ଟିଟିଲାଗଡ, ( ଗୌରବ ଦର୍ଜୀ)-ଟିଟିଲାଗଡ ର ଯୁବ ନେତା ତଥା ଯୁବ ସମାଜ ସେବୀ ଇଂ ଅମ୍ଳାନ ଷଡ଼ଙ୍ଗୀ ରାଜ୍ୟ ସ୍ତରୀୟ ଅଣରାଜନୈତିକ ସାମାଜିକ ସଂଗଠନ ୟୁଥ୍ ଫର୍ ଆକ୍ସନ କମିଟି ର ରାଜ୍ୟ ଉପସଭାପତି ଭାବେ ମନୋନୀତ ହୋଇଛନ୍ତି। ଏହି ଖବର ପ୍ରସାରିତ ହେବା ପରେ ଟିଟିଲାଗଡ ତଥା ବଲାଙ୍ଗୀର ଜିଲ୍ଲା ରେ ତାଙ୍କର ସମର୍ଥକ ଓ ବନ୍ଧୁ ବର୍ଗ ଙ୍କ ମଧ୍ୟରେ ଢେର ଉତ୍ସାହ ପରିଲକ୍ଷିତ ହୋଇଛି। ବିଭିନ୍ନ ମହଲ ରୁ ଅମ୍ଳାନ ଙ୍କୁ ଶୁଭେଚ୍ଛା ଓ ଶୁଭକାମନା ଆସୁଛି। ଗୁରୁଜନଙ୍କ ଆଶୀର୍ବାଦ ଓ ସାଙ୍ଗ ସାଥି ଙ୍କ ସହଯୋଗ ରେ ବଢୁଥିବା କହିଛନ୍ତି। ଆଗକୁ ନିଜ ଦାୟିତ୍ଵ କୁ ନିରପେକ୍ଷ ଭାବେ ତୁଲାଇବେ ଏବଂ ୟୁଥ ଫର ଆକ୍ସନ ତରଫରୁ ବ୍ୟାପକ ସମାଜସେବା କାର୍ଯ୍ୟକ୍ରମ କରାଯିବ ବୋଲି ଶ୍ରୀ ଷଡ଼ଙ୍ଗୀ କହିଛନ୍ତି।
Sign in
Sign in
Recover your password.
A password will be e-mailed to you.