କବିତା ମାଧ୍ୟମରେ ପରିପ୍ରକାଶ ହିଁ ସାମାଜିକ ଜୀବନରେ ସୁଖ-ଦୁଃଖର ବର୍ତ୍ତା ଓ ମନର ଭାବାବେଗକୁ ବର୍ଷା ଅଧିକ ହୃଦୟସ୍ପର୍ଶୀ କରାଇଥାଏ 

0

08-07-18-jugashri.jpg - 77.36 kB

ବାଲେଶ୍ୱର(ଉଜ୍ଜ୍ୱଳ କର ) : ମାସିକ ସାହିତ୍ୟ ପତ୍ରିକା ‘ଯୁଗଶ୍ରୀ ଯୁଗନାରୀ’ ପକ୍ଷରୁ ବାର୍ଷିକ ସାରସ୍ୱତ ସମାରୋହ ଅବସରରେ ମୌସୁମୀ କବିତା ଆସର ‘ମେଘମହ୍ଲାର’ ଡକ୍ଟର ପ୍ରଭାବତୀ ପଣ୍ଡାଙ୍କ ସଭାପତିତ୍ୱରେ ଆଜି ଅନୁଷ୍ଠିତ  ହୋଇଯାଇଛି । ବାଲେଶ୍ୱର ଜିଲ୍ଲାପାଳ ରମେଶ ଚନ୍ଦ୍ର ରାଉତ ଏହାକୁ ଆନୁଷ୍ଠାନିକ  ଭାବେ ଉଦ୍ଘାଟନ କରିବା ସହିତ କ୍ଳାନ୍ତମୟ ଜୀବନରେ  ମାନସିକ ଶାନ୍ତି ପ୍ରଦାନରେ କବିତାର ଭୂମିକା ସମ୍ପର୍କରେ ଆଲୋକପାତ କରିଥିଲେ । କିଟ୍ ଓ କିସ୍ ପରିଚାଳନା କମିଟି ଅଧ୍ୟକ୍ଷା ଶାଶ୍ୱତୀ ବଳ ଏଥିରେ ମୁଖ୍ୟଅତିଥି ଭାବେ ଯୋଗଦେଇ କବିତା ମାଧ୍ୟମରେ ପରିପ୍ରକାଶ ହିଁ ସାମାଜିକ ଜୀବନରେ ସୁଖ-ଦୁଃଖର ବର୍ତ୍ତା ଓ ମନର ଭାବାବେଗକୁ ବର୍ଷା ଅଧିକ ହୃଦୟସ୍ପର୍ଶୀ କରାଇଥାଏ ବୋଲି କହିଥିଲେ  । ତେବେ ବର୍ଷାର ଆଗମନରେ କବିତା ସୃଷ୍ଟି ଭଳି ବୃକ୍ଷ ଲଗାଇ ପରିବେଶ ଜନିତ ସମସ୍ୟା ଦୂର କରିବାକୁ ସେ  ସମସ୍ତଙ୍କୁ ଆହ୍ୱାନ ଦେଇଥିଲେ । ବିଶିଷ୍ଟ ସାହିତ୍ୟିକା  ଝରଣା ପଟ୍ଟନାୟକ ଏଥିରେ ମୁଖ୍ୟବକ୍ତା ଭାବେ ଯୋଗଦେଇ ଆଦ୍ୟ ଆଷାଢ଼ରେ ମୌସୁମୀ ବର୍ଷାର ଆଗମନରେ କେବଳ ଧରାପୃଷ୍ଠ  ମଣିଷ ନୁହେଁ ବରଂ ଜୀବଜନ୍ତୁଙ୍କଠାରୁ ଆରମ୍ଭ କରି ବୃକ୍ଷଲତା ପର୍ଯ୍ୟନ୍ତ ଆନନ୍ଦିତ ହୋଇଥା’ନ୍ତି ବୋଲି କହିଥିଲେ । ଅତିରିକ୍ତ ଜିଲ୍ଲାପାଳ ମାନସ ରଞ୍ଜନ ପାଢ଼ୀ, ଡ. ମନ୍ମଥ କୁମାର ପ୍ରଧାନ ପ୍ରମୁଖ ସମାନିତ ଅତିଥିଭାବେ ଯୋଗଦେଇ ମୌସୁମୀ ବର୍ଷା ସହ କବିର ନିବିଡ଼ତା ସଂପର୍କରେ ଆଲେଚନା କରିଥିଲେ ।  