ବଡବିଲରେ ଅତିରିକ୍ତ ସିଭିଲ ଜଜ ତଥା ଜେଏମଏଫସି ଦ୍ୱିତୀୟ କୋର୍ଟ ଉଦଘାଟିତ

0 2

ଭିସିରେ ଉଦଘାଟନ କଲେ ଚିଫ ଜଷ୍ଟିସ ଓଡିଶା ହାଇକୋର୍ଟ ଡଃ ଏସ ମୂରଲୀଧର ।

ବଡ଼ବିଲ (ଶାସକ ପ୍ରଶାସକ)-ବଡବିଲରେ ଆଜି ପୂର୍ବାହ୍ନରେ ଅତିରିକ୍ତ ସିଭିଲ ଜଜ ତଥା ଜେଏମଏଫସି ଦ୍ୱିତୀୟ କୋର୍ଟ ଉଦଘାଟିତ ହୋଇଛି । ମାନ୍ୟବର ଓଡିଶା ହାଇକୋର୍ଟ ଚିଫ ଜଷ୍ଟିସ ଡଃ ଏସ ମୂରଲୀଧର ଭିସି (ଭିଡିଓ କନଫରେନ୍ସିଂ) ମାଧ୍ୟମରେ ଏହାର ଉଦଘାଟନ କରିଛନ୍ତି । ଚିଫ ଜଷ୍ଟିସଙ୍କ ସହ ଜଷ୍ଟିସ ବି.ପି ରାଉତରାୟ ହାଇକୋର୍ଟରୁ ଭିସିରେ ଥିଲାବେଳେ ବଡବିଲରୁ ଭିସିରେ କେନ୍ଦୁଝର ଜିଲା ଜଜ ବେଣୁଧର ପାତ୍ର, ଅତିରିକ୍ତ ସିଭିଲ ଜଜ ତଥା ଦ୍ୱିତୀୟ ଜେଏମଏଫସି ସିଦ୍ଧାନ୍ତ ମିଶ୍ର, ବଡବିଲ ବାର ଆସୋସିଏସନ ସଭାପତି ବଳରାମ ମହାନ୍ତି ଏବଂ ସମ୍ପାଦକ ଦେବପ୍ରିୟ ରଣାଙ୍କ ସହ କୋଭିଡ କଟକଣାରେ ଆଇନଜୀବୀମାନେ ଉପସ୍ଥିତ ରହିଥିଲେ । ତେବେ ବଡବିଲ କୋର୍ଟରେ କେଶ ସଂଖ୍ୟାକୁ ଆଖି ଆଗରେ ରଖି ଏହି ଅତିରିକ୍ତ କୋର୍ଟ ଉଦଘାଟନ ହୋଇଛି । ଯ’ଦ୍ୱାରା ପେଣ୍ଡିଂ କେଶ ସଂଖ୍ୟା କମିବା ସହ ଲୋକମାନେ ଶୀଘ୍ର ନ୍ୟାୟ ପାଇପାରିବେ ବୋଲି ଚିଫ ଜଷ୍ଟିସ କହିଥିଲେ ।

Leave A Reply

Your email address will not be published.