ଜଙ୍ଗଲ ରୁ ଉଦ୍ଧାର ହେଲା ଝୁଲନ୍ତା ଗଲିତ ଶବ।

0 2

ଟିଟିଲାଗଡ, ( ଗୌରବ ଦର୍ଜୀ)-ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ ଥାନା ଅନ୍ତର୍ଗତ ଭାଲେଗାଁ ପଞ୍ଚାୟତ ର କାନିଝୁରି ଗାଁ ନିକଟ ଫୁଲମତି ଜଙ୍ଗଲ ରୁ ଏକ ଝୁଲନ୍ତା ଶବ ଗଲିତ ଅବସ୍ଥା ରେ ଉଦ୍ଧାର କରିଛି ଟିଟିଲାଗଡ ପୋଲିସ। ଗତକାଲି କିଛି ଛେଳି ଚରାଲି ଜଙ୍ଗଲ କୁ ଛେଳି ଚରାଇବା ପାଇଁ ଯାଇଥିବା ବେଳେ ଏକ ବୃଦ୍ଧ ବ୍ୟକ୍ତି ର ଝୁଲନ୍ତା ଶବ କୁ ଦେଖିବା କୁ ପାଇଥିଲେ। ସେମାନେ ଟିଟିଲାଗଡ ପୋଲିସ କୁ ଖବର ଦେବା ପରେ ଥାନା ଅଧିକାରୀ ରଞ୍ଜନ ବରିହା ଉକ୍ତ ସ୍ଥାନ କୁ ଯାଇ ସ୍ଥିତି ଅନୁଧ୍ୟାନ କରି ଥିଲେ। କିନ୍ତୁ ସନ୍ଧ୍ୟା ସମୟ ହେବାରୁ ସେଠାରେ ଗାଁ ଲୋକଙ୍କ ସହ କିଛି ପୋଲିସ କର୍ମଚାରୀ ଙ୍କୁ ଘଟଣା ସ୍ଥଳରେ ରାତି ରେ ରହିବ ପାଇଁ ନିର୍ଦ୍ଦେଶ ଦେଇଥିଲେ। ଆଜି ସକାଳୁ ଟିଟିଲାଗଡ ଥାନା ଅଧିକାରୀ ରଞ୍ଜନ ବରିହା ଙ୍କ ସହ ଏକ ପୋଲିସ ଟିମ୍ ଓ ମେଡିକାଲ ଟିମ୍ ଘଟଣା ସ୍ଥଳ ରେ ପହଞ୍ଚି ଶବ କୁ ଉଦ୍ଧାର କରିବା ସହ ଏକ ଅପମୃତ୍ୟୁ ମାମଲା ରୁଜ୍ଜୁ କରି ତଦନ୍ତ ଆରମ୍ଭ କରିଛି। କିନ୍ତୁ ଶବ ଟି ଗଲିତ ଅବସ୍ଥା ରେ ମିଳିଥିବାରୁ ପରିଚୟ କିଛି ମିଳି ପରି ନାହିଁ। ପୋଲିସ ଶବ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ ବୋଲି ପୋଲିସ ପ୍ରକାଶ କରିଛି।

Leave A Reply

Your email address will not be published.