ରାଜବୋଡାସମ୍ବର ଉଚ୍ଚ ବିଦ୍ୟାଳୟରେ ବନ ମହୋତ୍ସବ 

0

09-07-18-nila-w.jpg - 142.70 kB

ପଦ୍ମପୁର/ନୀଳ ଦୀପ -ରାଜବୋଡାସମ୍ବର ଉଚ୍ଚ ବିଦ୍ୟାଳୟ ପଦ୍ମପୁର ଠାରେ ପ୍ରଧାନ ଶିକ୍ଷକ  ସରୋଜ କୁମାର ଭୁଏଙ୍କ ଅଧ୍ୟକ୍ଷତାରେ ବନମହୋତ୍ସବ ପାଳିତ ହୋଇଯାଇଛି। ଏହି ବନମହୋତ୍ସବ ଉପଲକ୍ଷେ ଛାତ୍ର ମାନଙ୍କ ଦ୍ବାରା ଏକ ସଚେତନ ରାଲି କରାଯାଇଥିଲା ।ଏହି ରାଲିକୁ ପଦ୍ମପୁର ବନଅଧିକାରୀ ଶ୍ରୀଯୁକ୍ତ ପ୍ରମୋଦ କୁମାର ସାହୁ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ସବୁଜ ପତାକା ଦେଖାଇ ରାଲିକୁ ଉଦଘାଟନ କରିଥିଲେ। ଫରେଷ୍ଟର  ସୁମନ୍ତ ଦାଶ ଓ ସମାଜସେବୀ ନିରୋଜ ଦୋରା  ସମ୍ମାନିତ ଅତିଥି ଭାବରେ ଯୋଗ ଦେଇ କାର୍ଯ୍ୟକ୍ରମ ର ସଫଳ ରୂପାୟନ ପାଇଁ ଛାତ୍ର ମାନଙ୍କୁ ଉତ୍ସାହିତ କରିଥିଲେ । ଜନସଚେତନତା ପାଇଁ ଅନୁଷ୍ଠିତ ଶୋଭାଯାତ୍ରାରେ ଶିକ୍ଷକ ସୁନିଲ ସିହ୍ନା,କାର୍ତ୍ତିକ ଦାଶ,ଗଙ୍ଗାଧର ମହାନ୍ତି,ଜିତେନ୍ଦ୍ର ପଣ୍ଡା,ରାଜେଶ କୁମାର ଖମାରୀ,କ୍ଷୀରସିନ୍ଧୁ ସୁନା,ମୋହନ ବନଛୋର,ଅଭିଲାଷ ସାହୁ,ହରେକୃଷ୍ଣ ମେହେର,ପ୍ରଶାନ୍ତ ସାହୁ ପ୍ରମୁଖ ଉପସ୍ଥିତ ଥିଲେ । ଅଫିସ ସହକାରୀ ଦୀପକ କୁମାର ତିୱ।ରୀ ତଥା କର୍ମଚାରୀ କୄଷ୍ଣଚନ୍ଦ୍ର ପଧାନ,ପଦ୍ମନାଭ ବୁଡେକ,ନନ୍ଦଗୋପାଳ ବନଛୋରଙ୍କ ପ୍ରତ୍ୟକ୍ଷ ସହଯୋଗରେ ଅତିଥି ତଥା ଛାତ୍ର ମାନଙ୍କ ଦ୍ବାରା ବୄକ୍ଷରୋପଣ କରାଯାଇଥିଲା ।ଏନ.ସି.ସି ,ସ୍କାଉଟ,ରେଡ଼କ୍ରସ ର ଛାତ୍ର ମାନେ ଗଣ ବେଶରେ ସଚେତନ କାର୍ଯ୍ୟକ୍ରମ ରେ ଅଂଶଗ୍ରହଣ କରି ବୄକ୍ଷରୋପଣ କରି ପରିବେଶକୁ ରକ୍ଷା କରିବା ପାଇଁ ଲୋକଙ୍କୁ  ଅନୁରୋଧ କରିଥିଲେ ।

Leave A Reply

Your email address will not be published.