ବଲାଙ୍ଗିର(ନିରୋଜ ମିଶ୍ର)- ଭାରତୀୟ ଜାତୀୟ କଂଗ୍ରେସ ର ଶିର୍ଷ ନେତୃତ୍ୱ ତଥା ଯୁବନେତା ରାହୁଲ ଗାନ୍ଧୀଙ୍କର ୫୦ତମ ଜନ୍ମଦିବସ ବଲାଙ୍ଗିର ଜିଲ୍ଲା କଂଗ୍ରେସ ତରଫରୁ ପାଳିତ ହୋଇଯାଇଛି । କରୋନା ମହାମାରୀ ସମୟରେ ସାଧାରଣ ଲୋକ ତଥା କରୋନା ରୋଗୀ ମାନେ ନାହିଁ ନଥିବା ଦୁର୍ଦ୍ଧଶା ଭୋଗୁଛନ୍ତି । ତେଣୁ ରାହୁଲ ଗାନ୍ଧୀଙ୍କର ଜନ୍ମ ଦିବସକୁ ବଲାଙ୍ଗିରରେ କରୋନା ପ୍ରପିଡିତ ଜନସାଧାରଣଙ୍କୁ ବିଭିନ୍ନ ପ୍ରକାର ସେବା ଯୋଗାଇ ଶ୍ରୀ ଗାନ୍ଧୀଙ୍କର ଜନ୍ମ ଦିବସ ପାଳନ କରାଯାଇଥିବା କଂଗ୍ରେସ କହିଛି । ଏହି କ୍ରମରେ ଆଜି ସକାଳୁ ସ୍ଥାନୀୟ ଭୀମ ଭୋଇ ମେଡିକାଲ କଲେଜ, ମହାଦେବ ମନ୍ଦିର ସାମନା ଏବଂ କଚେରୀ ଛକରେ ଶୁଖିଲା ଖାଦ୍ୟ ଓ ମାସ୍କ ବଣ୍ଟନ କରାଯିବା ସହ ଲୋକଙ୍କୁ କରୋନା ପ୍ରତି ସଚେତନ କରାଯାଇଥିଲା । ଭୀମ ଭୋଇ ମେଡିକାଲ କଲେଜ ରକ୍ତ ଭବନ ଠାରେ ଛାତ୍ର କଂଗ୍ରେସ ତରଫରୁ ରକ୍ତଦାନ କାଯ୍ୟକ୍ରମ କରାଯାଇଛି । ଏହି ସମସ୍ତ କାର୍ଯ୍ୟକ୍ରମରେ ଜିଲ୍ଲା କଂଗ୍ରେସ ଉପସଭାପତି ମନିଷ ମିଶ୍ର, ସେବାଦଳ ମୂଖ୍ୟ ଅସିତ ମିଶ୍ର, ନଗର ସଭାପତି ବୁଲୁ ଦାନୀ, ଯୁବ ସବାପତି ପ୍ରେମ ପ୍ରକାଶ ମିଶ୍ର, ଜୁଲୁ ପଟ୍ଟନାୟକ, ପ୍ରକାଶ ସାହୁ, ଅବିନାଶ ସାଏ, ଅକଣ୍ଡ ସେଠ, ବ୍ୟାସଦେବ ନନ୍ଦ, ଟୁନା ହୋତା, ପବିତ୍ର ନେପାକ, ଛାତ୍ର ସଭାପତି ଅଙ୍କିତ ସାହୁ, ଟୁଲୁ ସେନ, ନିରଞ୍ଜନ ମିଶ୍ର, ଲୋପନ ମିଶ୍ର, ଅମିୟ ବଗର୍ତ୍ତି, ସୁମନ୍ତ ବିଭାର, ସୁଜିତ କୁମ୍ଭାର, ମିଥୁନ ବାଗ, ରମଣୀ ନାୟକ, ପ୍ରତିକ ବେହେରା, ଅମନ ମିଶ୍ର, ଅଜୟ ନାଗ, ରାଜା ସେଠ ପ୍ରମୂଖ ଉପସ୍ଥିତ ଥିଲେ ।
Sign in
Sign in
Recover your password.
A password will be e-mailed to you.
Prev Post