ଟିଟିଲାଗଡ/ ଗୌରବ ଦର୍ଜୀ : ଜଙ୍ଗଲ ଭିତରେ ଚାଲିଛି ମଦ ପ୍ରସ୍ତୁତ। ବେଆଇନ ଭାବରେ ଚାଲିଛି ମଦ ତିଆରି । କେଉଁଠି ଇଟା ଭାଟି ପାଖରେ ତ ଆଉ କେଉଁଠି ଘଞ୍ଚ ଜଙ୍ଗଲ ଭିତରେ ଚାଲିଛି ମଦ ତିଆରି। ପାଖରେ ବସ୍ତା ବସ୍ତା ମହୁଲ ଫୁଲ ବି ରହିଛି। ପ୍ରସ୍ତୁତ ମଦ କୁ ରଖିବା ପାଇଁ ଜାର, ଡ୍ରମ, ଡବା, ଗଞ୍ଜ ବି ରହିଛି। ବିଭିନ୍ନ ରାସାୟନିକ ସାମଗ୍ରୀ ତଥା ମାଦକ ଦ୍ରବ୍ୟ ସହ ମହୁଲ ଫୁଲ ମିଶାଇ ତିଆରି ହେଉଥିଲା ରନ୍ଧା ଦେଶୀ ମଦ। ଆଉ ଏ ହେଉଛି ସେହି ମୁକ୍ତାକାଶ ମଦ ତିଆରି ସ୍ଥାନ। ଚାରି ଆଡେ଼ ସବୁଜିମା ରେ ପରିପୂର୍ଣ୍ଣ। ଏହାରି ଭିତରେ ଚାଲୁଥିଲା ବେଧଡକ ଭାବରେ ଦେଶୀ ମଦ ତିଆରି। ଯାହା ଆଜି ଟିଟିଲାଗଡ ଅବକାରୀ ବିଭାଗ ଟିଟିଲାଗଡ ଥାନା ଅଧୀନସ୍ଥ ମାଥନପଲା ଡ୍ୟାମ ଓ ଝାରଦେବନ୍ଧ କୁ ଲାଗି ରହିଥିବା ଘଂଚ ଜଙ୍ଗଲ ଭିତରେ ପେଟ୍ରୋଲିଂ କରୁଥିବା ସମୟ ରେ ସାମାନ୍ୟ ମଦ ର ବାସ୍ନା କୁ ନେଇ ଘଟଣାସ୍ଥଳ ରେ ପହଞ୍ଚି ଥିଲେ ଟିଟିଲାଗଡ ଅବକାରୀ ଅଧିକାରୀ ଦେବରାଜ ଖମାରୀ ଓ ଷ୍ଟାପ୍। ଜଙ୍ଗଲ ଭିତରେ ବେଶ୍ ଆରାମ ରେ ରନ୍ଧା ଚାଲିଥିଲା ବେଆଇନ ଦେଶୀ ମଦ। ଘଟଣା ସ୍ଥଳରୁ ବ୍ୟାପକ ପରିମାଣ ରେ ମଦ ସାମଗ୍ରୀ ଜବତ କରିବା ସହ ବିଭିନ୍ନ ଡବା, ଗରିଆ, ଗଞ୍ଜ, ସହ ମଦ ତିଆରି ଉପକ୍ରମ ଜବତ୍ କରିଛନ୍ତି। ହେଲେ ଆଶ୍ଚର୍ୟ୍ଯ ର କଥା ବିପୁଳ ପରିମାଣ ର ମଦ ତିଆରି ସାମଗ୍ରୀ ସରଞ୍ଜାମ ଜବତ୍ କରିଥିବା ବେଳେ ମଦ ମାଫିଆ ମାନଙ୍କୁ ଗିରଫ କରିବା ଦୂରର କଥା କିଏ ଓ କେମିତି ଜଙ୍ଗଲ ମଧ୍ୟରେ ରନ୍ଧା ମଦ ପ୍ରସ୍ତୁତ କରୁଛି ତାହା ଜାଣି ପାରି ନଥିଲେ। କେବଳ ସାମଗ୍ରୀ ଜବତ କରିବା ସହ ମହୁଲ ପୋଚ କୁ ନଷ୍ଟ କରି ଦେଇ ନିଜ ଦାୟିତ୍ଵ ସାରି ଦେଇଛି ଅବକାରୀ ବିଭାଗ।
Sign in
Sign in
Recover your password.
A password will be e-mailed to you.
Prev Post