ବାଲେଶ୍ୱରରେ ଗୋପବନ୍ଧୁଙ୍କ ଶ୍ରାଦ୍ଧ ଦିବସ

0

13-07-18-Gopabandhu-Sraddha.jpg - 78.02 kB

ବାଲେଶ୍ୱର(ଉଜ୍ଜ୍ୱଳ କର): ମହାନ ଦେଶଭକ୍ତ, ସେବା ଓ ତ୍ୟାଗର ପ୍ରତୀକ ତଥା ‘ସମାଜ’ର ପ୍ରତିଷ୍ଠାତା  ପୂଣ୍ୟାତ୍ମା  ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୯୦ତମ ଶ୍ରାଦ୍ଧ ଦିବସ ବାଲେଶ୍ୱରରେ ପାଳିତ ହୋଇଯାଇଛି । ଏହି ଅବସରରେ ସକାଳେ ସ୍ଥାନୀୟ ଗୋପବନ୍ଧୁ ପାର୍କରେ ଥିବା ଉତ୍କଳମଣିଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାସୁମନ ଅର୍ପଣ କରାଯାଇଥିଲା । ବାଲେଶ୍ୱର ଲୋକସଭା ସାଂସଦ ରବୀନ୍ଦ୍ର କୁମାର ଜେନା, ସଦର ବିଧାୟକ ଜୀବନ ପ୍ରଦୀପ ଦାଶ, ବିଜେପି ଜିଲା ସଭାପତି ମଦନମୋହନ ଦତ୍ତ, ପୌରାଧ୍ୟକ୍ଷ ଆଲୋକ କୁମାର ସାହୁ, ବିକ୍ରମ ପଣ୍ଡା, ବ୍ରିଟ ଅଧ୍ୟକ୍ଷ ଗୌରୀକୁମାର ରାଉତ, ପୌର ଉପାଧ୍ୟକ୍ଷା ରଶ୍ମୀରେଖା ଦେବ, ସମାଜ ବାଲେଶ୍ୱର ଶାଖା ପରିଚାଳକ ମଧୁସୂଦନ ଦାସ, ବ୍ୟୁରୋ ଇନଚାର୍ଯ କୁଳମଣି ବାରିକ, ଡେସ୍କ ଇନଚାର୍ଯ ଶଶିରଞ୍ଜନ ମଲ୍ଲିକ ପ୍ରମୁଖ ଯୋଗଦେଇ ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ପୂର୍ବକ ଶ୍ରଦ୍ଧାସୁମନ ଜ୍ଞାପନ କରିଥିଲେ । ଗୋପବନ୍ଧୁ ଆମ ଜାତି ତଥା ଦେଶ ପାଇଁ ଗର୍ବ ଓ ଗୌରବ । ତାଙ୍କ ସମୟରେ ସେ ଯେଉଁ ସେବା ଓ ତ୍ୟାଗର ଉଦାହରଣ ରଖି ଯାଇଛନ୍ତି ତାହା କେବଳ ବର୍ତ୍ତମାନ ପାଇଁ ନୁହେଁ, ଯୁଗେଯୁଗେ ସମାଜର ସବୁ ବର୍ଗର ଲୋକଙ୍କର ଆଦର୍ଶ ହୋଇ ରହିବେ । ତାଙ୍କର ତ୍ୟାଗ, ସେବା, ଆଦର୍ଶ ଓ ବ୍ୟକ୍ତିତ୍ୱ ସମସ୍ତଙ୍କ ହୃଦୟରେ କିଛି ପରିମାଣରେ ରହିଲେ ଦେଶ ଓ ସମାଜ ନିଶ୍ଚିତ ଭାବେ ସଂସ୍କାରିତ ହେବ ବୋଲି ବକ୍ତାମାନେ ମତ ପ୍ରକାଶ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ଯୋଜନା ବୋଡର଼୍ ସଦସ୍ୟ ଗିରୀଶଚନ୍ଦ୍ର ଦାଶ, ଡାକ୍ତର ଚୌଧୁରୀ ସତ୍ୟବ୍ରତ ନନ୍ଦ, ବିଜେଡ଼ି ପର୍ଯ୍ୟବେକ୍ଷକ ଅଜୟ ନାୟକ, କବି ପ୍ରଶାନ୍ତ ଦାସ, ମମତା ମହାପାତ୍ର, ଅଞ୍ଜଳି ପଣ୍ଡା, ବିମଳ ଜେନା, କୈଳାସ ଦାସ, ରମାକାନ୍ତ ଦାସ, ରାଜେଶ ଗିରି, ବିଶ୍ୱନାଥ ରଣା, ସାଗର ଦାସ, ଅର୍ଚ୍ଚନା ନନ୍ଦୀ, ପୂର୍ଣ୍ଣଚନ୍ଦ୍ର ମହାନ୍ତି, ଅଭୟ ଦାସ, ଚତୁର୍ଭୁଜ ମଲ୍ଲିକ, ମନ୍ମଥ କୁମାର ପ୍ରଧାନ, ନିରଞ୍ଜନ ପରିଡ଼ା, ଗୌରାଙ୍ଗ ପାଣିଗ୍ରାହୀ, ଡ. ପ୍ରହ୍ଲାଦ ମହାନ୍ତି ପ୍ରମୁଖ ଏଥିରେ ଯୋଗଦେଇ ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାସୁମନ ଅର୍ପଣ କରିବା ସହ ବକ୍ତବ୍ୟ ରଖିଥିଲେ । 

Leave A Reply

Your email address will not be published.