ଧାର୍ଯ୍ୟ ସମୟ ପୂର୍ବରୁ ପ୍ରଭାତଙ୍କୁ କୋର୍ଟରେ ହାଜର କଲା ସିବିଆଇ ବିଶେଷ ଖିଅ ପାଇଲାନି, ସିବିଆଇ ମାଗିଲା ଇଡିର ସହାୟତା !
ଭୁବନେଶ୍ୱରରୁ ଦୀନବନ୍ଧୁ ନାୟକ : ସିବିଆଇ ରିମାଣ୍ଡର ଅବଧିପୂର୍ବରୁ ସିବିଆଇ ଅଦାଲତରେ ହାଜର କରାଇଦେଇଛି ବିଧାୟକ ପ୍ରଭାତ ବିଶ୍ୱାଳଙ୍କୁ । ଭିତର ଖବର ଅନୁଯାୟୀ ସିବିଆଇ ପ୍ରଭାତଙ୍କୁ ବେଶୀ ସମୟ ଜେରା କରିପାରିନି । ଯଦିଓ ପ୍ରଭାତ ଅସୁସ୍ଥ ଥିବା ଯୋଗୁ ଜେରା ସମ୍ଭବ ହୋଇପାରିନାହିଁ ବୋଲି କହୁଥିବା ବେଳେ ତାଙ୍କୁ ହୋଇଥିବା ଜେରାରୁ ବେଶି ଖିଅ ପାଇବାରେ ସିବିଆଇ ସକ୍ଷମ ହୋଇନି ବୋଲି ଶୁଣିବାକୁ ମିଳିଛି । ନହେଲେ ମହୁତ କମ୍ ମାମଲାରେ ସିବିଆଇ ଅଭିଯୁକ୍ତଙ୍କୁ ରିମାଣ୍ଡରେ ଆଣଇ ଆବଶ୍ୟକ ପଡିଲେ ଅନେକ ଥର ରିମାଣ୍ଡ ଅବଧି ବୃଦ୍ଧି କରିବାକୁ ଆବେଦନ କରିଥାଏ । ଶୁଖିଲା କାଠରୁ ବିନା ପାଣିରେ ଘୋରି ଘୋରି ଚନ୍ଦନ କାଢି ଦେଉଥିବା ସିବିଆଇ ପ୍ରଭାତଙ୍କ ମାମଲାରେ ପ୍ରଥମ ଥର ପାଇଁ ଧାର୍ଯ୍ୟ ସମୟ ପୂର୍ବରୁ ଅଭିଯୁକ୍ତଙ୍କୁ ଓକିଲଙ୍କ କାର୍ଯ୍ୟବନ୍ଦ ଆନେ୍ଦାଳନ ଥାଇ ଜାଣିବି କୋର୍ଟରେ ହାଜର କରାଇ ଜେଲ ପଠାଇଦେଇଛି । ଜଣେ ଜେନା ସାଜ୍ଞାଧାରୀ ମହିଳାଙ୍କ ଏକାଉଂଟକୁ କିଛି ଟଙ୍କା ଦେବା ଘଟଣାକୁ ;ନେଇ ପ୍ରଭାତଙ୍କୁ ତନାଘନା କରିଛି ସିବିଆଇ । ହେଲେ ଯାହା ଶୁଣିବାକୁ ମିଳୁଛି ସେହି ମହିଳା ଜଣଙ୍କ ପ୍ରଭାତଙ୍କ ବନ୍ଧୁପତ୍ନୀ, ଯେଉଁ ବନ୍ଧୁ କି ସ୍ୱର୍ଗବାସୀ ହୋଇସାରିଛନ୍ତି । ତେଣୁ ଯାହା ଅନୁମାନ କରାଯାଉଛି ପ୍ରଭାତଙ୍କ ମାମଲାରେ ସିବିଆଇ ସେମିତି କିଛି ଆଖିଦୃଶିଆ ସଫଳତା ପାଇନଥିବା ବେଳେ ପ୍ରବର୍ତନ ନିଦେ୍ର୍ଧଶାଳୟର ସହାୟତା ନେଇଛି । ଆଉ ପ୍ରଭାତଙ୍କ ଅର୍ଥ କାରବାର ଉପରେ ଖୋଳତାଡ କରି ସିବିଆଇକୁ ସହଯୋଗ କରିବା ପାଇଁ ପ୍ରବର୍ତନ ନିର୍ଦେଶାଳୟ(ଇଡି) କୁ ସିବିଆଇ ଡିଆଇଜି ଅନୁରୋଧ କରିଥିବା ଜଣାପଡିଛି ।
