କୋଭିଡ ହସ୍ପିଟାଲ ପରିଦର୍ଶନ କଲେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ

0 2

ରୋଗୀଙ୍କ ସହିତ କଥା ହେଲେ, ଜିଲ୍ଲାପାଳଙ୍କ ସହିତ ଆଲୋଚନା କଲେ

କୋଭିଡ ହସ୍ପିଟାଲ ସ୍ଥାନାନ୍ତର ନେଇ ମତ ରଖିଲେ

ବାରିପଦା/ଦିଲ୍ଲୀପ ମହାନ୍ତି : ବାରିପଦା କୋଭିଡ ହସ୍ପିଟାଲକୁ ନେଇ ବିବାଦ ବଢ଼ିବାରେ ଲାଗିଛି।  ଆଜି ଏନେଇ କ୍ଷେତ୍ର ପରିଦର୍ଶନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ। ଅପରାହ୍ନରେ ବାରିପଦାରେ ପହଁଚି ପ୍ରଥମେ ଦଳୀୟ ନେତାଙ୍କ ସହିତ ସ୍ଥାନୀୟ ସର୍କିଟ ହାଉସରେ ଆଲୋଚନା କରିଥିଲେ। ଜିଲ୍ଲାରେ ଥିବା କୋଭିଡ ହସ୍ପିଟାଲରେ ବିଭିନ୍ନ ସମସ୍ୟାକୁ ନେଇ ଆଲୋଚନା କରିବା ପରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଜିଲ୍ଲାପାଳଙ୍କୁ ସାକ୍ଷାତ କରିଥିଲେ। କୋଭିଡ ହସ୍ପିଟାଲରେ ଯେପରି ରୋଗୀଙ୍କୁ ଉତ୍ତମ ସ୍ୱାସ୍ଥ୍ୟସେବା ଯୋଗାଇଦେବାରେ କୌଣସି ଅବ୍ୟବସ୍ଥା ନହୁଏ ସେନେଇ ସମସ୍ତେ ଯତ୍ନବାନ ହେବାକୁ ପରାମର୍ଶ ଦେଇଥିଲେ। କୋଭିଡ ହସ୍ପିଟାଲ ଭିତରୁ ଆସିଥିବା ବିକଳ ଚିତ୍ରକୁ ନେଇ ଉଦବେଗ ପ୍ରକାଶ କରିବା ସହିତ ଏପରି ପରିସ୍ଥିତିର ସମ୍ମୁଖୀନ ହୋଇଥିବା ରୋଗୀଙ୍କ ସମର୍କୀୟଙ୍କ ଘରକୁ ଯାଇ ଭଲମନ୍ଦ ବୁଝିବାକୁ ପରାମର୍ଷ ଦେଇଥିଲେ। ପରେ ବିଳମ୍ବିତ ସନ୍ଧ୍ୟାରେ ବାଙ୍କିଶୋଳ କୋଭିଡ ହସ୍ପିଟାଲ ପରିଦର୍ଶନରେ ଯାଇଥିଲେ କେନ୍ଦମନ୍ତ୍ରୀ ଶ୍ରୀ ଷଡ଼ଙ୍ଗୀ। ପିପିଇ କିଟ ପିନ୍ଧି କେନ୍ଦ୍ରମନ୍ତ୍ରୀ ରୋଗୀଙ୍କ ସହିତ କଥା ହୋଇଥିଲେ। ଭଲମନ୍ଦ ପଚାରି ବୁଝିଥିଲେ। ଏହି ଅବସରରେ ବାରିପଦା ବିଧାୟକ ପ୍ରକାଶ ସୋରେନ, ସାରସକଣା ବିଧାୟକ ବୁଢ଼ାନ ମୁର୍ମୁ ମଧ୍ୟ ପିପିଇ କିଟ ପିନ୍ଧି ରୋଗୀଙ୍କ ସହିତ କଥା ହେଇଥିଲେ। ଏସପି ସ୍ମିତ ପି ପରମାର ମଧ୍ୟ ଘଟଣାସ୍ଥଳରେ ଉପସ୍ଥିତ ଥିଲେ। ଅନ୍ୟମାନଙ୍କ ମଧ୍ୟରେ ବଡ଼ସାହି ବିଧାୟକ ସନାତନ ବିଜୁଳି, ଉଦଳା ବିଧାୟକ ଭାସ୍କର ମଢେଇ, ଜିଲ୍ଲା ବିଜେପି ସଭାପତି କାନ୍ଦରା ସୋରେନ, ବରିଷ୍ଠ ନେତା କୃଷ୍ଣଚନ୍ଦ୍ର ମହାପାତ୍ର, ବିଜୟ କୁମାର ଦାସ ପ୍ରମୁଖ ମଧ୍ୟ ଉପସ୍ଥିତ ଥିଲେ। 

Leave A Reply

Your email address will not be published.