ଲୋକାର୍ପିତ ହେଲା ରାଜ୍ୟର ଦ୍ୱିତୀୟ (କଲାମ)ପ୍ଲାନେଟୋରିଅମ ଖୁବଶିଘ୍ର ରାଜ୍ୟରେ ଆଉ ୩ଟି ଖୋଲିବାକୁ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା
ବୁର୍ଲା/ସମ୍ବଲପୁର,ସମ୍ବଲପୁରର ବୁର୍ଲ୍ଲା ଠାରେ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଲୋକର୍ପିର୍ତ ହୋଇଯାଇଛି ଏପିଜେ ଅବଦୁଲ କଲାମ ପ୍ଲାନେଟୋରିଅମ ଓ ସାଇନ୍ସ ପାର୍କ । ଏହି ପ୍ଲାନେଟୋରିଅମର ଉଦ୍ଘାଟନ ରାଜ୍ୟ ପାଇଁ ଏକ ପ୍ରମୁଖ ଉପଲବ୍ଧି ବୋଲି ମୁଖ୍ୟମନ୍ତ୍ରୀ କହିବା ସହ ଏହାଦ୍ୱାରା ଲୋକଙ୍କୁ ଅନେକ ସୂଚନା ମିଳିପାରିବ ବୋଲି କହିଛନ୍ତି । ମୁଖ୍ୟତଃ ଛାତ୍ରଛାତ୍ରୀ ଓ ପର୍ଯ୍ୟଟକଙ୍କ ପାଇଁ ଏହା ବିଶେଷ ସହାୟକ ହେବ ବୋଲି ମୁଖ୍ୟମନ୍ତ୍ରୀ ମତବ୍ୟକ୍ତ କରିଛନ୍ତି ।
ଶୁକ୍ରବାର ପୂର୍ବାହ୍ନରେ ମୁଖ୍ୟମନ୍ତ୍ରୀ ବୁର୍ଲାରେ ପହ ିବା ପରେ ପୂର୍ବତନ ରାଷ୍ଟ୍ରପତି ତଥା ବୈଜ୍ଞାନିକ ଏପିଜେ ଅବଦୁଲ କଲାମଙ୍କ ପ୍ରତିମୂରତୀର୍ ଉନ୍ମୋଚନ ସହ ତାଙ୍କ ନାମରେ ନାମିତ ପ୍ଲାନେଟୋରିଅମକୁ ଉଦ୍ଘାଟନ କରିଥିଲେ । ଏହି ପ୍ଲାନେଟୋରିଅମର ଉଦ୍ଘାଟନ ପରେ ଏଠାରେ ସୌରମଣ୍ଡଳର ଅନେକ ବିଷୟବସ୍ତୁକୁ ପ୍ରଦର୍ଶିତ କରାଯିବ ଏବଂ ଲୋକଙ୍କୁ ସୌର ମଣ୍ଡଳ ଓ ଅନେକ ଜାଗତିକ ଘଟଣାବଳୀ ସମ୍ପର୍କରେ ଜାଣିବାର ସୁଯୋଗ ମିଳିବ ଏହା ରାଜ୍ୟର ଦ୍ୱିତୀୟ ପ୍ଲାନେଟୋରିଅମ ହୋଇଥିବା ବେଳେ ଭୁବନେଶ୍ୱରରେ ପ୍ରଥମ ପ୍ଲାନେଟୋରିଅମ ରହିଛି ତେବେ ଆଗାମୀ ଦିନରେ ରାଜ୍ୟରେ ରାୟଗଡା,ଗୋପାଳପୁର ଏବଂ ବାରିପଦାରେ ମଧ୍ୟ ପ୍ଲାନେଟୋରିଅମ ନିର୍ମାଣର ଯୋଜନା ରହିଛି । ସୂଚନାଯୋଗ୍ୟ, ଭାରତରେ ସମୁଦାୟ ୩୦ ପ୍ଲାନେଟୋରିଅମ ରହିଛି ମୁମ୍ବଇ, ଦିଲ୍ଲୀ, ବେଙ୍ଗାଲୁରୁ, ଆହ୍ଲାବାଦରେ ମଧ୍ୟ ପ୍ଲାନେଟୋରିଅମ ରହିଥିବା ବେଳେ ବିଲା ଔଦ୍ୟୋଗିକ ସମୂହ ପକ୍ଷର ୪ଟି ପ୍ଲାନେଟୋରିଅମ ସ ।ଳିତ ହେଉଛି ୧୯୬୨ରେ ପ୍ରଥମ ଥର ପାଇଁ କୋଲକାତାରେ ବିର୍ଲା ପ୍ଲାନେଟୋରିଅମ ଆରମ୍ଭ ହୋଇଥିଲା ।
