ଚୋରୀ ଜିନିଷ କିଣି ବନ୍ଧା ହେଲେ ମହିଳାଙ୍କ ସମେତ ଦୁଇ 

0 2

ବାରିପଦା,(ଦିଲ୍ଲୀପ ମହାନ୍ତି): – ବାରିପଦା ସଦର ଥାନା ଅନ୍ତର୍ଗତ ଶ୍ୟାମଖୁଣ୍ଟା ବ୍ଲକ ତେଲିବିଲା ଗ୍ରାମରୁ ଡ୍ରେନ ଉପରେ କଭର ପଡିବା ନିମନ୍ତେ ଥିବା ସେଣ୍ଟରିଂ ଉପକରଣ କିଣି ଜଣେ ମହିଳାଙ୍କ ସମେତ ଦୁଇ ଗିରଫ ହୋଇଛନ୍ତି। ଗିରଫ ଦୁଇ ଜଣ ଯାକ କବାଡି କାରବାର କରୁଥିବା ପୁଲିସ ସୂତ୍ରରୁ ପ୍ରକାଶ। ସଦର ଥାନା ପୁଲିସ ଗିରଫ କରିଥିବା ଦୁଇ ଜଣ ହେଲେ ବାରିପଦାର ରାଧେଶ୍ୟାମ ପାଣିଗ୍ରାହୀ ଏବଂ ଝାରପୋଖରିଆ ଅଞ୍ଚଳର ମହିଳା ରାଜଲକ୍ଷ୍ମୀ ଓରଫ ରୀଙ୍କୁ ପଣ୍ଡା। ତେବେ ଏହି ସାମଗ୍ରୀ ଚୋରୀ କରିଥିବା ମୁଖ୍ୟ ଅଭିଯୁକ୍ତ ଫେରାର ଥିବା ପୁଲିସ ପକ୍ଷରୁ କୁହାଯାଇଛି।

Leave A Reply

Your email address will not be published.