ପାରଳାଖେମୁଣ୍ଡି ପୌରାଞ୍ଚଳରେ ଚାଲିଛି   ୧୮ରୁ ୪୪  ବର୍ଷ ବ୍ୟକ୍ତିଙ୍କ ପ୍ରଥମ ଡୋଜ୍ ଟୀକାକରଣ 

0

ପାରଳାଖେମୁଣ୍ଡି/ ବାଳକୃଷ୍ଣ ପାଣିଗ୍ରାହୀ : ସୋମବାର ଦିନ ଠାରୁ ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହରରେ ଆରମ୍ଭ ହୋଇଛି ୧୮ରୁ ୪୪ ବର୍ଷ ବ୍ୟକ୍ତିଙ୍କ ପ୍ରଥମ ଡୋଜ୍ କୋଭିଡ୍ ଟୀକାକରଣ କାର୍ଯ୍ୟକ୍ରମ । 

ଏହି ଟୀକାକରଣ କାର୍ଯ୍ୟକ୍ରମ ଜୁନ ୭ , ୮ , ୯ ତାରିଖ (୩ ଦିନ )ପର୍ଯ୍ୟନ୍ତ ପାରଳାଖେମୁଣ୍ଡି ସହରର ୮ଟି କେନ୍ଦ୍ରରେ ଯଥା :- ଜିଲ୍ଲା ମୁଖ୍ୟଚିକିତ୍ସାଳୟ , ସହରାଞ୍ଚଳ ସ୍ୱାସ୍ଥ୍ୟ କେନ୍ଦ୍ର , ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର , ଟାଉନ୍ ହଲ୍ , ମହାରାଜା ଓଡ଼ିଆ ବାଳିକା ବିଦ୍ୟାଳୟ , ଗାନ୍ଧୀ ମେମୋରିଆଲ୍ ସ୍କୁଲ ବ୍ଳକ (ଏ) ଓ ଗାନ୍ଧୀ ମେମୋରିଆଲ୍ ସ୍କୁଲ ବ୍ଳକ (ବି) , ଆରଏମସି କଟନ ୟାର୍ଡ ସେଣ୍ଟରରେ ଟୀକାକରଣ ଦେବାର ବ୍ୟବସ୍ଥା ରହିଛି । 

ପ୍ରଥମ ପର୍ଯ୍ୟାୟରେ ଜିଲ୍ଲାକୁ ୪ ହଜାର ୫ ଶହ ଟୀକା ଆସିଛି। ପ୍ରତ୍ୟେକ ଦିନ ୮ଟି କେନ୍ଦ୍ରରେ ୧୫ ଶହ ଟୀକା ଦିଆଯିବା ବ୍ୟବସ୍ଥା ହୋଇଛି। 

ସୋମବାର ଦିନ ୧୮ ରୁ ୪୪ ବର୍ଷର ବ୍ୟକ୍ତି ପ୍ରଥମ ଡୋଜ୍ ଟୀକା ନେଇଥିଲେ। ଟୀକା ନେବା ପରେ ସେମାନେ ନିରୀକ୍ଷଣ କକ୍ଷରେ ୩୦ ମିନିଟ୍ ପର୍ଯ୍ୟନ୍ତ ବସିଥିଲେ । କାହାକୁ ହେଲେ କୌଣସି ପ୍ରକାର ପାର୍ଶ୍ଵ ପ୍ରତିକ୍ରିୟା ଦେଖାଯାଇ ନ ଥିଲା । 

ଗଜପତି ଜିଲ୍ଲାପାଳ ଅନୁପମ ସାହା ବିଭିନ୍ନ ଟିକା କେନ୍ଦ୍ରକୁ ଯାଇ ସ୍ଥିତି ଅନୁଧ୍ୟାନ କରିଥିଲେ।

Leave A Reply

Your email address will not be published.