ବେତନଟୀ(ଶାସକ ପ୍ରଶାସକ) : ବେତନଟୀ ବ୍ଲକରେ ୟଶ ବାତ୍ୟାରେ କ୍ଷତିଗ୍ରସ୍ତ ହୋଇ ଥିବା ପୀଡିତ ମାନଙ୍କୁ ବିଜେଡି ଦଳର କର୍ମୀ ମାନେ ଓଡିଶା ମୋ ପରିବାର ଆନୁକୂଲ୍ୟରେ ସହାୟତା ପ୍ରଦାନ କରି ଥିବାର ଜଣା ପଡିଛି । ବେତନଟୀ ବ୍ଲକର ୩୫ ନମ୍ବର ଜୋନରେ ୪୫ ଜଣ, ୩୬ ନମ୍ବର ଜୋନରେ ୩୫ ଜଣ ଓ ୩୭ ନମ୍ବର ଜୋନରେ ୫୫ ଜଣଙ୍କୁ ପୀଡିତ ବ୍ୟକ୍ତିଙ୍କୁ ଚିହ୍ନଟ କରା ଯାଇ ସହାୟତା ପ୍ରଦାନ କରାଯାଇ ଥିବାର ଜଣା ପଡିଛି । ଏହି ସହାୟତା ପ୍ରଦାନ ପାଇଁ ବେତନଟୀ ଜାତୀୟ ରାଜପଥ ବିଶ୍ରାମ ଗୃହରେ ସମ୍ମୁଖରେ ଆଲୋଚନା କରା ଯାଇ ଥିବାର ଜଣା ପଡିଛି । ଏହି କାର୍ଯ୍ୟକ୍ରମକୁ ବଡସାହି ନିର୍ବାଚନ ମଣ୍ଡଳୀର ସହପର୍ଯ୍ୟବେକ୍ଷକ ତଥା ଓଡିଶା କ୍ଷୁଦ୍ର ଶିଳ୍ପ ନିଗମର ଅଧ୍ୟକ୍ଷ ଚିନ୍ମୟ ସାହୁଙ୍କ ତତ୍ୱାବଧାନରେ ସୁବ୍ରମଣ୍ୟମ ମହାନ୍ତି, ଯୁବ ନେତା ବୃନ୍ଦାବନ ଦାସ, ଯୁବ ନେତା ଲଲାଟେନ୍ଦୁ ବେହେରା, ସରପଞ୍ଚ ଶତ୍ରୁଘ୍ନ ସିଂ, ଇଂ. ସୁଶାନ୍ତ କୁମାର ବଳା, ଅଭିନ୍ନ ସୁନ୍ଦର ପାତ୍ର, ସୁନ୍ଦରମୋହନ ମହାନ୍ତ, ଜନମନ ବେହେରା, ପ୍ରାକ୍ତନ ବିଧାୟକ ଗଣେଶ୍ୱର ପାତ୍ର, ସ୍ୱରୂପ ତି୍ରପାଠୀ, ଜ୍ୟୋତିରଞ୍ଜନ ନାୟକ, ମଳୟ ପତି, ଯାପାନୀ ମାଝୀ, ଭରତ ନାଏକ, ହରେକୃଷ୍ଣ ବେହେରା, ମୂରଲୀ ନାୟକ, ଛାତ୍ର ସଭାପତି ମନୀଷ ଗିରି, ଶରତ ପ୍ରଧାନ ଓ ଅନ୍ୟମାନେ ପରିଚାଳନା କରି ଥିଲେ । ବିଜେଡି ଦଳ ଦ୍ୱାରା ନିଯୁକ୍ତ ଗଣମାଧ୍ୟମ ସଂଯୋଜକ ଭବାନୀଶଙ୍କର ମିଶ୍ର ଗଣମାଧ୍ୟମ ପ୍ରତିନିଧି ମାନଙ୍କ ସହିତ ସଂଯୋଜନା କରି ଥିଲେ ।
Sign in
Sign in
Recover your password.
A password will be e-mailed to you.
Prev Post