ବିଷାକ୍ତ ଛତୁ ଖାଇ ୨ଟି  ପରିବାରର ୫ ଜଣ ଅସୁସ୍ଥ

0

09-07-18-badbil.jpg - 89.33 kBବଡ଼ବିଲ/Chitta Ranjan Kar: କେନ୍ଦୁଝର ଜିଲ୍ଲା ବଡ଼ବିଲ ମ୍ୟୁନିସିପାଲିଟି ଅନ୍ତର୍ଗତ ପାଲ ହଟିଂ ଅଂଚଳର ୩ ଜଣ ବିଷାକ୍ତ ଛତୁ ଖାଇ ଅସୁସ୍ଥ ହୋଇଛନ୍ତି। ରାଜେନ୍ଦ୍ର ଦାସ, ସ୍ତ୍ରୀ ଲାଲିକା ଦାସ ଏବଂ ୧୦ ବର୍ଷର ଝିଅ ମୋନିକା ଦାସଙ୍କୁ ବଡ଼ବିଲ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାହୋଇଛି। ସେହିପରି ସୟାବାଲି ଗ୍ରାମ ମୁଣ୍ଡା ସାହିର ଦଶମା ମୁଣ୍ଡା ଏବଂ ତାଙ୍କ ୫ ବର୍ଷର ପୁଅ ଆକାଶ ମୁଣ୍ଡା ବିଷାକ୍ତ ଛତୁ ଖାଇ ଅସୁସ୍ଥ ହୋଇ ପଡ଼ିଥିଲେ। ଦୁହିଁଙ୍କୁ ବଡ଼ବିଲ ଗୋଷ୍ଠୀ ସ୍ୱାସ୍ଥ୍ୟରେ ଭର୍ତ୍ତି କରାଯାଇଥିଲା। ଅବସ୍ଥା ଗୁରୁତର ହେବାରୁ ଗତକାଲି ରାତିରେ କେନ୍ଦୁଝର ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡିଛି।

Leave A Reply

Your email address will not be published.