ଦିଲ୍ଲୀପ ସାହୁ ଭଦ୍ରକ ଟାଉନ ଥାନାର ନୂତନ ଥାନାଧିକାରୀ

0

13-07-18-bhadrak.jpg - 26.33 kB

ଭଦ୍ରକ/ ସତ୍ୟଭୂଷଣ ସ୍ୱାମୀ : ଭଦ୍ରକ ଟାଉନ ଥାନାର ନୂତନ ଥାନାଧିକାରୀ ଭାବେ inspector ଦିଲ୍ଲୀପ ସାହୁଙ୍କୁ ମିଳିଛି ନିଯୁକ୍ତି । ସେ ଏଠାରେ IIC ମନୋଜ ରାଉତଙ୍କ ଠାରୁ କାର୍ଯ୍ୟଭାର ନେଇ ଥାନା ଦାୟିତ୍ବ ସମ୍ଭାଳିବେ । ଶ୍ରୀ ସାହୁ ପୂର୍ବରୁ ଟାଉନ ଥାନାରେ ଦାୟିତ୍ବ ନେଇ ନିଜର କାର୍ଯ୍ୟ ଦକ୍ଷତା ଦେଖାଇ ସାରିଥିଵା ଵେଳେ ଏଵେ ଥାନାଧିକାରୀ ଭାଵରେ ଯୋଗ ଦେଇ ଆଇନ ଶୃଙ୍ଖଳା ପରିସ୍ଥିତି କୁ ସାମନା କରିବାରେ ସକ୍ଷମ ହେଵେ ଵୋଲି ଵିଶ୍ଵାସ। ସୂଚନା ଥାଉକି ଭଦ୍ରକ ଦଙ୍ଗା ପରେ ସହରରେ ଆଇନଶୃଖଳା ପରିସ୍ଥିତି ସାଙ୍ଗକୁ ରାଜନୈତିକ ଵାତାଵରଣ ଵିଗିଡି ଯାଇଛି । ଏପରି ଅବସ୍ଥାରେ କିଛିଦିନ ହେବ ଜିଲ୍ଲାରେ ନୂଆ ଏସପି B.Gangadhar (IPS ) ଯୋଗଦେଵା ପରେ Police ର ଇମେଜକୁ ସୁଧାରିବା ପାଇଁ ପ୍ରୟାସ ଆରମ୍ଭ ହୋଇଛି। ଜିଲ୍ଲାରେ ଥିବା ସମସ୍ତ ଥାନାଧିକାରୀଙ୍କୁ ଅଦଳ ଵଦଳ ପ୍ରକ୍ରିୟାରେ ଟାଉନ ଥାନାକୁ ମଧ୍ୟ ସାମିଲ କରାଯାଇଛି । ତେବେ ଏହା କେତେଦୂର ଫଳପ୍ରଦ ହେବ ତାହା ସମୟ କହିବ ।

Leave A Reply

Your email address will not be published.