ପାରଳାଖେମୁଣ୍ଡିରେ ସହରରେ ୨ୟ ଦିନରେ ୧୮ରୁ ୪୪  ବର୍ଷ ବ୍ୟକ୍ତିଙ୍କ ପାଇଁ ପ୍ରଥମ ଡୋଜ୍ ଟୀକାକରଣ କାର୍ଯ୍ୟକ୍ରମ

0

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଦୀର୍ଘ ଦିନର ଅପେକ୍ଷା ପରେ ସରକାରଙ୍କ ନିର୍ଦ୍ଦେଶ ପ୍ରକାରେ ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହର ତଥା ପୌରପରିଷଦରେ ଆରମ୍ଭ ହୋଇଛି ୧୮ରୁ ୪୪ ବର୍ଷ ବ୍ୟକ୍ତିଙ୍କ ପ୍ରଥମ ଡୋଜ୍ କୋଭିଡ୍ ଟୀକାକରଣ କାର୍ଯ୍ୟକ୍ରମ । 

୧୮ ରୁ ୪୪ ବର୍ଷର ବ୍ୟକ୍ତିଙ୍କ ପ୍ରଥମ ଡୋଜ୍ କୋଭିଡ୍ ଟୀକାକରଣ କାର୍ଯ୍ୟକ୍ରମ ସହରରେ ୮ଟି କେନ୍ଦ୍ରରେ ସୋମବାର ଦିନ ଠାରୁ ଆରମ୍ଭ ହୋଇଯାଇଛି। ପ୍ରଥମ ପର୍ଯ୍ୟାୟରେ ଜିଲ୍ଲାକୁ ୪ ହଜାର ୫ ଶହ ଟୀକା ଆସିଛି। ପ୍ରତ୍ୟେକ ଦିନ ୮ଟି କେନ୍ଦ୍ରରେ ୧୫ ଶହ ଟୀକା ଦିଆଯିବା ବ୍ୟବସ୍ଥା ହୋଇଛି। 

୧୮ ରୁ ୪୪ ବର୍ଷର ବ୍ୟକ୍ତି ପ୍ରଥମ ଡୋଜ୍ ଟୀକା ନେଇଛନ୍ତି।  ଟୀକା ନେବାପାଇଁ ଏହି ବୟସର ବ୍ୟକ୍ତି ମାନେ ଏଥିପାଇଁ ଖୋଲା ଯାଇଥିବା କୋଇନ୍ ପୋର୍ଟାଲ ରେ ନାମ  ପଞ୍ଜିକରଣ କରିଥିଲେ ଏବଂ ଗତ ୬ ତାରିଖ ଦିନ ସନ୍ଧ୍ୟା ୬ଟା ଠାରୁ ସ୍ଲୋଟ ବୁକିଙ୍ଗ କରିଥିଲେ। 

ଦୀର୍ଘ ଦିନର ଅପେକ୍ଷା କରିବା ପରେ ଏହି କୋଭିଡ୍ ଟୀକାକରଣର ସୁଯୋଗ ସେମାନଙ୍କୁ ମିଳିଥିବା ଯୋଗୁଁ ବହୁ ସଂଖ୍ୟାରେ ଯୋଗ୍ୟ ହିତାଧିକାରୀ ମାନେ ଆଗ୍ରହର ସହ ଆସି ଲମ୍ବା ଧାଡିରେ ଠିଆ ହୋଇ ଟୀକାକରଣ ପାଇଁ ପଞ୍ଜିକରଣ କରିଥିଲେ। 

ଟୀକ ନେବାପରେ ସେମାନଙ୍କୁ ୩୦ ମିନିଟ୍ ପର୍ଯ୍ୟନ୍ତ ନିରୀକ୍ଷଣ କକ୍ଷରେ ବସାଯାଇଥିଲା । ଏ ସମ୍ପର୍କରେ ଟୀକା ନେଇଥିବା ଦୁଇ ଜଣ ଯୁବତୀ ହିତାଧିକାରୀ ପ୍ରିୟଙ୍କା ପଟ୍ଟନାୟକ ଓ ଡି.ପ୍ରିୟଙ୍କା କହିଛନ୍ତି ଯେ ଆମେ ଟୀକା ନେବାପରେ କୌଣସି ପ୍ରକାର ପାର୍ଶ୍ଵ ପ୍ରତିକ୍ରିୟା ଦେଖାଦେଇନି ଆମେ ସୁସ୍ଥ ଅଛୁ । ଏହି କୋଭିଡ୍ ଟୀକା ସମ୍ପୂର୍ଣ୍ଣ ନିରାପଦ ସୁରକ୍ଷିତ , ଏହି ଟୀକା ସମସ୍ତେ ନିଅନ୍ତୁ ଏବଂ କୋରନା ମୁକ୍ତ ସମାଜ ଗଠନ କରିବା ଦିଗରେ ସହାୟକ ହୁଅନ୍ତୁ ବୋଲି କହିଥିଲେ।

Leave A Reply

Your email address will not be published.