ସିବିଆଇ ଶୁକ୍ରବାର ଦିନକ ପୂର୍ବରୁ କୋର୍ଟଚାଲାଣ କରିଥିଲା କରିବା ପାଇଁ ନିଷ୍ପତି ନେଇଥିବା ବେଳେ ସ୍ୱତନ୍ତ୍ର ସିଜେଏମ୍(ସିବିଆଇ) ଛୁଟିରେ ଥିବାରୁ ଦାୟିତ୍ୱରେ ଥିବା ସବ୍ଜଜ୍-୨ ସିଦ୍ଧାର୍ଥ ସାହୁଙ୍କ କୋର୍ଟରେ ବିଧାୟକଙ୍କୁ ହାଜର କରାଯାଇଥିଲା । ବିଧାୟକଙ୍କ ଜାମିନ୍ ଆବେଦନ ଉପରେ ଶୁଣାଣି ହେବ । ସିବିଆଇ ପକ୍ଷରୁ ବିଧାୟକଙ୍କୁ କୋର୍ଟରେ ହାଜର କରାଯାଇଥିବାରୁ ବିଚାରପତି ତାଙ୍କୁ ବିଚାରବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି । ବିଧାୟକ ଅସୁସ୍ଥ ଥିବାରୁ ତାଙ୍କୁ ଜେଲ୍ର ଡାକ୍ତରଖାନାରେ ଭର୍ତି କରାଯିବାକୁ ନିର୍ଦେଶ ଦିଆଯାଇଛି । ଜେଲ୍ ଡାକ୍ତର ଚିକିତ୍ସା କରିବା ସମୟରେ ଯଦି ବିଧାୟକଙ୍କ ଅବସ୍ଥା ଅସୁବିଧା ହୁଏ ବା ଉଚ୍ଚତର ଚିକିତ୍ସା ଦରକାର ପଡେ ତେବେ ତାଙ୍କୁ ଅନ୍ୟ କୌଣସି ହସ୍ପିଟାଲକୁ ସ୍ଥାନାନ୍ତର କରାଯିବ କି ନାହିଁ ତାହାରି ଉପରେ ଜଲ୍ ଅଧୀକ୍ଷକ ନିଷ୍ପତି ନେବେ ବୋଲି ଅଦାଲତ ନିର୍ଦେଶ ଦେଇଛନ୍ତି ।
ସିବିଆଇ ହେପାଜତରେ ଥିବା ସମୟ ମଧ୍ୟରେ ଡିଆଇଜି ଏବଂ ତଦନ୍ତକାରୀ ଅଧିକାରୀ ବିଧାୟକଙ୍କୁ ମାତ୍ର ଅଳ୍ପ ସମୟ ଲାଗି ପଚରାଉଚରା କରିଛନ୍ତି ଯାହା ବିଧାୟକ କୋର୍ଟରେ ଗଣାମଧ୍ୟମ ପ୍ରତିନିଧିଙ୍କୁ କହିଛନ୍ତି । ତାଙ୍କର ଗତ କିଛି ଦିନ ତଳେ ଅସ୍ତେ୍ରାପଚାର କରାଯାଇଥିଲା । ସେହିପରି ଅଗଷ୍ଟ ୩୦ରେ ତାଙ୍କର କେତେକ ପରୀକ୍ଷା କରାଯାଇଥିଲା । ସେସବୁ ରିପୋର୍ଟ ମଧ୍ୟ ବିଚାରପତିଙ୍କୁ ଦେଖାଯାଇଥିଲା । ଅନ୍ୟପକ୍ଷରେ ବିଧାୟକଙ୍କ ଶରୀର ସୁସ୍ଥ ନ ଥିବାରୁ ତାଙ୍କୁ ବିସ୍ତୃତ ଭାବେ ଜେରା କରାଯାଇ ପାରି ନ ଥିବା ଜଣାପଡିଛି