ବୁର୍ଲା ପ୍ଲାନେଟୋରିଅମରେ ସମସ୍ତ ଅତ୍ୟାଧୁନିକ ସରଞ୍ଜାମ ବ୍ୟବହାର କରାଯାଇଛି । ପ୍ରଥମେ ଏହା ଗତ ଜୁନ ମାସରେ ଲୋକାର୍ପଣ କରିବାର ଯୋଜନା ଥିଲେ ମଧ୍ୟ ଏହାର ଗମ୍ବୁଜ ନିର୍ମାଣ କାମ ଶେଷ ହୋଇନଥିଲା । ୯ ଏକର ଜମିରେ ଏହି ପ୍ଲାନେଟୋରିୟମ ନିର୍ମାଣ କରାଯାଇଥିବା ବେଳେ ଏଠାରେ ଏକ ସାଇନ୍ସ ପାର୍କ ମଧ୍ୟ ନିର୍ମାଣ କରାଯାଇଛି ପ୍ରଥମେ ପ୍ଲାନେଟୋରିଅମ ବଜେଟ ୧୨ କୋଟି ଥିବାବେଳେ ନିର୍ମାଣ ଶେଷ ବେଳକୁ ତାହା ୧୩ କୋଟିରେ ପହଂଚିଛି ଏବଂ ସାଇନ୍ସ ପାର୍କ ପାଇଁ ୨ କୋଟି ୫୬ ଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇଛି । ଏଥିପାଇଁ ଚେତ୍ତଇରେ ଏକ କମ୍ପାନୀ ଏହାର ର୍ନିମାଣ ସହ ୩ ବର୍ଷ ପାଇଁ ଏହାର ରକ୍ଷଣାବେକ୍ଷଣ ଦାୟିତ୍ୱ ମଧ୍ୟ ନେଇଛି । ବୁର୍ଲାରେ ରାଜ୍ୟର ଦ୍ଵିତୀୟ ପ୍ଲାନେଟୋରିଅମ ଉଦଘାଟନ ପରେ ସ୍ଥାନୀୟ ଅଂଚଳରେ ଲୋକ ମଧ୍ୟ ଅନେକ ଖୁସି ହୋଇଛନ୍ତି ।ଏହାପରେ ବୁର୍ଲା ଏବଂ ହୀରାକୁଦ ତଥା ସମ୍ବଲପୁର ଜିଲ୍ଲାକୁ ପଯର୍ୟଟକଙ୍କ ଆଗମନ ବୃଦ୍ଧି ପାଇବ । ଏହି ଉଦ୍ଘାଟନୀ ଅବସରରେ ମନ୍ତ୍ରୀ ବଦ୍ରିନାରାୟଣ ପାତ୍ର,ସ୍ନେହାଙ୍ଗିନୀ ଛୁରିଆ,ସମ୍ବଲପୁର ବିଧାୟିକା ରାସେଶ୍ୱରୀ ପାଣିଗ୍ରାହୀ, ଉପ-ମୁଖ୍ୟ ସଚେତକ ରୋହିତ ପୂଜାରୀ, ଏସଡିଏ ଅଧ୍ୟକ୍ଷ ବିଜୟ ମହାନ୍ତି,ବିଜ୍ଞାନ ଓ ପ୍ରଯୁକ୍ତି ବିଭାଗ ପ୍ରମୁଖ ସଚିବ ବୀରବିକ୍ରମ ଯାଦବ, ସମ୍ବଲପୁର ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ସମେତ ଅନ୍ୟ ବରିÂ ଅଧିକାରୀ ଉପସ୍ଥିତ ଥିଲେ