ରୋମ ଜଳିଲା ବେଳେ ସମ୍ରାଟ ନୀରୋଙ୍କ ବଂଶୀ ବାଦନ, ଏପଟେ ଝାରସୁଗୁଡା ବନହାରପଲ୍ଲୀ ସ୍ଥିତ ଓପିଜିସି ର ଦ୍ଵିତୀୟ ୟୁନିଟ ଅଚଳ, ଏମଡି ଯାଇ କୁଆଡେ ବିଦେଶରେ ଛୁଟି କାଟୁଛନ୍ତି. ଓପିଜିସିକୁ ବୁଡାଇବ ଏଇଏସ : ଶୋଇଥାଅ ହେ ମୁଖ୍ୟମନ୍ତ୍ରୀ ଆନୁଆଲ ମେମେଣ୍ଟେନାନ୍ସ ପରେ ଦ୍ବିତୀୟ ୟୁନିଟ୍ ପୁଣି ବ୍ରେକ୍ ଡାଉନ୍ ପୁଣି ଖ

0

ଭୁବନେଶ୍ୱରରୁ ଗିରିଜା ଶଙ୍କର ଦାଶ :କଥାରେ ଅଛି ରୋମ ଜଳିଲା ବେଳେ ସମ୍ରାଟ ନିରୋ ବଂଶୀ ବାଦନ କରୁଥିଲେ …….ଏବେ ସେଭଳି ପରିସ୍ଥିତି ସୃଷ୍ଟି ହୋଇଛି ଓଡିଶା ପାୱାର ଜେନେରେସନ କର୍ପୋରେସନ ରେ । ଏପଟେ ଝାରସୁଗୁଡା  ବନହାରପଲ୍ଲୀ ସ୍ଥିତ ଓପିଜିସି ର ଦ୍ଵିତୀୟ ୟୁନିଟ ଅଚଳ ହୋଇ ଦୈନିକ ୫୦ ଲକ୍ଷ ଟଙ୍କା କ୍ଷତି ହେଉଥିବା ବେଳେ ତାକୁ ସଜାଡି କାର୍ଯ୍ୟକ୍ଷମ କରିବା କଣ, ସଂସ୍ଥା ର ଏଇଭଳି ଦୂରଦିନରେ ସଂସ୍ଥା ର ଏମଡି ଯାଇ କୁଆଡେ ବିଦେଶ ରେ ଛୁଟି କାଟୁଛନ୍ତି । ଆମେ ପାଇଥିବା ଖବର ଅନୁଯାଇ ସେ ହଲାଣ୍ଡ ଯାଇଛନ୍ତି । କେବଳ ସେତିକି ନୁହେଁ ସଂସ୍ଥାର ଡାଇରେକଟର ଅପରେସନ ମଧ୍ୟ ବିଦେଶ ଗସ୍ତରେ । କିଏ କୁଆଡେ ଗଲା ସେଥିରେ ଆମର ଯାଏ ଆସେ ବା କେତେ, ହେଲେ ଓପିଜିସି ଦ୍ଵିତୀୟ ୟୁନିଟ ଅଚଳ ହୋଇଯିବ ଯୋଗୁ । ଦୈନିକ ଯେଉଁ କ୍ଷତି ହେଉଛି ସେଇଟା ତା ରାଜ୍ୟବାସୀ ଙ୍କର । ଶକ୍ତି ବିଭାଗର ବା ଏଇଏସ  କମ୍ପାନୀର କୌଣସି ଅଧିକାରୀ ଙ୍କ ବାପା ସମ୍ପତ୍ତି ନୁହେଁ ନା 

