ବୁଗୁଡ଼ାରେ ଉଠା ଦୋକାନିଙ୍କୁ ଆର୍ଥିକ ସହାୟତା ପ୍ରଦାନ

0 2

ବୁଗୁଡା : (ଡ଼ଃ.କୁମୁଦ ଚନ୍ଦ୍ର ବେହେରା) ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉଠାଦୋକାନୀ ମାନଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିବାକୁ ଘୋଷଣା କରିଥିଲେ। ରାଜ୍ୟ ସରକାରଙ୍କ ନିଷ୍ପତ୍ତି ପ୍ରକାରେ ଲକ ଡାଉନ ଓ ସଟ ଡାଉନ ସମୟରେ ରୋଜଗାର ହରାଇଥିବା ସହରାଞ୍ଚଳର ଉଠା ଦୋକାନୀ ମାନଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିବାକୁ ନିର୍ଦ୍ଦେଶ ହୋଇଥିଲା। ଜୁନ ୧୯ ତାରିଖ ଦିନ ବୁଗୁଡା ଏନଏସି କଲ୍ୟାଣି ମଣ୍ଡପରେ ବୁଗୁଡା ସହରର ୫୫ ଜଣ ଉଠା ଦୋକାନୀଙ୍କୁ ପୋଲସରା ବିଧାୟକ ତଥା ଗଞ୍ଜାମ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଶ୍ରୀକାନ୍ତ ସାହୁ ସରକାରଙ୍କ ଆର୍ଥିକ ସହାୟତା ରାଶି ପ୍ରଦାନ କରିଥିଲେ। ଆଜିର ଏହି କାର୍ଯ୍ୟକ୍ରମ ବୁଗୁଡା ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ରଶ୍ମିରଞ୍ଜନ ଦାଶଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ହୋଇଥିବା ବେଳେ ଏନଏସି ର କର୍ମଚାରୀ ବୃନ୍ଦ ସହଯୋଗ କରିଥିଲେ।

Leave A Reply

Your email address will not be published.