ଗୋପାଳକୃଷ୍ଣ ଥିଲେ ଓଡ଼ିଶାର ଶେଷ ଓ ଶ୍ରେଷ୍ଠ ବୈଷ୍ଣବ କବି , ଓଡ଼ିଆ କାବ୍ୟଯୁଗର ଅସ୍ତରାଗ ଓ ଆଧୁନିକତାର ଉଦୟରଶ୍ମି। 

0 2

ଭକ୍ତକବି ଗୋପାଳକୃଷ୍ଣଙ୍କ ୨୩୮ ତମ ଜୟନ୍ତୀ ଉତ୍ସବ ଭର୍ଚୁଆଲ୍ ମାଧ୍ୟମରେ ପାଳିତ 

 ଗୋପାଳକୃଷ୍ଣ  ପଦାବଳୀ ଓଡ଼ିଆ ସାରସ୍ୱତ ସାଗର ପାଇଁ ଏକ ଅନନ୍ୟ ଉପହାର 

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାର ସର୍ବ ପୁରାତନ ଅନୁଷ୍ଠାନ ଗୋପାଳକୃଷ୍ଣ ସ୍ମୃତି ପରିଷଦ ଆନୁକୂଲ୍ୟରେ ପାରଳାର ରୀତି ଯୁଗର ଅମ୍ଳାନ ପ୍ରତିଭାଧର ଅଲିଭା ସାରସ୍ୱତ ଶିଖା କବି କଳାହଂସ , ବସନ୍ତକୋକିଳ, ଭକ୍ତକବି ଗୋପାଳକୃଷ୍ଣଙ୍କ ୨୩୮ ତମ ଜୟନ୍ତୀ ଉତ୍ସବ ଆଭାସୀ ଭର୍ଚୁଆଲ୍ ମାଧ୍ୟମରେ ଅନୁଷ୍ଠାନର ଉପଦେଷ୍ଟା ତଥା ଆବାହକ ଡକ୍ଟର ଭୁବନେଶ୍ୱର ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାରିଛି। 

ପ୍ରାତଃରେ ଅନୁଷ୍ଠାନର ଆବାହକ ଭୂବନେଶ୍ୱର ପଟ୍ଟନାୟକ , ଉପାନ୍ତପ୍ରହରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ର , ବିଚିତ୍ରାନନ୍ଦ ବେବର୍ତ୍ତା , ଆଚାର୍ଯ୍ୟ ବିନୋଦ ଚନ୍ଦ୍ର ଜେନା , ଭଜଗୋବିନ୍ଦ ପାତ୍ର ,  ବ୍ରଜାନନ୍ଦ ପଟ୍ଟନାୟକ ପ୍ରମୁଖ ସ୍ଥାନୀୟ ଗୋପାଳକୃଷ୍ଣ ପାଠାଗାରର ପରିସରରେ ଥିବା ଭକ୍ତ କବି ଗୋପାଳକୃଷ୍ଣଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ। 

 ଭର୍ଚୁଆଲ୍ ଆଲୋଚନାରେ ଉପାନ୍ତପ୍ରହରୀ ପୂର୍ଣଚନ୍ଦ୍ର ମହାପାତ୍ର , ସାହିତ୍ୟ ଏକାଡେମୀ ସଦସ୍ୟ ବିଚିତ୍ରାନନ୍ଦ ବେବର୍ତ୍ତା , ଆଚାର୍ଯ୍ୟ ବିନୋଦ ଚନ୍ଦ୍ର ଜେନା , ଅଧ୍ୟାପିକା ଡ.କଲ୍ୟାଣୀ ମିଶ୍ର , ରାଧାରମଣ ପଟ୍ଟନାୟକ (ବ୍ରହ୍ମପୁର) ,ସୁଶ୍ରୀ ଶ୍ୱେତା ପଟ୍ଟନାୟକ , ବିଷ୍ଣୁମୋହନ ଅଧିକାରୀ ପ୍ରଭୃତି ଯୋଗଦାନ କରିଥିଲେ। ସଭାଶେଷରେ ବ୍ରଜାନନ୍ଦ ପଟ୍ଟନାୟକ ଧନ୍ୟବାଦ ପ୍ରଦାନ କରିଥିଲେ।

Leave A Reply

Your email address will not be published.