ନିର୍ମାଣ ମଜଦୁର ସଂଘର୧୦ଦଫା ଦାବୀପତ୍ର ପ୍ରଦାନ 

0 2

ରାୟଗଡା / ସରୋଜ ସାହୁ  – ଭାରତୀୟ ମଜଦୁର ସଂଘ ଦ୍ୱାରା ପରିଚାଳିତ ଓଡିଶା କୋଠାବାଡି ଓ ଅନ୍ୟାନ୍ୟ ନିର୍ମାଣ ମଜଦୁର ସଂଘ ତରଫରୁ ରାଜ୍ୟ ବ୍ୟାପି ଜିଲ୍ଲା ଶ୍ରମ ଅଧିକାରୀଙ୍କ ଜରିଆରେ ୧୦ ଦଫା ଦାବୀ ପ୍ରଦାନ କରାଯାଇଛି । ସଂଘ ତରଫରୁ କରାଯାଇଥିବା ପ୍ରମୁଖ ଦାବୀ ଗୁଡିକ ମଧ୍ୟରେ ଶ୍ରମିକ ମାନଙ୍କୁ ୫ ହଜାର ଟଙ୍କା ଲେଖାଏ ପ୍ରଦାନ, ନିର୍ମାଣ ଶ୍ରମିକ ମାନଙ୍କ ନିମନ୍ତେ ଆସିଥିବା ୧୫୦୦ ଟଙ୍କାର ଆର୍ଥିକ ସହାୟତା ରାଶି ତୁରନ୍ତ ପ୍ରଦାନ, ଶ୍ରମିକ ମାନଙ୍କୁ ମୃତ୍ୟୁକାଳିନ ସହାୟତା ରାଶି ପ୍ରଦାନ, ନିର୍ମାଣ ଶ୍ରମିକ ମାନଙ୍କୁ ଦକ୍ଷତା ବୃଦ୍ଧି ନିମନ୍ତେ ତାଲିମ ପ୍ରଦାନ ସହ ପ୍ରମାଣପତ୍ର ଓ ୧୫ ଦିନର ପ୍ରାପ୍ୟ ୩ ହଜାର ଟଙ୍କା ପ୍ରଦାନ, ସମସ୍ତ ବ୍ଲକ ଗୁଡିକରେ ଶ୍ରମ କାର୍ଯ୍ୟାଳୟ ଖୋଲିବା, ପଂଜିକୃତ ଟ୍ରେଡ ୟୁନିୟନର ଭାରପ୍ରାପ୍ତ ପ୍ରତିନିଧିଙ୍କ ଦସ୍ତଖତ ମାଧ୍ୟମରେ ନିର୍ମାଣ ଶ୍ରମିକ ପଂଜିକରଣ ପାଇଁ ଆବେଦନପତ୍ର ଶ୍ରମ କାର୍ଯ୍ୟାଳୟରେ ରଖାଯିବା ପାଇଁ ମଧ୍ୟ ସଂଘ ତରଫରୁ ଦାବୀ ଉପସ୍ଥାପନ କରାଯାଇଥିଲା । ଦାବୀପତ୍ର ପ୍ରଦାନ ସମୟରେ ଭାରତୀୟ ମଜଦୁର ସଂଘ ରାଜ୍ୟ ସଂପାଦକ ଯୋଗେଶ୍ୱର ଦାସ, ଓଡିଶା କୋଠାବାଡି ଓ ଅନ୍ୟାନ୍ୟ ନିର୍ମାଣ ମଜଦୁର ସଂଘର ରାଜ୍ୟ ରାଜ୍ୟ ସଭାପତି ଅରୁଣ ଲେଙ୍କା, ମଜଦୁର ସଂଘ ଜିଲ୍ଲା ସଂପାଦକ ଖଗେଶ୍ୱର ସିଂ, କୋଠାବାଡି ନିର୍ମାଣ ସଂଘର ଜିଲ୍ଲା ସଭାପତି ଧନଜଂୟ କଂଟାବଂଶ, ସଂପାଦକ ସୁନ୍ଦର ରାଓ, ବିଶ୍ୱକର୍ମା ମଜଦୁର ସଂଘର ଜିଲ୍ଲା ସଭାପତି ଦୁର୍ଗା ମାଧବ ଘୋଷ, ସଂପାଦକ ବନ୍ଦୁ ସାନ୍ତୁଷ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ । 

 

 

Leave A Reply

Your email address will not be published.