କି ଉନ୍ନତ ଶିକ୍ଷା ବ୍ୟବସ୍ଥା : ସ୍କୁଲରେ ତାଲା, ରାସ୍ତାରେ ଛାତ୍ରଛାତ୍ରୀ 

0

12-07-18-padam.jpg - 143.24 kB

ଶିକ୍ଷକ ଅଭାବ ଯୋଗୁଁ ବିଦ୍ୟାଳୟରେ ତାଲା ବନ୍ଦ କଲେ ଅଭିଭାବକ ।

ପଦ୍ମପୁର/Nila Deep     -ବରଗଡ଼ ଜିଲ୍ଲା ଝାରବନ୍ଧ ବ୍ଳକ ଡ଼ଭା ଗ୍ରାମର ଡ଼ଭା ଉଚ୍ଚ ବିଦ୍ୟାଳୟ ୧୯୭୦ ସ୍ଥାପିତ ହୋଇଥିଲା ।୧୯୭୯ ମସିହାରେ ସରକାରୀ ସ୍ବିକୄତି ପାଇଥିଲା ହେଲେ ବିଗତ ଦଶ ବର୍ଷ ହେଲା ଏହି ବିଦ୍ୟାଳୟରେ ଶିକ୍ଷକଙ୍କ ଘୋର ସଙ୍କଟ ଦେଖାଦେଇଛି ।ଯ ଦ୍ବାରା ଶିକ୍ଷା ଦାନରେ ଅସୁବିଧା ସୄଷ୍ଟି ହେଉଛି ।ସୂଚନା ଅନୁଯାୟୀ ଡ଼ଭା ହାଇସ୍କୁଲରେ ୩୯୪ ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଥିବା ବେଲେ କେବଳ   ୩ ଜଣ ଶିକ୍ଷକ ଶିକ୍ଷାଦାନ କରୁଛନ୍ତି ।ଏହି ଅବ୍ୟବସ୍ଥା ଦୂର କରିବା ପାଇଁ ଅଭିଭାବକ ମାନେ ବାରମ୍ବାର ବ୍ଳକ ଶିକ୍ଷା ଅଧିକାରୀ ଓ ଜିଲ୍ଲା ଶିକ୍ଷା ଅଧିକାରୀ ଙ୍କୁ ଜଣାଇଥିଲେ ମଧ୍ୟ କୌଣସି ପଦକ୍ଷେପ ନେଇନଥିଲେ ।ଏହି ଅଞ୍ଚଳ ଓଡ଼ିଶାର ଉପାନ୍ତର ଅଞ୍ଚଳ ।ଆଦିବାସୀ ବହୁଳ ଓ ମାଓ ପ୍ରବଣିତ ଅଞ୍ଚଳ ହୋଇଥିବାରୁ ଶିକ୍ଷାର ଗୁଣାତ୍ମକ ଅଭିବୃଦ୍ଧି ଏବେ ପର୍ଯ୍ୟନ୍ତ ହୋଇପାରି ନାହିଁ ।ସେହି ପ୍ରତିବାଦରେ ଅଭିଭାବକ ମାନେ ବୁଧବାର ଦିନ ଏକ ଶୋଭାଯାତ୍ରା ଗ୍ରାମ ପରିକ୍ରମା କରି  ଡ଼ଭା ଉଚ୍ଚ ବିଦ୍ୟାଳୟ ଠାରେ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ତାଳା ବନ୍ଦ ଆନ୍ଦୋଳନ କରିଥିଲେ ।ଏହି ଖବର ପାଇ ଘଟଣା ସ୍ଥଳରେ ଶ୍ରୀଯୁକ୍ତ ଉପେନ୍ଦ୍ର ମୋହନ ବିଳାସ ବ୍ଳକ ଶିକ୍ଷାଧିକାରୀ ଝାରବନ୍ଧ ଓ ଶ୍ରୀଯୁକ୍ତ ପର୍ଶୁରାମ ପଣ୍ଡା ଅତିରିକ୍ତ ତହସିଲଦାର ଝାରବନ୍ଧ ଘଟଣା ସ୍ଥଳରେ ପହଞ୍ଚି ଲୋକଙ୍କ ସହିତ ଏହାର ସମାଧାନ ପାଇଁ ଆଲୋଚନା କରିଥିଲେ ।ଦୀର୍ଘ ତିନି ଘଣ୍ଟାର ଯୁକ୍ତିତର୍କ ଆଲୋଚନା ପରେ  ସମାଧାନ ର ବାଟ ବାହାରି ଥିଲା ଏବଂ ଶିକ୍ଷକ ନିଯୁକ୍ତି ଦେବା ପାଇଁ ବ୍ଳକ ଶିକ୍ଷା ଅଧିକାରୀ ଲିଖିତ ପ୍ରତିଶ୍ରୁତି ଦେଲାପରେ ଅଭିଭାବକ ମାନେ ଆନ୍ଦୋଳନ ପ୍ରତ୍ୟାହୃତ କରିଥିଲେ ।
 ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ସ୍କୁଲ ଗୄହ ନିର୍ମାଣ କରୁଥିବା ସରକାର ଛାତ୍ର ଛାତ୍ରୀ ମାନଙ୍କ ନିତାନ୍ତ ଆବଶ୍ୟକୀୟ ଶିକ୍ଷକ ଯୋଗାଇ ବାରେ ଅସଫଳ ହୋଉଛନ୍ତି,ଯେଉଁଥି ପାଇଁ ଛତୁ ଫୁଟିଲା ପରି ବେସରକାରୀ ସ୍କୁଲ ଦେଖିବାକୁ ମିଲୁଛି ।
 
 
Leave A Reply

Your email address will not be published.