ଫଳରେ ବିଧାୟକଙ୍କୁ ର୍ନିଦ୍ଧାରିତ ସମୟ ପୂର୍ବରୁ କୋର୍ଟରେ ହାଜର କରାଯାଇଛି ବୋଲି ସିବିଆଇ ପକ୍ଷରୁ କୋର୍ଟଙ୍କୁ ଅବଗତ କରାଯାଇଛି । ଧାର୍ଯ୍ୟ ସମୟ ପୂର୍ବରୁ ବିଧାୟକ ପ୍ରଭାତଙ୍କୁ କୋର୍ଟରେ ହାଜର କରାଯାଇଥିବାରୁ ତାଙ୍କ ପକ୍ଷରୁ ମାମଲା ପରିଚାଳନା କରୁଥିବା ଆଇନଜୀବୀ ବିଜ୍ଞାନ ଶର୍ମା ଏବଂ ତାଙ୍କ ସହଯୋଗୀମାନେ ରାତିରେ କୋର୍ଟରେ ପହଂଚିଥିଲେ । ଯେହେତୁ ଜଷ୍ଟିସ ସି ଆର୍ ଦାସଙ୍କ ମାମଲାରେ ଆଇନଜୀବୀମାନେ କାର୍ଯ୍ୟବନ୍ଦ ଆନେ୍ଦାଳନରେ ଅଛନ୍ତି, ତେଣୁ ଆସନ୍ତାକାଲି ବିଧାୟକଙ୍କୁ କୋର୍ଟରେ ହାଜର କରାଯିବା ଲାଗି ଯୁୁକ୍ତି ବାଢିଥିଲେ । ଏପରିକି ସିବିଆଇକୁ ଆସନ୍ତକାଲି କୋର୍ଟରେ ହାଜର କରାଯିବାକୁ କୁହାଯାଉ ବୋଲି ସେମାନେ ଯୁକ୍ତି ଦର୍ଶାଇଥିଲେ । ସିବିଆଇ ପକ୍ଷରୁ ପ୍ରଭାତଙ୍କୁ କୋର୍ଟରେ ହାଜର କରାଯାଇ ସାରିଥିବାରୁ ତାଙ୍କ ଜାମିନ୍ ଆବେଦନ ଉପରେ ଦିନକ ପୂର୍ବରୁ ଶୁଣାଣି ହୋଇପାରି ନ ଥିଲା ଆସନ୍ତାକାଲି ତାଙ୍କ ଜାମିନ୍ ଆବେଦନ ଉପରେ ଶୁଣାଣି ହେବ ବୋଲି ଜଣାପଡିଛି ।
ଅନ୍ୟପକ୍ଷରେ ସିବିଆଇ ଡିଆଇଜି ମନିଷ କୁମାର ସିହ୍ନାଙ୍କୁ ପ୍ରବର୍ତନ ନିର୍ଦେଶାଳୟର ଯୁଗ୍ ମନିର୍ଦେଶାଳୟ ମାଧବ ମିଶ୍ରା ଶୁକ୍ରବାର ସାକ୍ଷାତ କରିଛନ୍ତି । ଉଭୟ ଅଧିକାରୀଙ୍କ ମଧ୍ୟରେ ଦୀର୍ଘ ସମୟ ଧରି ଆଲୋଚନା ହୋଇଥିଲା । ତେବେ ଫେରିବା ବେଳେ ଯୁଗ୍ମ ନିର୍ଦେଶକଙ୍କୁ ସିସୋର୍ ମାମଲାରେ ବିଧାୟକଙ୍କ ଟଙ୍କା କାରବାରର ଖୋଳତାଚ ନେଇ ପଚରାଯିବାରେ ସେ କହିଥିଲେ ଆବଶ୍ୟକ ହେଲେ ପ୍ରବର୍ତନ ନିିଦେ୍ର୍ଧଶାଳୟ ତଦନ୍ତ କରିପାରେ । ତେଣୁ ସିିବିଆଇ ତାହାର ତଦନ୍ତ ଜେରାରୁ ବେଶ କିଛି ଟ୍ରେଲ ପାଇନଥିବା ବେଳେ ନିଜ ସମ୍ଭାବ୍ୟ ଚାର୍ଜଶିଟ୍ ମଜଭୁତ କରିବା ପାଇଁ ଇଡିର ସହାୟତା ନେଇଛି ।