଡ଼ିଆ ଭାବେ ଏହି କମିଟିର ସଦସ୍ୟ ଭାବେ ସ୍ଥାନ ପାଇଥିବା ଜଣାପଡିଛି | ଏହାଛଡ଼ା ସେ କ୍ୟାବିନେଟ୍ କମିଟି ଅନ୍ ଏମ୍ପଲୟମେଣ୍ଟ ଏବଂ ସ୍କିଲ୍ ଡେଭଲପମେଣ୍ଟର ବି ସଦସ୍ୟ ହୋଇଛନ୍ତି।