ବରଗଡ :- ଆଜି ରାଜ୍ୟ ସରକାର ଆଇପିଏସ ସ୍ତରରେ ଅଦଳ ବଦଳ କରିଛନ୍ତି । କେନ୍ଦ୍ରୀୟ ଡେପୁଟେସନରୁ ଫେରିବା ପରେ ଦେବଦତ୍ତ ସିଂଙ୍କୁ ଆଇଜିପି ମୁଖ୍ୟାଳୟ ଭାବେ ନିଃଉକ୍ତି ଦିଆଯାଇଛି | ସେହିପରି ବରଗଡ଼ ଏସ ପି ପଦ୍ମିନୀ ସାହୁଙ୍କର ସ୍ଥାନରେ ନୂଆପଡା ଏସପି ଶ୍ରୀ ରାହୁଲ ଜୈନ ଜିଲ୍ଲାର ନୂତନ ଏସ ପି ଭାବରେ ନିଯୁକ୍ତି ପାଇଥିବା ବେଳେ ଜଗତସିଂପୁର ଏସପି ପ୍ରକାଶ ଆର ଭିଜିଲାନ୍ସକୁ ବଦଳି ହୋଇଛନ୍ତି | ଏସଓଜି କମାଣ୍ଡାଣ୍ଟ ଥିବା ଆଖିଳେଶ୍ୱର ସିଂଙ୍କୁ ଜଗତସିଂପୁର ଏସପି ଭାବେ ନିଯୁକ୍ତି ମିଳିଛି | ମୟୁରଭଞ୍ଜ ଏସପି ଥିବା ପି ଏସ ପୁରୁଷତ୍ତମଦାସଙ୍କୁ ନବରଙ୍ଗପୁର ଏସପି ଭାବେ ଓ ମାଲକାନଗିରି ଏସପି ଥିବା କେ ଆର ଦ୍ୟାନଦେଓଙ୍କୁ ମୟୁରଭଞ୍ଜ ଏସପି ଭାବେ ଅବସ୍ଥାପିତ କରାଯାଇଛି | ଏଆଇଜି ମୁଖ୍ୟାଳୟ ପ୍ରଯୁଷ ଦିବାକରଙ୍କୁ ନୂଆପଡା ଏସପି ଭାବେ ବଦଳି କରାଯାଇଛି | ନବରଙ୍ଗପୁର ଏସପି ପିଏସ ମିନାଙ୍କୁ ମାଲକାନଗିରି ଏସପି ଭବେ ଅବସ୍ଥାପିତ କରାଯାଇଛି |
Sign in
Sign in
Recover your password.
A password will be e-mailed to you.