ଆବାସ ଯୋଜନାରେ ଦୁର୍ନୀତି ଅଭିଯୋଗ: ବିଜେପି କଲ୍ୟାଣସିଂହପୁର ମଣ୍ଡଳ ପକ୍ଷରୁ ବ୍ଲକ କାର୍ଯ୍ୟାଳୟ ଘେରାଉ 

0 2

କଲ୍ୟାସିଂହପୁର/ପ୍ରଦୀପ ଦଳାଇ:ରାୟଗଡ଼ ଜିଲ୍ଲା କଲ୍ୟାଣସିଂହପୁର ମଣ୍ଡଳ ଭାରତୀୟ ଜନତା ପାର୍ଟି ପକ୍ଷରୁ ବ୍ଲକ କାର୍ଯ୍ୟାଳୟ ଘେରାଉ ହୋଇଥିଲା । କେନ୍ଦ୍ର ସରକାର ଙ୍କ ଦ୍ଵାରା ଗରିବ ତଥା ଯୋଗ୍ୟ ହିତାଧିକାରୀ ଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ମାଧ୍ୟମରେ ଘର ପାଇବାର ସୁବିଧା ରହିଥିଲା ବେଳେ ରାଜ୍ୟ ସରକାରଙ୍କ ଏଇ ଅଞ୍ଚଳର କୁଜି ନେତା ଓ ଅଧିକାରୀଙ୍କ ମନ୍ଦ ଚକ୍ରାନ୍ତ ରେ ଯୋଗ୍ୟ ହିତାଧିକାରୀ ସୁବିଧା ପାଇବାରେ ବଞ୍ଚିତ ରହୁଛନ୍ତି ଏପଟେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ହୋଇଥିବା ଘରକୁ ବିଜୁ ପକା ଘର ନାଁ ଲେଖା ଯାଉଛି ଏଭଳି ଅଭିଯୋଗ  ନେଇ ସାରା ରାଜ୍ୟର ପୌର ପରିଷଦ କାର୍ଯ୍ୟାଳୟ ଓ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ଭାରତୀୟ ଜନତା ପାର୍ଟି ପକ୍ଷରୁ ବିକ୍ଷୋଭ ଓ ଘେରାଓ କରି ମାନ୍ୟବର ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ କରିଛନ୍ତି ଏହା କଲ୍ୟାଣସିଂହପୁର ବ୍ଲକ ରେ ବି ସଫଳ ରୂପେ ହେବାର ଦେଖିବାକୁ ମିଳିଥିଲା। 

ଏହି ସମୟରେ ବ୍ଲକ ସଭାପତି ରବି ବେହେରା, ସାଧାରଣ ସମ୍ପାଦକ ମନୋଜ କୁମାର ସେଠୀ, ସମ୍ପାଦକ ପୂର୍ଣ୍ଣଚନ୍ଦ୍ର ପଟେଲ, ଜନଜାତି ମୋର୍ଚ୍ଚା ସଭାପତି ଦିଲିପ୍ ମିନିଆକା, କୃଷକ ମୋର୍ଚ୍ଚା ସଭାପତି ପ୍ରସ୍କା କାତୁ ,ଯୁବ ମୋର୍ଚ୍ଚା ହେମନ୍ତ ସାହୁ, ଶକ୍ତି କେନ୍ଦ୍ର ସଭାପତି ରୁଦ୍ର ଖଣ୍ଡରିଆ ଓ ସମେଶ ନେମାଲପୁରୀ , ନିରଞ୍ଜନ କାଡ୍ରାକା ଓ ଅନ୍ୟାନ୍ୟ କର୍ମୀ ଓ କାର୍ଯ୍ୟକର୍ତ୍ତା ଉପସ୍ଥିତ ରହିଥିଲେ।

Leave A Reply

Your email address will not be published.