ରାଉରକେଲା ଇସ୍ପାତ କାରଖାନାରେ ପ୍ରଶଂସନୀୟ କାର୍ଯ୍ୟ ପାଇଁ ୮ ଜଣ ଠିକାଶ୍ରମିକ ପୁରସ୍କୃତ

0

 

12-07-18-KTS_9320.jpg - 83.94 kB      

 Rourkela/Sushanta Behera : ରାଉରକେଲା ଇସ୍ପାତ କାରଖାନାର ପ୍ଳେଟ ମିଲ ବିଭାଗରେ କାର୍ଯ୍ୟରତ ୮ ଜଣ ଠିକା ଶ୍ରମିକଙ୍କୁ ପ୍ରଶଂସନୀୟ କାର୍ଯ୍ୟ ନିମନ୍ତେ ପୁରସ୍କୃତ କରାଯାଇଛି। ପ୍ଳେଟ ମିଲ ବିଭାଗରେ ଜୁଲାଇ ୯ ତାରିଖରେ ଅନୁଷ୍ଠିତ ଏକ ଉତ୍ସବରେ ବିଭାଗର ଡ଼ିଜିଏମ ମେକାନିକାଲ ଇ ଓରାମ ସେମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ । ଏହି ଠିକା ଶ୍ରମିକମାନେ ମେଷର୍ସ ସନଟେକରେ କାର୍ଯ୍ୟ କରୁଛନ୍ତି।

        ଉଲ୍ଲେଖନୀୟ ଯେ, ଏହି ଠିକା ଶ୍ରମିକମାନେ ନୂତନ ୱାକିଙ୍ଗ ବିମ ଫର୍ଣ୍ଣେସର ଏକ ସ୍ଲାବକୁ ସଂପୂର୍ଣ୍ଣ ସୁରକ୍ଷିତ ରୂପେ ନିଷ୍କାସିତ କରିଥିଲେ। ଉକ୍ତ କାର୍ଯ୍ୟ ନିର୍ଦ୍ଧାରିତ ସମୟ ମଧ୍ୟରେ ଶେଷ ହୋଇଥିଲା ଏବଂ ଏହା ଫଳରେ ରୋଲିଙ୍ଗ ରେକର୍ଡ ସମୟ ମଧ୍ୟରେ ଆରମ୍ଭ ହୋଇପାରିଥିଲା। ଏହାଦ୍ୱାରା ପ୍ଳେଟ ମିଲ ମଇ ମାସରେ ଲେଭେଲ-୪ ଉତ୍ପାଦନ ହାସଲ କରିପାରିଥିଲା । କାର୍ମିକ ଠିକା ସେଲ ଓ ପ୍ରକଳ୍ପ ବିଭାଗର ଡ଼ିଜିଏମ, ଟି ଜି କାନେକର କାର୍ଯ୍ୟକ୍ରମ ସଂଯୋଜନା କରିବା ସହିତ ତତକାଳ ପୁରସ୍କାର ଯୋଜନା ସନ୍ଦର୍ଭରେ ଏକ ସଂକ୍ଷିପ୍ତ ବିବରଣୀ ଉପସ୍ଥାପନ କରିଥିଲେ। ପ୍ଳେଟ ମିଲ ବିଭାଗର ଡ଼ିଜିଏମ, ନୀଳମଣି ମହାପାତ୍ର ପୁରସ୍କୃତ ଠିକା ଶ୍ରମିକଙ୍କ ପ୍ରଶଂସନୀୟ ପ୍ରୟାସ ସମ୍ପର୍କରେ ତଥ୍ୟ ରଖିଥିବାବେଳେ ବିଭାଗର ଏଜିଏମ,  ବି ଦାସ ଧନ୍ୟବାଦ ଜ୍ଞାପନ କରିଥିଲେ।ସୂଚନାଯୋଗ୍ୟ ଯେ, ୨୦୧୪ ନଭେମ୍ବର ମାସ ରୁ ଆରମ୍ଭ ହୋଇ ଥିବା ଏହି ଯୋଜନା ରେ ଆଜି ପର୍ଯ୍ୟନ୍ତ ଆରଏସପିର ବିଭିନ୍ନ ବିଭାଗର ୧୭୦ ଜଣ ଠିକା ଶ୍ରମିକଙ୍କୁ ପୁରସ୍କୃତ କରାଯାଇଅଛି। 

Leave A Reply

Your email address will not be published.