ବିଶ୍ୱ ବିଜୟିନୀ ମହିଳା ମହାସଂଘ ଭୁବନେଶ୍ୱର ମଧ୍ୟ ଦ୍ୱାରା ବୃକ୍ଷ ରୋପଣ 

0 1

ଭୁବନେଶ୍ୱର(ଶାସକ ପ୍ରଶାସକ) : ସୁନ୍ଦର ପରିବେଶ ସୁନ୍ଦର ଜୀବନ –  ଏହି ବାର୍ତ୍ତା ପ୍ରଚାର ପ୍ରସାର ତଥା ପ୍ରଦୂଷଣ ନିୟନ୍ତ୍ରଣ  ଏବଂ ପରିବେଶକୁ ସୁରକ୍ଷା ପ୍ରଦାନ ନିମିତ୍ତ ବିଶ୍ଵ ବିଜୟିନୀ ମହିଳା ମହାସଂଘ ଆନୁକୁଲ୍ୟରେ ଭୁବନେଶ୍ଵର ମଧ୍ୟମ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ୱାର୍ଡ ନମ୍ବର ୩୭ ଶ୍ରୀକୃଷ୍ଣ କ୍ଲବ ପରିସରରେ,  ୱାର୍ଡ ନମ୍ବର ୩୮ ନୟାପଲ୍ଲୀ ଯୁବ ପରିଷଦ ପରିସରରେ  ଓ ୱାର୍ଡ ନମ୍ୱର ୩୯ ନୂଆସାହି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ନୟାପଲ୍ଲୀ ଠାରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥୀ ଭୁବନେଶ୍ୱର ମଧ୍ୟ ବିଧାୟକ ଶ୍ରୀଯୁକ୍ତ ଅନନ୍ତ ନାରାୟଣ ଜେନା ଯୋଗଦେଇ ‘ବୃକ୍ଷ ଭଳି ଅତ୍ୟନ୍ତ ମୂଲ୍ୟବାନ ପ୍ରାକୃତିକ ସମ୍ବଳର ସୁଉପଯୋଗ ଦ୍ଵାରା ପୃଥିବୀର  ପରିବେଶକୁ  ସୁରକ୍ଷା ଦେବା ସହ ସମଗ୍ର ଜୀବଜଗତକୁ  ଧ୍ଵଂସ ମୁଖରୁ ରକ୍ଷା କରିବା ନିମନ୍ତେ ପ୍ରତ୍ୟେକେ ନିହାତି ଗୋଟିଏ ଲେଖାଏଁ ବୃକ୍ଷରୋପଣ କରିବା ଆବଶ୍ୟକ’ ବୋଲି ଆହ୍ୱାନ ଦେଇଥିଲେ। ଏହି  କାର୍ଯ୍ୟକ୍ରମରେ  ଲୋପା ମୁଦ୍ରା ବକ୍ସିପାତ୍ର, ସୁଲୋଚନା ଦାସ, ସୁଲତା ଦେଓ, ସନ୍ଧ୍ୟା ରାଣୀ  ପ୍ରଧାନ, ମିନତୀ ବେହେରା, ବିଜୟଲକ୍ଷ୍ମୀ ମହାପାତ୍ର, ରଞ୍ଜୁଲତା ରାୟ,ଲୋରା ମହାପାତ୍ର ପୂର୍ବତନ କର୍ପୋରେଟର, ସମାଜସେବୀ ଓ ବିଶ୍ଵ ବିଜୟିନୀ ମଧ୍ୟମ ମହିଳା ମହାସଂଘ ସଦସ୍ୟା ଏବଂ ଅନ୍ୟମାନେ ଉପସ୍ଥିତ ଥିଲେ |

Leave A Reply

Your email address will not be published.