ପଦ୍ମପୁର(ନିଲୁ ଦୀପ)- ପଦ୍ମପୁର ଉପଖଣ୍ଡ ରାଜବୋଡାସମ୍ବର ବ୍ଳକ ଖଲିଆପାଲି ଗ୍ରାମ ପଂଚାୟତର ଚକମକଜୁରି, ଖଲିଆପାଲି, ସାହାଜବାହାଲ, ବାଦିମାଲ ଓ ଗଇଲଗୁଡା କୁଷ୍ଠାଶ୍ରମରେ ମହେନ୍ଦ୍ର ବଢେଇ ଦ୍ବାରା ପ୍ରଦତ୍ତ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଛି।କୁଷ୍ଠାଶ୍ରମ ଅନ୍ତେବାସୀମାନଂକର ସୁବିଧା ପାଇଁ ରହୁଥିବା ୧୨ଟି ପରିବାରକୁ ଚାଉଳ,ଡାଲି,ଚିନି,ଚୁଡା,ବିସ୍କୁଟ,ଲୁଣ ଆଦି ଶୁଖିଲା ସାମଗ୍ରୀ ଦିଆଯାଇଛି।ଲେପ୍ରୋସି ନୋଡାଲ ଅଫିସର ସତ୍ୟନାରାୟଣ ସାହୁ,ସୁନାଧର ବରିହା,ରାଜା ପ୍ରଧାନଂକ ଉପସ୍ଥିତିରେ ଟାଲ ଅଂଚଳର ଯୁବଗୋଷ୍ଠି ଅନୀଳ,ଧିରେନ,ମାରୁତି,ଅମୀର,ଡମ୍ବରୁ,ମୁକେଶ,ନିମାଇଁ,ଚଂଚଳ,ସୁରେଶ,ନରେଶ,ଆନନ୍ଦ ଓ ଅନ୍ୟ ସହକର୍ମୀ ସହଯୋଗ କରିଥିଲେ ।ଗ୍ରାମ ପଂଚାୟତର ଗ୍ରାମଗୁଡିକରେ ଅସହାୟ,ଗରିବ ଲୋକମାନଂକୁ ଚୟନ କରି ସହଯୋଗ କରିଛନ୍ତି।ବିଭିନ୍ନ ଗ୍ରାମ ପଂଚାୟତରେ ମହେନ୍ଦ୍ର ବଢେଇ ଗରିବ ଲୋକମାନଂକୁ ସହଯୋଗର ହାତ ଦେଉଥିବାରୁ ହିତାଧିକାରୀମାନେ ପ୍ରସଂଶା କରୁଛନ୍ତି।
Sign in
Sign in
Recover your password.
A password will be e-mailed to you.
Prev Post