ତେବେ କବିଟିଏ ପ୍ରଜ୍ଞା ନିସୃତ କବିତା ବଳରେ ଜୀବନକୁ ରସସିକ୍ତ କରିଥାଏ ବୋଲି ସେମାନେ ମତ ପ୍ରକାଶ କରିଥିଲେ । ସଂପାଦିକା ମମତା ମହାପାତ୍ର ଏଥିରେ ସ୍ୱାଗତ ଅଭିଭାଷଣ ପ୍ରଦାନ ସହ ବର୍ଷାର ଶୁଭାଗମନରେ ପରିବର୍ତ୍ତନରତ୍ତ ଚିତ୍ର ଉପସ୍ଥାପନ କରିଥିଲେ । ଏହି ଅବସରରେ ଅତିଥିମାନଙ୍କ ଦ୍ୱାରା ‘ଯୁଗଶ୍ରୀ ଯୁଗନାରୀ’ ପତ୍ରିକାର ଜୁଲାଇ-୨୦୧୮ ସଂଖ୍ୟା ଲୋକାର୍ପିତ ହୋଇଥିଲା । ଏହା ବ୍ୟତୀତ ଅନୁଷ୍ଠାନ  ପକ୍ଷରୁ ମାତୃଦତ୍ତ ଦାସଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏଥି ସହିତ ଏକ କବିତା ପାଠ ଉସ୍ନବ ଆୟୋଜିତ ହୋଇଥିଲା । ବିମଳ ଜେନା, ଦୀପ୍ତି ଦାସ, ଶିରୀଶ ଚନ୍ଦ୍ର ଜେନା, ବିଭୂତିଭୂଷଣ ସେନାପତି, ସନ୍ତୋଷ ଦାସ, ଅଭିମନ୍ୟୁ  କାନନ୍ଗୋ, କଲ୍ୟାଣୀ ଦାସ, ଯଂଶୋଧାରା ଦାସ, ରଞ୍ଜନ ବାଗ, ଅର୍ଚ୍ଚନା ନାନ୍ଦୀ, ଆଶୁତୋଷ କରଣ, ଅଶୋକ ମହାପାତ୍ର, ସିନ୍ଧୁ ସେନ୍, ଅଞ୍ଜଳି ପଣ୍ଡା, ନିରୂପମା ସେଠୀ, ଚାରୁଚନ୍ଦ୍ର ବେହେରା, ଶରତ ବେହେରା, ଜ୍ୟୋସ୍ନା ରାୟଙ୍କ ସମେତ ବହୁ କବି ଏଥିରେ ଯୋଗଦେଇ ସ୍ୱରଚିତ କବିତା ପାଠ କରିଥିଲେ । ତନୁଜା ପଣ୍ଡା, କୁମାର ଗୋପାଲ ଓ ସତ୍ୟଭାମା ମୁଦୁଲି  ଏଥିରେ ସଂଯୋଜନା କରିଥିଲେ ।  ଅଧ୍ୟାପକ କମଳାକାନ୍ତ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ । ଆଲଫା ସରିତା ଦାସ, ଡ. ସନ୍ତୋଷ କୁମାର ସାହୁ, ବସନ୍ତ ପ୍ରଧାନ ଓ ପୂର୍ଣ୍ଣଚନ୍ଦ୍ର ବେହେରା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସକ୍ରିୟ ସହଯୋଗ କରିଥଇଲେ ।

 

 

Leave A Reply

Your email address will not be published.