କ୍ୟାମେରାର ଯାଦୁଗର ଅଶୋକ ଆଉ ନାହାନ୍ତି

0

06-07-18-ashok-swain-w.jpg - 76.79 kB

ପରଲୋକରେ ସିନେମାଟୋଗ୍ରାଫର ତଥା ଜୟଦେବ ପୁରସ୍କାର ବିଜେତା ଅଶୋକ ସ୍ୱାଇଁ 

ଜଣାଶୁଣା ସିନେମାଟୋଗ୍ରାଫର ତଥା ଜୟଦେବ ପୁରସ୍କାର ବିଜେତା ଅଶୋକ ସ୍ୱାଇଁ ଆଉ ନାହାନ୍ତି |  ୧୯୬୯ରେ ବେଙ୍ଗାଲୁରୁରୁ ସିନେମାଟୋଗ୍ରାଫିରେ ଶିକ୍ଷା ଗ୍ରହଣ ପରେ ଅଶୋକବାବୁ ଚେନ୍ନାଇର ଏଭିଏମ୍ ଷ୍ଟୁଡ଼ିଓ, ମୁମ୍ବାଇର ଆର୍କେ ଷ୍ଟୁଡିଓ ପରି ପ୍ରଖ୍ୟାତ ଅନୁଷ୍ଠାନରେ କାର୍ଯ୍ୟ କରିଥିଲ | ୧୯୭୩ରେ ସେ ଦୂରଦର୍ଶନରେ କ୍ୟାମେରାମ୍ୟାନ ଭାବରେ ଯୋଗଦେଇଥିଲୋ ୧୯୭୭ରେ “ସମର, ସଲିମ୍, ସାଇମନ୍’ ଚଳଚ୍ଚିତ୍ରରେ ପ୍ରଥମ କରି କ୍ୟାମେରାମ୍ୟାନ ଭାବରେ କାର୍ଯ୍ୟ କରିବା ପରଠାରୁ ଅଶୋକବାବୁ ପଛକୁ ଫେରି ଚାହିଁନାହାନ୍ତି | ତାଙ୍କ ସିନେମାଟୋଗ୍ରାଫି “ଶେଷ ପ୍ରତୀକ୍ଷା’, “ସୁବର୍ଣ୍ଣ ସୀତା’, “ବତାସୀ ଝଡ଼’, “ପର ଝିଅ ଘର ଭାଙ୍ଗେନା”, “ମୁଁ ତୁମେ ଓ ସେ’, “ରାଧା’, “ଶଂଖାସିନ୍ଦୂର’, “ପୂଜାଫୁଲ’, “ନଳଦମୟନ୍ତୀ’, “ଭୁଲିହୁଏନା’, “ଜୟଦେବ’, “ଛ’ମାଣ ଆଠଗୁଣ୍ଠ ‘, “କୁରୁକ୍ଷେତ୍ର’, “ଗୋପରେ ବଢ଼ୁଛି   କଳାକହ୍ନାଇ’, “ଦାଦାଗିରି’, “ଶାସ୍ତି’, “ସହରୀବାଘ’, “ବଡ଼ଭାଉଜ’, “ହିସାବ କରିବ କାଳିଆ’, “ନ୍ୟାୟ ଅନ୍ୟାୟ’ ଓ “କଥା ରହିବ କାଳକାଳକୁ’ ପରି ଚଳଚ୍ଚିତ୍ରଗୁଡ଼ିକରେ ଦର୍ଶକମାନଙ୍କ ଦ୍ୱାରା ଆଦୃତ ହୋଇଛିା ଅନେକ ବୃତ୍ତଚିତ୍ର ଓ କ୍ଷୁଦ୍ର ଚଳଚ୍ଚିତ୍ର ଅଶୋକବାବୁଙ୍କ ସିନେମାଟୋଗ୍ରାଫିରେ ଋଦ୍ଧିମନ୍ତ ହୋଇଛିା ଦୂରଦର୍ଶନର ଶତାଧିକ ହିନ୍ଦୀ ଓ ଓଡ଼ିଆ ଧାରାବାହିକରେ ଅଶୋକବାବୁ ତାଙ୍କ କ୍ୟାମେରାର କରାମତି ଓ ଯାଦୁ ପ୍ରମାଣିତ କରିଛନ୍ତିା  

 ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀଙ୍କ ଶୋକ 

ଶ୍ରୀ ସାହୁଙ୍କ  ପରଲୋକରେ ପର୍ଯ୍ୟଟନ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ   ଅଶୋକ ଚନ୍ଦ୍ର ପଣ୍ଡା ଗଭୀର ଶୋକବ୍ୟକ୍ତ କରିଛନ୍ତି |  ଏକ ଶୋକବାର୍ତ୍ତାରେ ମନ୍ତ୍ରୀ ଶ୍ରୀ ପଣ୍ଡା କହିଛନ୍ତି ଯେଓଡ଼ିଶାର ସାଂସ୍କୃତିକ ସଂପଦ ଓ ପର୍ଯ୍ୟଟନ ବିଭବ ଉପରେ ପ୍ରସ୍ତୁତ ଏକାଧ#କ କ୍ଷୁଦ୍ର ଚଳଚ୍ଚିତ୍ରରେ ଅଶୋକବାବୁ ତାଙ୍କ ଅବଦାନ ପ୍ରକଟ କରିଛନ୍ତିା ତାଙ୍କ ବିୟୋଗରେ ଓଡ଼ିଆ ଚଳଚ୍ଚିତ୍ର ନିର୍ମାଣ କ୍ଷେତ୍ରରେ ଏକ ବିରାଟ ଶୂନ୍ୟତା ଅନୁଭୂତ ହେବ ବୋଲି ଶ୍ରୀ ପଣ୍ଡା କହିବା ସହିତ ତାଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି ଏବଂ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତିା ଅନୁରୂପ ଭାବରେ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ପ୍ରମୁଖ ଶାସନ ସଚିବ ମନୋରଞ୍ଜନ ପାଣିଗ୍ରାହୀ ଅଶୋକବାବୁଙ୍କ ଅବଦାନର ପଟାନ୍ତର ନାହିଁ ବୋଲି ପ୍ରକାଶ କରିବା ସହିତ ଓଡ଼ିଆ ଚଳଚ୍ଚିତ୍ର ତାଙ୍କ ପ୍ରତି କୃତଜ୍ଞ ରହିବ ବୋଲି ଉଲ୍ଲେଖ କରିଛନ୍ତିା ଶ୍ରୀ ପାଣିଗ୍ରାହୀ ମଧ୍ୟ ଅଶୋକବାବୁଙ୍କ ଶୋକସନ୍ତପ୍ତ ପରିବାରବର୍ଗଙ୍କ ଉଦ୍ଦେଶ୍ୟରେ ଗଭୀର ସମବେଦନା ଜ୍ଞାପନ କରିଛନ୍ତିା 

ସୁପ୍ରସିଦ୍ଧ କ୍ୟାମେରାମ୍ୟାନ ଅଶୋକ ସ୍ୱାଇଁଙ୍କ ବିୟୋଗରେ ସୂଚନା ଓ ଲୋକସଂପର୍କ ମନ୍ତ୍ରୀଙ୍କ ଶୋକ

ସୁପ୍ରସିଦ୍ଧ କ୍ୟାମେରାମ୍ୟାନ ତଥା ଜୟଦେବ ପୁରସ୍କାର ବିଜେତା ଅଶୋକ ସ୍ୱାଇଁଙ୍କ ବିୟୋଗରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ଆଇନ, ସୂଚନା ଓ ଲୋକସଂପର୍କ ମନ୍ତ୍ରୀ ଶ୍ରୀ ପ୍ରତାପ ଜେନା ଗଭୀର ଶୋକବ୍ୟକ୍ତ କରିଛନ୍ତି | ତାଙ୍କ ଶୋକବାର୍ତ୍ତାରେ ମନ୍ତ୍ରୀ ଶ୍ରୀ ଜେନା କହିଛନ୍ତି ଯେ ଅଶୋକବାବୁ ଜଣେ କ୍ୟାମେରାମ୍ୟାନ ଭାବରେ ଓଡ଼ିଆ ଚଳଚ୍ଚିତ୍ର, ଦୂରଦର୍ଶନ ଧାରାବାହିକ, ଅନେକ ବୃତ୍ତଚିତ୍ର ଓ କ୍ଷୁଦ୍ର ଚଳଚ୍ଚିତ୍ର ନିର୍ମାଣରେ ଚମତ୍କାର ଭୂମିକା ନିର୍ବାହ କରିଛନ୍ତିା କ୍ୟାମେରାମ୍ୟାନ ଭାବରେ ତାଙ୍କର ସର୍ବଭାରତୀୟ ଖ୍ୟାତି ରହିଥିଲାା ସେ ଓଡ଼ିଶା ସରକାରଙ୍କ ପ୍ରଦତ୍ତ ଜୟଦେବ ପୁରସ୍କାର ପାଇଥିଲେ | ତାଙ୍କ ବିୟୋଗରେ ଓଡ଼ିଆ ଚଳଚ୍ଚିତ୍ର ଜଗତକୁ ବଡ଼ ଧରଣର କ୍ଷତି ପହଞ୍ଚଛି ବୋଲି ସେ କହିଥିଲେ |  ମନ୍ତ୍ରୀ ଶ୍ରୀ ଜେନା ତାଙ୍କ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ସହିତ ସ୍ୱର୍ଗତ ସ୍ୱାଇଁଙ୍କ ପରିବାରବର୍ଗଙ୍କ ଉଦ୍ଦେଶ୍ୟରେ ସମବେଦନା ଜ୍ଞାପନ କରିଛନ୍ତିା 

 

 

Leave A Reply

Your email address will not be published.