ଭୁବନେଶ୍ୱର(ଶାସକ ପ୍ରଶାସକ) : ବିଜୁ ଜନତା ଦଳର ଉପସଭାପତି ପୂର୍ବତନ ମନ୍ତ୍ରୀ ତଥା ଜନନେତା ସ୍ୱର୍ଗତ ବିଜୟଶ୍ରୀ ରାଉତରାୟଙ୍କ ପାର୍ଥିବ ଶରୀର ଆଜି ସକାଳ ୭:୩୦ ମିନିଟ୍ ସମୟରେ ବିଜୁ ଜନତା ଦଳ ରାଜ୍ୟ କାର୍ଯ୍ୟଳୟରେ ପହଁଞ୍ଚିଥିଲା ।ସେଠାରେ ବିଜୁ ଜନତା ଦଳର ସଂଗଠନ ସମ୍ପାଦକ ତଥା ବିଧାୟକ ପ୍ରଣବ ପ୍ରକାଶ ଦାସ ଓ ରାଜ୍ୟ ଯୋଜନା ବୋର୍ଡ଼ ଉପାଧ୍ୟକ୍ଷ ତଥା ବିଜୁ ଜନତା ଦଳର ସାଧାରଣ ସମ୍ପାଦକ (ମୁଖ୍ୟାଳୟ) ସଞ୍ଜୟ କୁମାର ଦାସବର୍ମା ସ୍ୱର୍ଗତ ରାଉତରାୟଙ୍କ ପାର୍ଥିବ ଶରୀର ଉପରେ ଦଳର ପତାକା ଓ ପୁଷ୍ପମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ସେଠାରେ ସାଧାରଣ ସମ୍ପାଦକ (ମୁଖ୍ୟାଳୟ) ଶ୍ରୀ ଦାସବର୍ମା ଗଣମାଧ୍ୟମକୁ ସ୍ୱର୍ଗତ ବିଜୟଶ୍ରୀ ରାଉତରାୟଙ୍କ ବିଜୁ ଜନତା ଦଳ ଗଠନ ପାଇଁ ତାଙ୍କର କାର୍ଯ୍ୟ ଏବଂ ଓଡ଼ିଶାରେ ଅଣକଂଗ୍ରେସ ଆନ୍ଦୋଳନକୁ ଶକ୍ତିଶାଳୀ କରିବାରେ ତାଙ୍କର ଭୂମିକାକୁ ସ୍ମରଣ କରିଥିଲେ । ୬ ଥର ଓଡ଼ିଶା ବିଧାନସଭାକୁ ନିର୍ବାଚିତ ହୋଇ ଶ୍ରୀ ରାଉତରାୟ ଜଣେ ଲୋକପ୍ରିୟ ଜନନେତା ହିସାବରେ ଦୀର୍ଘ ପାଞ୍ଚ ଦଶନ୍ଧିରୁ ଉର୍ଦ୍ଧ୍ବ ସମୟ ନିଜ ନିର୍ବାଚନ ମଣ୍ଡଳୀ ବାସୁଦେବ ପୁର, ଭଦ୍ରକ ଜିଲ୍ଲା ଓ ରାଜ୍ୟର ବିକାଶରେ ତାଙ୍କର ସମର୍ପିତ ନେତୃତ୍ୱ ଆଗାମୀ ପିଢ଼ି ପାଇଁ ପ୍ରେରଣାର ଉତ୍ସ ହୋଇ ରହିବେ ବୋଲି ଶ୍ରୀ ଦାସବର୍ମା ମତବ୍ୟକ୍ତ କରିଥିଲେ । ମନ୍ତ୍ରୀ ଅଶୋକ ପଣ୍ଡା,ଦଳର ବରିଷ୍ଠ ନେତା ଅତନୁ ସବ୍ୟସାଚୀ ନାୟକ, ପ୍ରତାପ ଦେବ, ବିଧାୟକ ଅନନ୍ତ ନାରାୟଣ ଜେନା, ଭୁବନେଶ୍ୱର ଜିଲ୍ଲା ସଭାପତି ତଥା ବିଧାୟକ ସୁଶାନ୍ତ କୁମାର ରାଉତ ବିଜେଡି ରାଜ୍ୟ କାର୍ଯ୍ୟଳୟରେ ଦିବଂଗତ ନେତାଙ୍କ ପ୍ରତି ଶେଷ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।
Sign in
Sign in
Recover your password.
A password will be e-mailed to you.
Prev Post