ପ୍ରଫୁଲ ବାବୁଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା

0 1

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ :  ପାରଳାଖେମୁଣ୍ଡି ପୌରପରିଷଦ ଅଧୀନରେ ଥିବା ଚିକିତ୍ସାଳୟରେ ଡ୍ରେସର ଭାବେ ୧୯୮୪ ମସିହା ଠାରୁ ଆରମ୍ଭ କରି ଆଜି ପର୍ଯ୍ୟନ୍ତ ଲୋକଙ୍କ ସେବା କରିଆସୁଥିଲେ ପ୍ରଫୁଲ କୁମାର ବେହେରା । 

ତାଙ୍କ ସେବା ଦେଖି ସ୍ଥାନୀୟ ଲୋକେ ତାଙ୍କୁ ଛାଡ଼ି ଅଲଗା ମେଡ଼ିକାଲ ଯିବାପାଇଁ କେହିବି ମଙ୍ଗୁନଥିଲେ।ଯେତେବଡ଼ ଦୁର୍ଘଟଣା ହେଲେବି ତାଙ୍କୁ ଠିକ ଭାବେ ନିୟମିତ ଡ୍ରେସିଂ କରି ସୁସ୍ଥ କରିଥାନ୍ତି। ଆଜି ସେ ଚାକିରୀରୁ ଅବସର ହୋଇଥିବାରୁ କେହିବି ତାଙ୍କୁ ଛାଡିବାକୁ ନାରାଜ। ତଥାପି ସରକାର ନିୟମ ଅନୁଯାୟୀ ତାଙ୍କର  ଅବସର ହୋଇଥିବାରୁ ତାଙ୍କୁ ଆଜି ଅବସରକାଳୀନ ସମ୍ବର୍ଦ୍ଧନା ଜଣାଇଛନ୍ତି। 

ଯେହେତୁ କୋରନା ଭାଇରସ ସାରା ବିଶ୍ୱରେ କାୟା ବିସ୍ତାର କରିଚାଲିଛି , ତାକୁ ଆଖିଆଗରେ ରଖି ପ୍ରଶାସନଙ୍କ ନିୟମ ମାନି ସୀମିତ  କର୍ମଚାରୀଙ୍କ ଉପସ୍ଥିତିରେ କାର୍ଯ୍ୟକ୍ରମଟି କରାଯାଇଥିଲା । 

ଏହି ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଡାକ୍ତର ସୁବ୍ରତ ଜମାଦର , କଟେଶ୍ୱର ରାଓ , ଜିତେନ୍ଦ୍ର ବରାଡ଼ , ମାନସ ପଣ୍ଡା , ଆଦିତ୍ୟ ବେହେରା , ଅମିତ ବେହେରା ଓ ଶ୍ରୀ ବେହେରାଙ୍କ ସମସ୍ତ ପରିବାରବର୍ଗ ଉପସ୍ଥିତି ଥିଲେ।

Leave A Reply

Your email address will not be published.