ଜୋନସ୍ତରୀୟ ତର୍କ ପ୍ରତିଯୋଗୀତାରେ ଅଭିଳାଷ ରାଜ୍ୟ ସ୍ତରକୁ ଉନ୍ନୀତ

0

09-07-18-prati-w.jpg - 58.42 kB

ବଲାଙ୍ଗିର(ନିରୋଜ ମିଶ୍ର)  ଜିଲ୍ଲା ଆଇନ ସେବା ପ୍ରାଧିକରଣ ଜୋନ ସ୍ତରୀୟ ପ୍ରାନ୍ତୀୟ କ୍ଷୁଦ୍ର ନାଟକ, ରଚନା,  ତର୍କ ଏବଂ ଚିତ୍ରାଙ୍କନ ପ୍ରତିଯୋଗୀତାରେ ଓଡିଶା ଆଦର୍ଶ ବିଦ୍ୟାଳୟ, ଭଇଷାଁ ର ଛାତ୍ର ଅଭିଳାଷ ପଣ୍ଡା ପ୍ରଥମ ସ୍ଥାନ ଅଧିକାର କରି ରାଜ୍ୟ ସ୍ତରକୁ ଉନ୍ନୀତ ହୋଇଛନ୍ତି । ଜିଲ୍ଲା ଆଇନ ସେବା ପ୍ରାଧିକରଣ ଅଧ୍ୟକ୍ଷ ମଳୟ ରଂଜନ  ଦାଶଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ବିଭିନ୍ନ ଅଦାଲତ ବିଚାରପତି ନିରଂଜନ ପଣ୍ଡା, ଆନନ୍ଦ ମହାରଣା, ମାନସ ପଣ୍ଡା, ଅଶୋକ ପହି, ସଙ୍ଗୀତା ପାଣି, ଅଲେଖ ପ୍ରଧାନ, ରୁଦ୍ର ପ୍ରତାପ ନାଏକ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ । ବିଚାରକ ଭାବରେ ଦ୍ୱାରିକା ନାୟକ, ଶ୍ୟାମ ସୁନ୍ଦର ଧର, ଉଦିତ୍ ପାଟଯୋଶୀ, ରାଜେନ୍ଦ୍ର ପଣ୍ଡା ଏବଂ ଦେବାଶିଷ ପ୍ରଧାନ ଯୋଗ ଦେଇଥିଲେ । ଜିଲ୍ଲା ଆଇନ ସେବା ପ୍ରାଧିକରଣର ଭାରପ୍ରାପ୍ତ ସଚିବ ଅଲେଖ ପ୍ରଧାନ କାର୍ଯ୍ୟକ୍ରମକୁ ପରିଚାଳନାରେ ସହଯୋଗ କରିଥିଲେ । ପ୍ରାନ୍ତୀୟ କ୍ଷୁଦ୍ର ନାଟକରେ ପୁଇଁତଳା ବ୍ଲକ ମହୀମୁଣ୍ଡା ଓଡିଶା ଆଦର୍ଶ ବିଦ୍ୟାଳୟ ଉପବିଜେତା, ରଚନା ପ୍ରତିଯୋଗୀତାରେ ଲୋଇସିଂହା ବ୍ଲକ ଝାରମୁଣ୍ଡା ଓଡିଶା ଆଦର୍ଶ ବିଦ୍ୟାଳୟ ର ଛାତ୍ର ଶ୍ରୀୟାଂଶୁ ଶେଖର ଦ୍ୱାରି ଦ୍ୱିତୀୟ ସ୍ଥାନ, ଚିତ୍ରାଙ୍କନ ପ୍ରତିଯୋଗୀତାରେ କେନ୍ଦ୍ରୀୟ ବିଦ୍ୟାଳୟ, ବଲାଙ୍ଗିରର ଛାତ୍ର ବିନୟ ବରାଳ ଦ୍ୱିତୀୟ ସ୍ଥାନ ଅଧିକାର କରିଥିଲେ ।  

Leave A Reply

Your email address will not be published.