ଅତିରିକ୍ତ ଜିଲ୍ଲାପାଳ କଳିଙ୍ଗନଗରଙ୍କ କାର୍ଯ୍ୟାଳୟରେ ମିଳିତ ଜନଶୁଣାଣି

0

ଯାଜପୁର ରୋଡ(ଜୟଶଙ୍କର ଦାଶ) : ଶୁକ୍ରବାର କଳିଙ୍ଗନଗର ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ମିଳିଜ ଜନଶୁଣାଣି ଅନୂଷ୍ଠିତ ହୋଇଥିଲା  । ଯାଜପୁର ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ କଳିଙ୍ଗନଗର ଅତିରିକ୍ତ ଜିଲ୍ଲାପାଳ ସନ୍ତୋଷ କୁମାର ମିଶ୍ର ଜନଶୁଣାଣି ଅଭିଯୋଗ ଗୁଡିକୁ  ଗ୍ରହଣ କରି ଏହାର ବିଚାର କରିଥିଲେ । ୨୩ ଜଣ ବିଭିନ୍ନ ସମସ୍ୟା ନେଇ ଅଭିଯୋଗ କରିଥିଲେ । ସେଥିମଧ୍ୟରୁ ୧୬ଟି ବ୍ୟକ୍ତିଗତ ଅଭିଯୋଗ ହୋଇଥିବାବେଳେ ୨ଟି ସାମୁହିକ ଓ ବିସ୍ଥାପିତ  ୧ଟି ଏବଂ ୪ଟି ଆର୍ଥିକ ସହାୟତା ଯୋଗାଇଦେବା ସଂପର୍କରେ ଅଭିଯୋଗ ହୋଇଥିଲା । ଏହି ଜନଶୁଣାଣିରେ ଅତିରିକ୍ତ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ରୁଦ୍ର ପ୍ରତାପ କର, କୋରାଇ ବି.ଇ.ଓ. ସୁଶାନ୍ତ ଶତପଥି, ଜନସ୍ୱାସ୍ଥ୍ୟ ବିଭାଗର ସହକାରୀ ଯନ୍ତ୍ରୀ ଅରୁଣ କୁମାର ସାହୁ, ଗ୍ରାମ୍ୟ ଉନ୍ନୟନ ବିଭାଗର କନିଷ୍ଠ  ଯନ୍ତ୍ରୀ ରଂଜନ କୁମାର ବେହେରା ପ୍ରମୂଖ ବହୁ ଜିଲ୍ଲାସ୍ତରୀୟ ଅଧିକାରୀ ଯୋଗଦେଇଥିଲେ । କୋରାଇ, ବ୍ୟାସନଗର ଓ କଳିଙ୍ଗନଗର ଅଂଚଳରୁ ଅଭିଯୋଗକାରୀ ମାନେ ଅଭିଯୋଗ କରିଥିଲେ । 

 

Leave A Reply

Your email address will not be published.