ଆନୁଆଲ ମେଣ୍ଟେନାନ୍ସ ପରେ ଏଇଏସ ଅଧିକାରୀଙ୍କ ଅଯୋଗ୍ୟତା ପାଇଁ ପୁଣି ହୋଇଗଲା ବ୍ରେକ୍ଡାଉନ ହେଲା ଦ୍ବିତୀୟ ୟୁନିଟ୍  । ୨୧୦  ମେଗାବାଟ  ୟୁନୀଟର ବିଦୁ୍ୟତ ଊତ୍ପାଦନ ବନ୍ଦ ଯୋଗୁ ଦୈନିକ କ୍ଷତି ୫୦ ଲକ୍ଷ  । ୨୫ରୁ ୩୨ ଦିନ ମଧ୍ୟରେ ଆନୁଆଲ ମେଣ୍ଟେନାନ୍ସ କାମ ସରିବା କଥା  । ଅଗଷ୍ଟ ୧୨ ତାରିଖରେ ଆନୁଆଲ ମେଣ୍ଟେନାନ୍ସ ପାଇର୍ ସଟ ଡେଉନ୍ ହୋଇଥିବା ବେଳେ ସେପ୍ଟେମ୍ବର ୧୪ରେ କାମ ସରିବା ବଦଳରେ ସରିଲା ୧୭ ତାରିଖରେ  । ମେଣ୍ଟେନାନ୍ସ ଦାୟିତ୍ୱରେ ଥିବା ଭାରତ ହେଭି ଇଲେକ୍ଟ୍ରିକାଲ ଲିମିଟେଡ ୧୮ ତାରିଖରେ ମେସିନ ଷ୍ଟାର୍ଟ କରାଇ ହସ୍ତାନ୍ତର କଲେ । ହେଲେ ଏଇଏସର କାଢୁଆ ଇଞ୍ଜନିୟରମାନେ କେମିତି ୧୯ ତାରିଖରେ ଷ୍ଟାର୍ଟ କଲେ କେଜାଣି ଷ୍ଟାର୍ଟ ହେଲାନି  । ଟର୍ବାଇନ୍ ଡିଭାଇସର କୈଣସି ବିୟରିଂକୁ ଫୁଏଲ ଗଲାନି  । ଘଡଘଡ ଶବ୍ଦ  କରି ବନ୍ଦ ହୋଇଗଲା  । ଏବେ ପୁଣି ଭେଲ୍କୁ କହିବା ବେଳେ ଭେଲ ମାନିବାକୁ ନାରାଜ  । ସେମାନଙ୍କ କହିବା କଥା ଆମେ ଠିକ୍ କରି ଦେଲୁ  । ଏବେ ଏଇଏସ ଇଞ୍ଜନିୟରଙ୍କ ଭୁଲ ପାଇଁ ଆମେ କାହିଁକି ଦାୟୀ ରହିବୁ । ଏବେ ୟୁନିଟ୍ ବନ୍ଦ ଯୋଗୁ ଓପିଟିସିଏଲ/କୁ ଦିନକୁ ୫୦ଲକ୍ଷ ହରାଇବ  । ମରାମତି ମଜୁରି ବାବଦରେ ପୁଣି ଭେଲ ନେବ ୮୮ ଲକ୍ଷ  । ସବୁ ମିଶାଇ ପୁଣି ଖର୍ଚ୍ଚ ହେବାର ଆଶଙ୍କା ଅଛି ଦେଢ କୋଟି  । ଯଦି ଟରବାଇନ୍ର ସାଫ୍ଟ ଅଚଳ ହୋଇଯାଇଥିବ ତେବେ ଖର୍ଚ୍ଚ ପାଖାପା ୭୦ /୮୦ କୋଟି ହୋଇଯାଇପାରେ  । ଇଏ କଣ ଏଇଏସର ବୋପା ସମ୍ପତ୍ତି  । ତୃତୀୟ ଚତୁର୍ଥ ୟୁନିଟ ତ ଚୁଲିକୁ ଗଲାଣି, ହେଲେ ଯେଉଁ ଦୁଈଟି ୟୁନିଟ୍ ତିଆରି ହୋଇଥିଲା ତାକୁ ସମ୍ଭାଳିବା ବଦଳରେ ଶକ୍ତି ବିଭାଗର ଅଯୋଗ୍ୟ ସଚିବ ଓ ତୃତୀୟ ମହଲାର ମାମଲତକାର ଅଧିକାରୀଙ୍କ ଆଶିର୍ବାଦରେ ଉଜାଡି ·ଲିଛି  । ଯାବତୀୟ ଦୁର୍ନୀତିର ଗନ୍ତାଘର ପାଲଟିଛି ଓପିଜିସି  । ଏବେ ଏଇଏସ ଅଯୋଗ୍ୟ ଅଧିକାରୀଙ୍କ ଅଯୋଗ୍ୟତା କାରଣରୁ ସଂସ୍ଥାର ଏଭଳି କ୍ଷତି ଭରଣା କିଏ କରି । ଦୈିନିକ ୫୦ଲକ୍ଷ ଟଙ୍କାର କ୍ଷ୍ତି ଏଇଏସ ଠାରୁ ଭରଣା କରିବାର ସତ୍ ସାହସ ମୁଖ୍ୟମନ୍ତ୍ରୀଙ୍କର  ଅଛି କି ?
ପାବାର ପ୍ଲାଣ୍ଟ ପ୍ରତିଷ୍ଠା ବେଳେ ଥିବା ଓପିଜିସିର ମୂଳ କର୍ମ·ରୀ ଓ ଅଧିକାରୀଙ୍କୁ ଯୋଜନାବଦ୍ଧ ଭାବେ ଓପିଜିସି ଛାଡିବା ପାଇଁ ପରିସ୍ଥିତି ସୃଷ୍ଟି କରିବା ବା ବର୍ତମାନ ଥିବା ଅଭିଜ୍ଞ ଅଧିକାରୀ କର୍ମ·ରୀଙ୍କୁ ହତାଦର କରି ମାର୍କେଟ ବେସଡ ସାଲାରିରେ ରଥିବା ଅଯୌଗ୍ୟ ଅଧିକାରୀଙ୍କ ଅଯୋଗ୍ୟତା କାରଣରୁ ଓପିଜିସି ପାବାର ପ୍ଲାଂଟ ରସାତଳକୁ ଯାଉଥିବା ବେଳେ ମୁଖ୍ୟମନ୍ତ୍ରୀ ଓ  ଶକ୍ତିମନ୍ତ୍ରୀଙ୍କ   ନୀରବତା ସଂସ୍ଥାକୁ ବୁଡାଇବା ଥୟ  ।

Leave A Reply

Your email address will not be published.